Movie prime

ମୁଁହ ଖୋଲିଲେ ଓଡ଼ିଆ ଇଣ୍ଡଷ୍ଟ୍ରି ବରିଷ୍ଟ ଅଭିନେତା Pradyumna lenka - ଓଡ଼ିଆ ଇଣ୍ଡଷ୍ଟ୍ରି ଉପରେ ପଡୁଛି ବାବୁସାନଙ୍କ କଳାଛାଇ

 
Pradyumna
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଥିବା ଘଟଣା ବିଷୟରେ ଜାଣିଥିବେ । ଆଉ ଏହି ଖବର ଓଲିଉଡ ଷ୍ଟାର ବାବୁଶାନ୍ ମହାନ୍ତି ଆଉ ପ୍ରକୃତି ମିଶ୍ରଙ୍କୁ ନେଇ ଆସିଛି ।
ଆଉ ସୋସିଆଲ ମିଡିଆରେ ତାଙ୍କ ଭିଡିଓ ବହୁତ ପରିମାଣରେ ଭାଇରାଲ ହେଉଛି । ଆଉ ବାବୁଶାନ୍ ଆଉ ପ୍ରକୃତି ମିଶ୍ରଙ୍କ ପ୍ରେମ ସମ୍ପର୍କକୁ ନେଇ ସବୁ ଆଡେ ଚର୍ଚ୍ଚା ହେଉଛି । ଆଉ ଏହି ଘଟଣାକୁ ନେଇ ସମସ୍ତେ ବିଭିନ୍ନ ପ୍ରକାରର ମତ ଦେଉଛନ୍ତି । 
ଆଉ ଏହି ଘଟଣା ସମ୍ପର୍କରେ ବାବୁଶାନ୍, ତାଙ୍କ ସ୍ତ୍ରୀ, ତାଙ୍କ ମାଆ, ଆଉ ତାଙ୍କ ବାପା ଏବଂ ପ୍ରକୃତି ମିଶ୍ରଙ୍କ ବାପା ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ।
ଆଉ ଏବେ ସୋସିଆଲ ମିଡିଆରେ ଏହି ଘଟଣା ଉପରେ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ବାବୁଶାନ୍ ଜଣେ ଭଲ କଳାକାର । ଓଡ଼ିଆ ଦର୍ଶକମାନେ ତାଙ୍କୁ ଖୋଜୁଛନ୍ତି । ଆଉ ଓଡ଼ିଆ ସିନେ ଜଗତ ପାଇଁ ଏହି ହିରୋ ବହୁତ ମୂଲ୍ୟବାନ ଅଟେ । 
ଆଉ ବାବୁଶାନ୍ କେବଳ ଉତ୍ତମ ମହାନ୍ତି ଆଉ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ପୁଅ ନୁହେଁ ସେ ସାରା ଓଡ଼ିଶାର ପୁଅ । ଆଉ ସେ ସମସ୍ତଙ୍କର ପ୍ରପୋର୍ଟି । ଆଉ ସେ ଗୋଟେ ଭଲ ପରିବାରରୁ ଆସିଛି ।
ଆଉ ଏମିତି ସବୁ ଘଟଣା ଘଟିଛି ସେଇଟା ପାଇଁ ଆମେ ଦାୟୀ । ସେ ଆଡଲଟ ଆଉ ସେ ବୁଝିବା ଦରକାର ସେ କଣ କରୁଛନ୍ତି କଣ ନାହିଁ । ଆଉ ଆମ ସିନେ ଜଗତ ପାଇଁ ବାବୁଶାନ୍ ଏକା ସାହା ଭରଷା । 
ଆଉ ଏହି ଘଟଣା ପାଇଁ ଦାୟୀ କିଏ ମୁଁ ଜାଣିନି । ଆଉ ମୁଁ ଏହି ଦୁଇ ପରିବାରକୁ ମୁଁ ଜାଣିଛି । ଆଉ ପ୍ରକୃତି ବି ବହୁତ ଭଲ କିନ୍ତୁ ଏଭଳି ଘଟଣା କିପରି ଘଟିଲା ସେକଥା ଆଶ୍ଚର୍ଯ୍ୟ ସୃଷ୍ଟି କରିଛି । ଆଉ ସେ ଏହି ରାସ୍ତାରୁ ବାହାରି ଯିବା ହିଁ ଭଲ ।
ଆଉ ତୃପ୍ତିକୁ ବି ମୁଁ ଜାଣିଛି ଆଉ ସେ ଭଲ ସଂସ୍କାର ପାଇଛି । ଆଉ ଯେଉଁ ବନ୍ଧୁତା ଅନ୍ୟମାନଙ୍କୁ କଷ୍ଟ ଦେଉଛି ସେହି ବନ୍ଧୁତାକୁ ଛାଡ଼ିଦେବା ଉଚିତ୍ । ନିଜେ ନିଜ ଭୁଲ ବୁଝି ସୁଧୁରିଯିବା ଉଚିତ୍ ।