Movie prime

ମହାମହିମ ରାଷ୍ଟ୍ରପତି ଙ୍କୁ ଦେଖିବାକୁ ନ୍ୟାୟଗଡ ରୁ ସାଇକେଲ ରେ ଆସିଥିଲେ ମଉସା ଦେଖନ୍ତୁ ଦେଖି ନପାରି କଣ କହିଲେ

 
Special Report
ଭାରତର ପ୍ରଥମ ମହିଳା ଏବଂ ଯିଏ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଜଭବନରେ ଆସି ରହିଛନ୍ତି।ଯେହେତୁ ସେ ଜଣେ ଓଡ଼ିଆ ଝିଅ ତାଙ୍କୁ ଦେଖିବା ପାଇଁ ଅନେକ ଲୋକମାନେ ରାଜଭବନ ଠାରେ ଛିଡ଼ା ହୋଇଛନ୍ତି।ନେତା ଠାରୁ ଆରମ୍ଭ କରି ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ଦେଖା କରିବାକୁ ଆସିଛନ୍ତି।ଏସବୁ ଦେଖି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ବହୁତ ଖୁସି ଲାଗୁଛି ବୋଲି କହିଥିଲେ।
ସମସ୍ତେ ଶାନ୍ତି ଶୃଙ୍ଖଳା ର ସହିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ଦେଖିବା ପାଇଁ ଖୁସି ଅର୍ଛନ୍ତି।ଆନୁଷ୍ଠାନିକ ଠାରୁ ଆରମ୍ଭ କରି ବିଭିନ୍ନ ସଂଘଠାନ ପକ୍ଷରୁ ତାଙ୍କୁ ଦେଖା କରିବା ପାଇଁ ଆସିଛନ୍ତି।କିନ୍ତୁ ସେହି ଭିଡ଼ ଭିତରେ ଜଣେ ବୃଦ୍ଧ ବ୍ୟକ୍ତି ଅଛନ୍ତି ଯାହାଙ୍କର ବୟସ ହେଉଛି ୮୫ ବର୍ଷ। ସେ ନୟାଗଡ ରେ ବସବାସ କରନ୍ତି।ଆଉ ସେ ସାଇକେଲ ଚଲାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ଦେଖିବାକୁ ଆସିଥିଲେ।ତାଙ୍କ ନାମ ହେଉଛି ଲୋଚନ ପ୍ରଧାନ।
ନୟାଗଡ଼ ରୁ ଭୁବନେଶ୍ୱର କୁ ସାଇକେଲ ମାଧ୍ୟମରେ ବୃଦ୍ଧ ବ୍ୟକ୍ତି ଜଣଙ୍କ ଆସିଛନ୍ତି।କିନ୍ତୁ ଏବେ ପର୍ଯ୍ୟନ୍ତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ସହିତ ଦେଖା କରି ପାରି ନାହାଁନ୍ତି। ଯେଉଁଥି ପାଇଁ ସେ ବହୁତ ମନ ଦୁଃଖ କରି ଛିଡ଼ା ହୋଇଛନ୍ତି।ବୃଦ୍ଧ ବ୍ୟକ୍ତି ଜଣଙ୍କ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ସାଇକେଲ ରେ ନୟାଗଡ଼ ରୁ ଭୁବନେଶ୍ୱର କୁ ଆସିଥିଲେ ରାଷ୍ଟ୍ରପତି ଙ୍କୁ ଦେଖା କରିବା ପାଇଁ କିନ୍ତୁ ମା ଙ୍କୁ ଦେଖା କରି ପାରିଲି ନାହିଁ। ତେଣୁ ମନ ଦୁଃଖ କରୁଛନ୍ତି।
ବୃଦ୍ଧ ବ୍ୟକ୍ତି ଙ୍କ ପୁଅ ଆସିବାକୁ ମନା କରିଥିଲେ।କିନ୍ତୁ ବୃଦ୍ଧ ବ୍ୟକ୍ତି ଜଣଙ୍କ ସାଇକେଲ ରେ ନୟାଗଡ଼ ରୁ ଭୁବନେଶ୍ୱର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ଦେଖିବା ପାଇଁ ଆସିଥିଲେ।ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ଦେଖିଥିଲେ ମୁଣ୍ଡିଆ ମାରିଥାନ୍ତେ।ତାଙ୍କୁ ଆଉ କିଛି ମାଗି ନଥାନ୍ତେ।ସେ ଠିକ୍ ରେ କଥା କହି ପାରୁ ନାହାଁନ୍ତି।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଜଗତର ମା।ଏତେ ବାଟ ରୁ ଆସି ସେ ତାଙ୍କ ମା ଙ୍କୁ ଦେଖି ପାରିଲେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.