Movie prime

B-l-o-o-d Group ଜାଣନ୍ତୁ କାହାର ସ୍ଵଭାବ କେମିତି କିଏ କେଉଁ ପ୍ରକାର ବ୍ୟକ୍ତିତ୍ଵ ପସନ୍ଦ କରନ୍ତି ଦେଖନ୍ତୁ

 
Blood
ନମସ୍କାର ପାଠକ ବନ୍ଧୁ ଗଣ। ରକ୍ତ ଦାନ କରି ଜୀବନ ବଞ୍ଚାଇବା ପାଇଁ ଅନେକ ସମୟରେ ଆହ୍ବାନ ଦିଆ ଯାଇ ଥାଏ। ଆଉ ଆମ ଭିତରେ ଅନେକ ଲୋକ ଅଛନ୍ତି ଜୀବନ ରେ କିଛି ଦିନ ବ୍ୟବଧାନ ରେ ଅନେକ ଥର ରକ୍ତ ଦାନ କରି ଥାଆନ୍ତି। ରକ୍ତ ଦାନ କରିବା ବେଳେ ଆପଣ ଙ୍କ ମନ ରେ ଏହି ଗୋଟେ କଥା ଆସି ଥାଏ ଆପଣ କେଉଁ ଗ୍ରୁପ ର ରକ୍ତ ଦାତା ଅଟନ୍ତି।
କିଛି ବ୍ଲଡ଼ ଗ୍ରୁପ ଯେମିତି ଅଛି A+,B+, A-,B-,AB+,o+ ତେବେ କଥା ଆସେ ଯେତେ ବେଳେ ଆମେ ରକ୍ତ ଦାନ କରି ଥାଉ ଅନ୍ୟ ର ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା କରି ଥାଉ ସେତେ ବେଳେ ଗ୍ରୁପ କଣ ତା ବିଷୟ ରେ ଜାଣିବା ମଧ୍ଯ ଜରୁରୀ। ନିର୍ଦ୍ଧିଷ୍ଟ ଲୋକ ଙ୍କ ଗ୍ରୁପ ର ଚରିତ୍ର ଏବଂ ସ୍ଵଭାବ ଭିନ୍ନ ଭିନ୍ନ ହୋଇଥାଏ।
ବିଭିନ୍ନ ସମୟ ରେ ଆମେ ଜାତକ ବିଚାର କରୁ । ଜନ୍ମ୍ କୁଣ୍ଡଳୀ ଦେଖା ଯାଏ ଠିକ୍ ସେହି ପରି କେଉଁ ରକ୍ତ ଗ୍ରୁପ ର ଲୋକ କେଉଁ ସ୍ଵଭାବ ର ଡାକ୍ତର ମାନେ ଅନୁସନ୍ଧାନ କରି ପାଇ ଛନ୍ତି। ଯେଉଁ ମାନେ A ଗ୍ରୁପ ସେମାନେ ଜୀବନ ରେ ଭଲ ରୋଲ ମଡେଲ ହୋଇ ପାରନ୍ତି। ଏହି ଗ୍ରୁପ ର ଲୋକ ମାନଙ୍କ ପାଖରେ ସଫଳତା ପାଇବା ର ନିଶା ଅଧିକ ଥାଏ।
ଯେଉଁ ମାନେ B ବ୍ଲଡ଼ ଗ୍ରୁପ ସେମାନେ A ବ୍ଲଡ଼ ଗ୍ରୁପ ର ଲୋକ ମାନଙ୍କ ଠୁ ସମ୍ପୂର୍ଣ ଭିନ୍ନ ହୋଇ ଥାଆନ୍ତି।
ଏମାନେ କିଛି ଭାବି ନ ଚିନ୍ତି ନିଷ୍ପତି ନେଇ ଥାଆନ୍ତି
ବେଶ୍ ମେଲାପି ଅବଶ୍ୟ ଏମାନେ କିଛିଟା ସ୍ୱାର୍ଥପର ମଣିଷ ବୋଲି କୁହାଯାଏ। କିନ୍ତୁ ସମସ୍ତ ଙ୍କ କ୍ଷେତ୍ର ରେ ସମାନ କଥା ନ ଥାଏ। ଆଉ B ବ୍ଲଡ଼ ଗ୍ରୁପ ର ଲୋକେ ନିଜ ସର୍ତ ଅନୁସାରେ କାମ କରିବାକୁ ପସନ୍ଦ କରନ୍ତି।