Movie prime

ମୁଁହ ଖୋଲିଲେ ଯୁବକ ସରକାରୀ ଚାକିରି ଦେଖି ବାହା ଦେଲେ ଝିଅ ଘର ଆଉ ଏବେ ଆଣୁଛନ୍ତି ସାଙ୍ଘାତିକ ଅଭିଯୋଗ ଦେଖନ୍ତୁ କଣ ହେଲା ଅଭିଯୋଗ

 
Special report
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ସରକାରୀ ଚାକିରୀ ଦେଖି ପାରିବାର ଲୋକେ ପୁଅକୁ ବାହା ଦେଇଥିଲେ। କିନ୍ତୁ ଶେଷରେ ଯୌ-ତୁ-କ ନି-ର୍ଯା-ତ-ନା କେସରେ ଫସେଇ ଦେଇଥିଲେ। ସରକାରୀ ଚାକିରୀ କରିଥିଲେ ଆଉ ସେଥିପାଇଁ ଘରକୁ ବାହା ହେଇ ଭଲ ବୋହୂଟିଏ ଆଣିଥିଲେ।
ଆଉ ସରକାରୀ ଚାକିରୀ କରିଥିବା ହୋଉ ବା ଝିଅର କିଛି ତୃପ୍ତି ପାଇଁ ଶଶୁର ଘର ଲୋକେ ଜବରଦସ୍ତ ୨ଲକ୍ଷ ଚେକ୍ ଏବଂ ୨ ଲକ୍ଷ ଆକାଉଣ୍ଟରେ ଟ୍ରାସଫର୍ କରିଥିଲେ।
ଯାହାକି ସେ ମଧ୍ୟ ଗ୍ରହଣ କରିବା ପାଇଁ ଅରାଜି ଥିଲେ।କିନ୍ତୁ ଆଉ କିଛିଦିନ ପରେ ଶାଶୁ ଘର ଲୋକେ ଝିଅର ବା ସ୍ତ୍ରୀ ଏପରି କିଛି ସଂପର୍କ ବିଷୟରେ ଜାଣିବା ପାଇଁ ଚେଷ୍ଟା କଲେ ଆଉ ଯାହାକୁ ନେଇ ଘରେ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା। 
ଆଉ ପରବର୍ତ୍ତୀ ସମୟରେ ସେଇ ସ୍ତ୍ରୀ ବା ସେଇ ଝିଅ ଓଲଟା ସ୍ଵାମୀ ବିରୁଦ୍ଧରେ ଅଭିଯୋଗ କରିଛନ୍ତି। ଆସନ୍ତୁ ଏବେ ଜାଣିବା ସେହି ବ୍ୟକ୍ତି ବା ସ୍ଵାମୀ ଜଣକ ଗଣମାଧ୍ୟମ ଆଗରେ ତାଙ୍କର ପ୍ରତିକ୍ରିୟା କ'ଣ ଦେଇଛନ୍ତି।
ବ୍ୟକ୍ତି ଜଣକ ଏକ ସରକାରୀ ଚାକିରୀ କରିଛନ୍ତି। ବ୍ୟକ୍ତି ଜଣଙ୍କର ବାପା ନାହାଁନ୍ତି ମାଆ ଆଉ ଭାଇ ଭାଉଜ ବାହାରେ ରୁହନ୍ତି ବୋଲି କହିଛନ୍ତି। ବ୍ୟକ୍ତି ଜଣକ ପରିବାର ଲୋକଙ୍କ ଇଚ୍ଛାରେ ହିଁ ଆରେଞ୍ଜେ ମ୍ୟାରେଜ କରିଥିଲେ।
ମ୍ୟାରେଜ ପରେ ସବୁ ଠିକଠାକ ଚାଲିଥିଲା ଆଉ ତା'ପରେ ମ୍ୟାରେଜର ସାତ ଦିନ ପରେ ବ୍ୟକ୍ତି ଜଣକ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ତ୍ରୀ ଅନ୍ଯ ପୁରୁଷଙ୍କ ସହିତ ସଂପର୍କ ଥିଲା। 
ଆଉ ତା'ପରେ ସବୁକିଛି ସମାଧାନ କରି ବ୍ୟକ୍ତି ଜଣଙ୍କ ପରିବାର ଆଗକୁ ବଢେଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ସ୍ତ୍ରୀ ଜଣକ ବ୍ୟକ୍ତିଙ୍କ ସହିତ ଖାପଖୁଆଇ ଚଳିପାରିଲେ ନାହିଁ।
ଆଉ କିଛିଦିନ ଗଲାପରେ ତାଙ୍କ ସ୍ତ୍ରୀ ଘରଛାଡ଼ି ଚାଲିଗଲେ ପୁଣି କିଛିଦିନ ଗଲାପରେ ବ୍ୟକ୍ତି ଜଣକ ତାଙ୍କୁ ଆଣିବା ପାଇଁ ଯାଇଥିଲେ ଏବଂ ସ୍ତ୍ରୀ ଜଣକ ମଧ୍ୟ ତାଙ୍କ ସହିତ ଆସିବା ପାଇଁ ରାଜିଥିଲେ।
ଆଉ ସେହି ସମୟରେ ସ୍ତ୍ରୀ ଜଣକ ଗାଡିରୁ ଡିଆଁ ମାରି ତାଳେ ପଡ଼ିଯାଇଥିଲା ଯାହା ଫଳରେ ସେ ବେହସ ହେଇଯାଇଥିଲେ।
ଆଉ କୋମାରେ ମଧ୍ୟ ପଡ଼ିଥିଲେ ତାଙ୍କୁ ଲୋକାଲ ହସ୍ପିଟାଲରେ ଟ୍ରିଟମେଣ୍ଟ କରିବା ପରେ ପ୍ରାଇଭେଟ ବଡ ହସ୍ପିଟାଲରେ ବ୍ୟକ୍ତି ଜଣକ ଚିକିତ୍ସା କରାଇଥିଲେ। 
ଆଉ ମଧ୍ୟ ବ୍ୟକ୍ତି ଜଣକ କହିଛନ୍ତି ସେଇ ୨ ଲକ୍ଷ ଟଙ୍କା ଏବେ ବି ଆକାଉଣ୍ଟରେ ଅଛି ଯାହା ତାଙ୍କ ସ୍ତ୍ରୀ ପଛରେ ଖର୍ଚ୍ଚ ହେଉଛି ସେ ସେଥିରୁ ଖର୍ଚ୍ଚ କରୁଛନ୍ତି।
ଆଉ ମଧ୍ୟ ବ୍ୟକ୍ତି ଜଣକ କହିଛନ୍ତି ଝିଅର ବାପା ଘର ଲୋକେ ତାଙ୍କ ଖୁସିରେ ହିଁ ବୁଲେଟ ଦେଇଥିଲେ। ଏବଂ ଝିଅ ଘର ଲୋକେ ତାଙ୍କ ବଡ ଝିଅ ଥାଉ ଥାଉ ତାଙ୍କ ସାନ ଝିଅକୁ ମ୍ୟାରେଜ କରାଇଥିଲେ ବୋଲି କହିଛନ୍ତି ବ୍ୟକ୍ତି ଜଣକ।
ବ୍ୟକ୍ତି ଜଣକ କହିଛନ୍ତି ତାଙ୍କୁ ଏବେ ନ୍ୟାୟ ଦରକାର। ତାଙ୍କ ମାଆ ନା'ରେ ଯୋଉ ମିଥ୍ୟା ଅଭିଯୋଗ କରିଛନ୍ତି।
ବ୍ୟକ୍ତି ଜଣକ ସବୁ କିଛି କଲେ ଟ୍ରିଟମେଣ୍ଟ କଲେ ତାଙ୍କ ମା ମଧ୍ୟ ସବୁକିଛି ଦାୟିତ୍ଵ ନେଇ ଫିଜିଓଥେରାପି କଲାପରେ ବି ମିଥ୍ୟା ଅଭିଯୋଗ ଦେଇ ଯୋଉ କେସ କରିଛନ୍ତି ଗୋଟିଏ ଗୁହାରି ଯେ ତାଙ୍କୁ ଯଥାଶୀଘ୍ର ନ୍ୟାୟ ମିଳୁ।