Movie prime

ଋତୁରାଜ ଖୋଲିଲେ ମୁଁହ ଦେଖନ୍ତୁ ଦମନ ଫିଲ୍ମ କୁ ନେଇ କିଛି ଏମିତି କହିଲେ ଦେଖନ୍ତୁ

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଅନେକ ହିନ୍ଦୀ ଗୀତ ଗାଇ ନିଜକୁ ପ୍ରତିଷ୍ଠିତ କରି ସାରିଥିିବା ଋତୁରାଜ ପ୍ରଥମ ଥର ପାଇଁ ଓଡିଆ ଚିତ୍ରରେ ଗାୟକ ଭାବେ ପ୍ରବେଶ କରିଛନ୍ତି।
ଅତୀତରେ ତରଙ୍ଗ ଟିମ ସହ ଋତୁରାଜଙ୍କ ବନ୍ଧନ ଆରମ୍ଭ ହୋଇଥିଲା ତରଙ୍ଗ ମ୍ୟୁଜିକର ବ୍ରାଣ୍ଡ ଆମ୍ବାସଡର ଭାବେ। ତେବେ ତରଙ୍ଗ ସିନେମା ପ୍ରଡକ୍ସନ ‘ସିଷ୍ଟର ଶ୍ରୀଦେବୀ’ ସହ ଯୋଡ଼ି ହୋଇଥିଲା
ତାଙ୍କ ଜୀବନର ପ୍ରଥମ ଓଡିଆ ଚଳଚିତ୍ର ଗୀତ ‘ଡାର୍ଲି ତୁ ମୋ ଠାରୁ କାଇଁ ନେଲୁ ଅଲବିଦା’। ଗୀତଟିକୁ ଗାଇବା ପରେ ତାଙ୍କର ସଫଳତା ପାଇଁ ଓଡିଶାର ସମସ୍ତ ସଙ୍ଗୀତପ୍ରେମୀ ଯଥେଷ୍ଟ ସ୍ନେହ ଓ ଶ୍ରଦ୍ଧା ଦେଇଥିଲେ। 
ଭୁବନେଶ୍ୱରସ୍ଥିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ଓଡ଼ିଶୀ ସଙ୍ଗୀତ ଶିକ୍ଷା କରିବା ପରେ ଋତୁରାଜ ମୁମ୍ବାଇ ଯାଇ ନିଜର ଭାଗ୍ୟ ପରୀକ୍ଷା କରିବା ପାଇଁ ଅନେକ ସଂଘର୍ଷ କରିଥିଲେ।
ଅମିର ଖାନ୍‍ଙ୍କ ସୋ ‘ସତ୍ୟମେବ ଜୟତେ’ରେ ଆମ୍‌କେ ଆମ୍‍… ଗୀତ ଲୋକଙ୍କୁ ତାଙ୍କ ପ୍ରଭାବଶାଳୀ କଣ୍ଠ ତଥା ଗାୟକୀର ପରିଚୟ ଦେଇଥିଲା।
ମୁମ୍ବାଇରେ ରହି ସେ ଅନେକ ଷ୍ଟେଜ୍‌ ସୋ କରିବା ସହ ବିଭିନ୍ନ ମ୍ୟୁଜିକ୍‍ ପ୍ରୋଜେକ୍ଟରେ କାମ କରିଛନ୍ତି। ବନ୍ଧୁଗଣ ବର୍ତ୍ତମାନ ଦେଖିବାକୁ ମିଳୁଛି ଋତୁରାଜ ଏକ ସାକ୍ଷାତକାର ରେ କିଛି କହିଥିବାର। 
ଯାହାକି ଋତୁରାଜ କହିଛନ୍ତି ମୁଁ କଣ ହିନ୍ଦୀ ଗୀତ ଗାଇବାକୁ ଯୋଗ୍ୟ ନୁହେଁ ନା ହିନ୍ଦି ଗୀତ ଗାଇ ପାରିବି ନାହିଁ। ଆଉ ଭାଇ ଭାଇ କହି ଗୀତ ଗାଇବି ନାହିଁ, ପ୍ରଫେସନାଲ ଭାବେ ଗାଇବି।
ଏବଂ କହିଛନ୍ତି ତାଙ୍କର କେହି ହେଟଅର୍ସ ଅଛନ୍ତି ବୋଲି ସେ ଜାଣିନାହାନ୍ତି । ଆଉ କହିଛନ୍ତି ଆପଣ ମାନେ ଗୀତ ଶୁଣନ୍ତୁ ମୋ ଗୀତ ଭଲ ନ ଲାଗିଲେ ସ୍କିପ କରି ଅନ୍ୟ କାହାର ଗୀତ ଶୁଣନ୍ତୁ।
କିନ୍ତୁ ଯେଉଁ ରାୟ ଦେଉଛନ୍ତି ଏଗୁଡ଼ା ଖରାପ। କାହା ପାଇଁ କେହି କିଛି କରନ୍ତି ନାହିଁ ନିଜ ପାଇଁ ନିଜେ ସମସ୍ତେ କରନ୍ତି। 
କିନ୍ତୁ ଯୋଉଁଟା ଯାହାର ଯୋଗ୍ୟ ତାକୁ ସେଇଟା ମିଳୁ। ଋତୁରାଜ ଙ୍କ ଗାଁ ପାଖ ଲୋକ ସେତେବେଳେ ତାଙ୍କୁ ଭୋଟ୍ ଦେଇନାହାନ୍ତି।
ସେତେବେଳେ ପଇସା ବି ଖର୍ଚ୍ଚ ହେଉନଥିଲା, କେବଳ ମିସ କଲ୍ ଥିଲା ତଥାପି କିଛି ତାଙ୍କ ଗାଁ ପାଖ ଏଵଂ ଗାଁ ଲୋକ ଋତୁରାଜ ଙ୍କୁ ଭୋଟ ଦେଇ ନଥିଲେ।
ଏହାସହିତ ଋତୁରାଜ କହିଛନ୍ତି ବାପା ମାଙ୍କ ଋଣ ଶୁଝି ହେବନି ତଥାପି ସେ ତାଙ୍କ ବାପା ମାଆ ଙ୍କୁ ଯାହା ଖୁସି ଦେବା କଥା ସେ ବହୁତ୍ ଚେଷ୍ଟା କରୁଛନ୍ତି।