Movie prime

ସମନ୍ଥା ଙ୍କ ପାଇଁ ଚିନ୍ତାରେ Naga Chaitanya ଦେଖନ୍ତୁ କାହିଁକି

 
Viral News

ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଅଲଗା ହେଲେ ଲୋକପ୍ରିୟ ସାଉଥ ଯୋଡି ସାମନ୍ଥା ଓ ନାଗାଚୈତନ୍ୟ। ବିବାହର ୪ ବର୍ଷ ପରେ ପରସ୍ପରଠାରୁ ଅଲଗା ହୋଇଛନ୍ତି ଏମାନେ।

ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ନିଜ ବିବାହ ବିଚ୍ଛେଦ ବିଷୟରେ ପ୍ରଶଂସକଙ୍କୁ ଜଣାଇଛନ୍ତି ସାମନ୍ଥା ଓ ଚୈତନ୍ୟ।

ଆଉ ନାଗାଚୈତନ୍ୟଙ୍କ ଠାରୁ ବିବାହ ବିଚ୍ଛେଦ ପରେ ଭରଣ ପୋଷଣ ଅର୍ଥ ନେବାକୁ ବି ମନା କରିଦେଇଛନ୍ତି ସାମନ୍ଥା। ଏବେ ସାମନ୍ଥାଙ୍କୁ ନେଇ ଚିନ୍ତାରେ ପଡିଯାଇଛନ୍ତି ତାଙ୍କର ପୂର୍ବତନ ସ୍ୱାମୀ ନାଗାଚୈତନ୍ୟ। 

ସାମନ୍ଥାଙ୍କ ଆଉ ନାଗାଚୈତନ୍ୟଙ୍କ ବିବାହ ବିଚ୍ଛେଦ ହୋଇଯାଇଛି ସତ। କିନ୍ତୁ ଏବେ ବି ସାମନ୍ଥାଙ୍କୁ ନେଇ ଚିନ୍ତାରେ ନାଗାଚୈତନ୍ୟ। ସାଉଥ୍ ସୁନ୍ଦରୀ ତଥା ଅଭିନେତ୍ରୀ ସାମନ୍ଥା ଋତୁପ୍ରଭୁଙ୍କୁ ନେଇ ଏବେ ଚିନ୍ତାରେ ନାଗାଚୈତନ୍ୟ।
କାରଣ ଏବେ ସାମନ୍ଥା ଏକ ଭୟଙ୍କର ରୋଗ ମାୟୋସିଟିସର ସମ୍ମୁଖୀନ ହେଉଛନ୍ତି। ସାମନ୍ଥା ଏହି ରୋଗର ପୀଡ଼ିତ ହେବା ନେଇ ନିଜ ସୋସିଆଲ ମିଡିଆ ଜରିଆରେ ଦର୍ଶକଙ୍କୁ ସୂଚନା ଦେଇଛନ୍ତି।
ଆଉ ଏହି କଥା ସାମନ୍ଥାଙ୍କ ଫ୍ୟାନ ମାନେ ଜାଣିବା ପରେ ଦୁଃଖ ପ୍ରକାଶ କରିବା ସହ ସାମନ୍ଥାଙ୍କୁ ଦୃଢ଼ ରହିବାକୁ ସାହାସ ମଧ୍ୟ ଦେଇଛନ୍ତି। 
କେବଳ ଫ୍ୟାନସ୍ ମାନେ ନୁହଁନ୍ତି ପୂର୍ବତନ ସ୍ୱାମୀ ନାଗାଚୈତନ୍ୟ ଏବଂ ତାଙ୍କ ପରିବାର ଲୋକେ ମଧ୍ୟ ଏହିପରି ପରିସ୍ଥିତିରେ ସାମନ୍ଥାଙ୍କ ସହ ଛିଡା ହୋଇଛନ୍ତି।
ଛାଡପତ୍ର ପରେ ମଧ୍ୟ ସାମନ୍ଥାଙ୍କ ପୂର୍ବତନ ସ୍ୱାମୀ ନାଗାଚୈତନ୍ୟ ଏବଂ ତାଙ୍କ ପରିବାର ଲୋକେ ସାମନ୍ଥାଙ୍କୁ ସାହାସ ଦେବା ସହ ତାଙ୍କ ସହିତ ଭେଟିବାକୁ ମଧ୍ୟ ଯୋଜନା କରୁଛନ୍ତି।
ସାମନ୍ଥାଙ୍କ ପୂର୍ବତନ ସ୍ୱାମୀ ନାଗାଚୈତନ୍ୟ ଏବଂ ତାଙ୍କ ପିତା ନାଗାର୍ଜୁନ ସାମନ୍ଥାଙ୍କୁ ଭେଟିବେ ବୋଲି ସୂଚନା ମିଳିଛି। ତେବେ ନାଗାଚୈତନ୍ୟ ପରିବାରର ଲୋକଙ୍କ ସହିତ ସାମନ୍ଥାଙ୍କୁ ଦେଖା କରିବେ କି ନାହିଁ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। 
ତେବେ ସୂଚନା ମିଳିଛି ଯେ ସାମନ୍ଥାଙ୍କ ରୋଗ ବିଷୟରେ ନାଗାଚୈତନ୍ୟ ଜାଣିବା ମାତ୍ରେ ଅଚିନ୍ତିତ ହୋଇପଡ଼ିଥିଲେ। କେବଳ ନାଗାଚୈତନ୍ୟ ନୁହଁନ୍ତି ପିତା ନାଗାର୍ଜୁନ ମଧ୍ୟ ପୂର୍ବତନ ବୋହୂର ଏପରି ଅବସ୍ଥା ଦେଖି ବେଶ ଚିନ୍ତିତ ହୋଇପଡିଥିଲେ।
ତେବେ ଏହିସବୁ ଦେଖିବା ପରେ ସ୍ପଷ୍ଟ ହୋଇଯାଉଛି ଯେ, ସାମନ୍ଥା ଏହି ପରିବାରରୁ ଅଲଗା ହୋଇଯାଇଥିଲେ ମଧ୍ୟ ଏହି ପରିବାର ସହିତ ତାଙ୍କର ରହିଛି ଘନିଷ୍ଠ ସଂପର୍କ।