Movie prime

ଆଉ ନାହିଁ ପୁଅ କାନ୍ଦି କାନ୍ଦି ଗଡି ଯାଉଛି ମା ପୁଅକୁ ବୋହୂ ମାରିଦେଇଥିବା ! ସାଙ୍ଘାତିକ ଆରୋପ ରେ ମା

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଆପଣଙ୍କୁ ଏକ ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
କାନ୍ଥ ରୁ ଲିଭିନି ବାହାଘର ର ଲେଖା ହେଲେ ଘରୁ ଲିଭି ଯାଇଛି ନୁଆ ନୁଆ ବାହା ହୋଇଥିବା ପୁଅର ଜୀବନର ଦୀପ। ଘରର ଭେଣ୍ଡିଆ ପୁଅ କୁ ହରାଇ ଏବେ ଦୁଃଖରେ ଭାଙ୍ଗି ପଡିଛନ୍ତି ଘର ଲୋକ ମାନେ।
ସେପଟେ ମାଆ ଦେଖୁଛି ପୁଅ କୁ ବାହାଘର କରି ଆଣିଥିବା ସବୁ ଫଟୋ କୁ। ମାଆ ବି ଭାବୁଛି କଣ ପାଇଁ ସେ ତା ପୁଅ କୁ ବାହା କରି ଘରକୁ ନୁଆ ବୋହୂ ଆଣି ଥିଲା।
ଯେଉଁ ବୋହୂ ହିଁ ଆଜି ହେଉଛି ପୁଅ ର ମୃ-ତ୍ୟୁ ର କାରଣ। ଘରକୁ ସଜାଡ଼ିବା ବଦଳରେ ସଂପୂର୍ଣ୍ଣ ଭାବରେ ଘରକୁ ଉଜାଡି ଦେଇଛି ନୁଆ ବୋହୂ ଟି। ଏହି ଘଟଣା ଟି ହେଉଛି ଦିଗପହଣ୍ଡି ବ୍ଲକ୍ , ଖମାରୀ ଗ୍ରାମର।
ବାହାଘର ର ସବୁ ସ୍ମୃତି ସାଇତି ହୋଇ ଥିବା ବେଳେ ପୁଅ କିନ୍ତୁ ଆରପାରି କୁ ଚାଲି ଯାଇଛି। ତେବେ ମୃ-ତ-କ କୃଷ୍ଣ ଙ୍କ ଏହି କିଛି ଦିନ ହେବ ବାହାଘର ହୋଇଥିଲା।
ହେଲେ ତାଙ୍କ ସ୍ତ୍ରୀ ଆଉ ଜଣକୁ ପ୍ରେମ କରୁଥିଲେ ଯାହା ଫଳରେ ସ୍ୱାମୀ ଓ ସ୍ତ୍ରୀ ର ପ୍ରେମିକ ଦୁହିଁଙ୍କ ମଧ୍ୟରେ ଖୁବ ଯୋରେ ଝଗଡ଼ା ଆରମ୍ଭ ହୋଇଥିଲା। ଏହାପରେ ୧୯ ତାରିଖରେ ନିଖୋଜ ହୋଇ ଯାଇଥିଲେ କୃଷ୍ଣ। 
ଘର ଲୋକ ମାନେ ମଧ୍ୟ ଏନେଇ ଥାନାରେ ନିଖୋଜ ଏତଲା ଦେଇଥିଲେ। ଏନେଇ ପୋଲିସ ମଧ୍ଯ ଅନେକ ଖୋଜାଖୋଜି କରିଥିଲା। ଗଜପତି ଜିଲ୍ଲା ର ଲାଞ୍ଛା କେନାଲ ନିକଟରୁ କୃଷ୍ଣ ଙ୍କ ଶ-ବ ମିଳିଥିଲା।
ସେପଟେ ପୋଲିସ ପ୍ରେମିକ ଶଙ୍କର ଗୌଡ଼ କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଏବେ ଦେଖିବା ବାକି ରହିଲା କି ଏହି ଅଭିଯୁକ୍ତ ଜଣକୁ କେଉଁ ଦଣ୍ଡ ମିଳିବାକୁ ଯାଉଛି।