Movie prime

ଫାଇଲ ଫୋପାଡ଼ିବା ପରେ ଅଭିଯୋଗ ଉପରେ ଅଭିଯୋଗ ଉଠିଲା ବଡ ପ୍ରଶ୍ନ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣ ମାନେ କିଛି ଦିନ ତଳେ ସୋସିଆଲ ମିଡ଼ିଆ ରେ ଭାଇରାଲ ହୋଇଥିବା ଏକ ଦୃଶ୍ୟ ତ ନିଶ୍ଚିତ ଭାବରେ ଦେଖିଥିବେ।
ଯେଉଁଥିରେ କି ବ୍ୟାସନଗର ଜଣେ ପୌରଧକ୍ଷା ଜଣେ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ମୁହଁକୁ ଫାଇଲ ଫୋପାଡି ଥିଲେ। ସେହି ଦିନ ଠାରୁ ପୌରଧକ୍ଷା ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ମଧ୍ୟରେ ବିବାଦ ଥମିବାର ନାଁ ହିଁ ନେଉନାହିଁ।
ଏବେ ଆଇନ ର ଲଢେଇ ଲଢ଼ୁଛନ୍ତି ଉଭୟ ପ୍ରତିନିଧି ଏବଂ ଅଧିକାରୀ। ଚଳିତ ମାସ ୧୬ ତାରିଖରେ ମାମଲା ଯାଇ ଥାନାରେ ମଧ୍ୟ ପହଞ୍ଚି ଥିଲା।
ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ ରାଉତ ମଧ୍ୟ ସେହି ପୌରାଧକ୍ଷା ଙ୍କ ନାମରେ ମୁହଁ କୁ ଫାଇଲ୍ ଫୋପଡ଼ିବା ଓ ଅଶାଳୀନ ବ୍ୟବହାର ପାଇଁ ଥାନାରେ ଏତଲା ମଧ୍ୟ ଦେଇଥିଲେ।
ସେପଟେ ଏହି ଘଟଣାକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି।ହେଲେ ଏହି ଘଟଣାକୁ ସଂପୂର୍ଣ୍ଣ ଭାବରେ ପ୍ରତ୍ୟାଖାନ କରି ଦେଇଥିଲେ ଉକ୍ତ ପୌରଧକ୍ଷା ଜଣକ।ପୌରଧକ୍ଷା ଜଣକ ନାମ ହେଉଛି ସଙ୍ଗୀତା ପିଙ୍ଗୁଆ।
ଏହା ପୂର୍ବ ରୁ ମଧ୍ୟ ଅନ୍ୟଜଣେ ଠିକାଦାର ଙ୍କୁ ପୌରାଞ୍ଚଳ ର ସଫେଇ କାର୍ଯ୍ୟ ପାଇଁ ଅସଭ୍ୟ ବ୍ୟବହାର ଓ ଅଶାଳୀନ ଭାଷାରେ ଗାଳି ଗୁଲୋଜ ପାଇଁ ଅଭିଯୋଗ କରିଥିଲେ। ବ୍ୟାସନଗର ରେ ଏହି ହାଇ ଡ୍ରାମା ଅନ୍ୟ ଏକ ନୁଆ ମୋଡ ନେଇଛି।
ସେହି ଅଧିକାରୀ ଜଣକ ପୌରଧକ୍ଷା ନାମରେ ଦ୍ଵିତୀୟ ଥର ପାଇଁ ଅଭିଯୋଗ କରିଛନ୍ତି। ସେପଟେ ଏନେଇ ପୌରଧକ୍ଷା ମହୋଦୟ ଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।
ଉଭୟ ଙ୍କ ନାମରେ ଅଭିଯୋଗ ଥିବା ବେଳେ କିଏ ଠିକ ଓ କିଏ ଭୁଲ ତାହା ତ ପୋଲିସ୍ ନିର୍ଦ୍ଧାରଣ କରିବ। ତେବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି ଘଟଣାର ତଦନ୍ତ ପରେ ହିଁ ଏହି ଘଟଣାର ଉପଯୁକ୍ତ ଦୋଷୀ ଧରା ପଡ଼ିବେ।