Movie prime

ଶେଷରେ ମୁଁହ ଖୋଲିଲେ - ରାସ୍ତାରେ ହାତ ଉଠେଇକି ସେ ତାଙ୍କ ଷ୍ଟାଣ୍ଡାଡ ଦେଖାଇଲେ ଏବେ ମୁଁ ଆକ୍ସନ ନେବି - Prakruti Mishra

 
Prakruti Mishra
ଅଭିନେତା ବାବୁସାନ ଏବଂ ପ୍ରକୃତିଙ୍କ ସହ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ଝଗଡ଼ା କରୁଥିବା ଏକ ଭିଡିଓ ଭାଇରାଲ ହେଉଛି।ଅଭିନେତ୍ରୀ ପ୍ରକୃତି ମିଶ୍ର କହିଛନ୍ତି ‘ମୁଁ ଓ ମୋ କୋ-ଷ୍ଟାର ବାବୁସାନ୍‌ ଏକ ନୂଆ ସିନେମାର ଆନାଉନ୍ସମେଣ୍ଟ୍‌ ପାଇଁ ଯାଉଥିଲୁ।
ବର୍ଷା ହେଉଥିବା ବେଳେ ଏକାସଙ୍ଗରେ ଗୋଟିଏ ସ୍ଥାନକୁ ଯିବାର ଥିବାରୁ ବାବୁସାନ୍‌ ମୋତେ ପିକ୍‌ କରିଥିଲେ। ଆଉ ଏହାରି ଭିତରେ ବାବୁସାନ୍‌ଙ୍କ ସ୍ତ୍ରୀ ଓ ତାଙ୍କ ଶ୍ୱଶୁର ସାତ ଆଠ ଜଣ ଗୁଣ୍ଡା ଧରି ପହଞ୍ଚିଥିଲେ ଓ ଆମକୁ ଅଟକାଇଥିଲେ। 
ପହଞ୍ଚିବା ପରେ ସେମାନେ ବାବୁସାନ୍‌ଙ୍କ ସାର୍ଟ ଭିଡ଼ିବା ଆରମ୍ଭ କରିଥିଲେ। କିଛି ଶୁଣିବା ଅବସ୍ଥାରେ ନଥିଲେ। ତାଙ୍କ ସ୍ତ୍ରୀଙ୍କୁ ବାରମ୍ବାର କହୁଥିଲି କଥା ହୁଅ, କଥା ହୁଅ। କିନ୍ତୁ ସେ କିଛି ଶୁଣିଲେନି।
ସେ ଆଣିଥିବା ଗୁଣ୍ଡାମାନେ ମୋ ସହ ଦୁର୍ବ୍ୟବହାର କରିଛନ୍ତି। ବାବୁସାନଙ୍କ ଶ୍ୱଶୁର ମଧ୍ୟ ମୋର ଚୁଟି ଝିଙ୍କାଝିଙ୍କି କରିବା ସହ ଦୁର୍ବ୍ୟବହାର କରିଛନ୍ତି।
ମୁଁ ସାହାଯ୍ୟ କରିବା ପାଇଁ ଚିତ୍କାର କରୁଥିଲି। କିନ୍ତୁ ସମସ୍ତେ ମୋର ଫଟୋ ଓ ଭିଡିଓ ନେଉଥିଲେ ସୁଦ୍ଧା କେହି ସାହାଯ୍ୟ କଲେନି। ବାବୁସାନ୍‌ଙ୍କ ସହ ମଧ୍ୟ ମାରପିଟ୍‌ କରିଛନ୍ତି।
ତାଙ୍କ ଶରୀରରେ ଦାଗ ମଧ୍ୟ ରହିଛି। ଏହି ଘଟଣା ପରେ ମୁଁ ମାନସିକ ସ୍ତରରେ ଭାଙ୍ଗି ପଡ଼ିଛି।ମୁଁ ତାଙ୍କ ବିରୋଧରେ ଆଇନ୍‌ର ଆଶ୍ରୟ ନେବି। ବାବୁସାନ୍‌ଙ୍କ ସ୍ତ୍ରୀ ବିରୋଧରେ ମାନହାନୀ ମୋକଦ୍ଦମା କରିବି। 
 ଆମେ ପିଲାବେଳୁ ବେଶ୍‌ ଭଲ ସାଙ୍ଗ। ତାଙ୍କ ବ୍ୟକ୍ତିଗତ ଭୁଲ ବୁଝାମଣା ପାଇଁ ମୁଁ ଆଦୌ ଦାୟୀ ନୁହେଁ । ମୋ ସହ ଯାହା ଘଟିଛି, ତାହା କେବେ ଭୁଲି ପାରିବି ନାହିଁ । ସେ ତାଙ୍କ ଷ୍ଟାଣ୍ଡାର୍ଡ ଦେଖାଇଲେ।
ମୁଁ ଏବେ ମୋ କାମ କରିବି। ବାବୁସାନ୍‌ ଓ ମୋ ଫ୍ୟାନ୍‌ ମାନେ ସମସ୍ତେ ସବୁକିଛି ଜାଣନ୍ତି। ସେମାନେ କେବେ ଭୁଲ ବୁଝିବେନି।ଏଥିପାଇଁ ମୁଁ ନିହାତି ଆକ୍ସନ୍‌ ନେବି।