ରାଷ୍ଟ୍ରପତି ଙ୍କ ପାଦ ଛୁଇଁଲେ ନିଲମ୍ବିତ ହେଲେ ଅଫିସର ଦେଖନ୍ତୁ ଏହି Visual
Sun, 15 Jan 2023

ମହା ମହିମ ଙ୍କ ପାଦ ଛୁଇଁ ନିଲମ୍ବିତ ହେଲେ ସରକାରୀ ଇଞ୍ଜିନିୟର।ରାଜସ୍ଥାନର ଏକ କାର୍ଯ୍ୟକ୍ରମ ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇଥିଲେ।ଜାନୁଆରୀ ୪ ର ଘଟଣା ବିମାନ ବନ୍ଦରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେଲିକପ୍ଟର ରୁ
ଓହ୍ଲାଉ ଥିବା ସମୟରେ ଜନ ସ୍ବାସ୍ଥ୍ୟ ବିଭାଗର ଜଣେ ସରକାରୀ ମହିଳା ଇଞ୍ଜିନିୟର ରାଷ୍ଟ୍ରପତି ଙ୍କ ପାଦ ଛୁଇଁ ନମସ୍କାର କରିଥିଲେ।ଏହାପରେ ରାଷ୍ଟ୍ରପତିଙ୍କ ସୁରକ୍ଷା ରେ ବଡ଼ ତ୍ରୁଟି ହୋଇଥିବା ଗୃହ ମନ୍ତ୍ରାଳୟ ରେ ରିପୋର୍ଟ ମାଗିଥିଲେ।
ଏହାପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ରାଜ୍ୟ ସରକାର ଜୁନିୟର ଇଞ୍ଜିନିୟର ଙ୍କୁ ନିଲମ୍ବିତ କରିଛନ୍ତି।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯେଉଁ କାର୍ଯ୍ୟ କୁ ଯାଇଥିଲେ ସେଠାରେ ଇଞ୍ଜିନିୟର ଜଣଙ୍କ କାର୍ଯ୍ୟରତ ଥିଲେ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ସ୍ଵାଗତ କରିବାକୁ ଯାଇଥିବା ଅଧିକାରୀ ଙ୍କ ସହିତ ବିମାନ ବନ୍ଦରରେ ଯାଇଥିଲେ ଇଞ୍ଜିନିୟର।ଏହି ଖବରଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।
ପ୍ରୋଟୋକଲ ଭାଙ୍ଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ପାଦ ଛୁଇଁ ଥିଲେ ଇଞ୍ଜିନିୟର।ଇଞ୍ଜିନିୟର ଙ୍କ ନାମ ହେଉଛି ଅମ୍ବା ସିୟୋଲ।ଗୃହ ମନ୍ତ୍ରାଳୟ ହସ୍ତକ୍ଷେପ ପରେ ନିଲମ୍ବିତ ହୋଇଛନ୍ତି।
ଜଳ ଯୋଗାଣ ବ୍ୟବସ୍ଥାର ତଦାରଖ କରିବା ନିମନ୍ତେ ଅମ୍ବା ସିୟୋଲ ଙ୍କୁ କାର୍ଯ୍ୟକ୍ରମ ସ୍ଥାନରେ ନିୟୋଜିତ କରାଯାଇଥିଲା। କିନ୍ତୁ ରାଷ୍ଟ୍ରପତି ଙ୍କୁ ସ୍ଵାଗତ କରିବା ପାଇଁ ପ୍ରଥମ ଧାଡି ରେ ଉପସ୍ଥିତ ଥିବା ସରକାରୀ ଅଧିକାରୀ ମାନଙ୍କ ନିକଟରେ ହାଜର ହୋଇଥିଲେ।
ପରେ ତତ୍କ୍ଷଣାତ ଆଗକୁ ଅଗ୍ରସର ହୋଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ପାଦ ଛୁଇଁ ବାକୁ ଉଦ୍ୟମ କରୁଥିବା ବେଳେ ରାଷ୍ଟ୍ରପତି ଙ୍କ ସୁରକ୍ଷା କର୍ମଚାରୀ ମାନେ ବାଧା ଦେଇଥିଲେ। ଉପଚାରୀ ଙ୍କ ଅନୁସନ୍ଧାନ ପରେ ସ୍ଥାନୀୟ ପୋଲିସ ଛାଡ଼ି ଦେଇଥିଲେ।
କିନ୍ତୁ ଘଟଣାକୁ ଗୁରୁତର ନିରାପତ୍ତା ତ୍ରୁଟି ବୋଲି ବିବେଚନା କରି କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜସ୍ଥାନ ପୋଲିସ ଙ୍କୁ ରିପୋର୍ଟ ମାଗିଥିଲେ।ତେଣୁ ବର୍ତ୍ତମାନ ତାଙ୍କୁ ନିଲମ୍ବିତ କରାଯାଇଛି।