Movie prime

ପ୍ରତିଶ୍ରୁତି ଦେଇ ପ୍ରତିଶ୍ରୁତି ରଖିଲେ ସରପଞ୍ଚ ଦେଖନ୍ତୁ କଣ କଲେ ଯେ ସମସ୍ତେ ଖୁସି ହେଇଯିବେ

 
Sarapancha
ସରପଞ୍ଚ ହେବା ଏତେ ସହଜ ନୁହେଁ। କାରଣ ସରପଞ୍ଚର ଅନେକ ଦାୟିତ୍ଵ ରହିଥାଏ। ତେଣୁ ସେ ଦାୟିତ୍ଵ କିପରି ସଠିକ୍ ଭାବରେ କରାଯାଇ ପାରିବ ସେଇଥିପାଇଁ ଜଣେ ସଠିକ୍ ସରପଞ୍ଚ ରହିବା ନିହାତି ଆବଶ୍ୟକ।
ସରପଞ୍ଚ ପଞ୍ଚାୟତର ମୁଖ୍ୟ କର୍ଯ୍ୟପାଳ ରୂପେ ଦାୟିତ୍ଵ ତୁଲାଇବେ। ସେ ଗ୍ରାମସଭା ଏବଂ ପଞ୍ଚାୟତ ବୈଠକଗୁଡ଼ିକୁ ନିୟମିତ ଡକାଇବେ ଓ ପ୍ରସ୍ତାବ ଗୁଡ଼ିକୁ କାର୍ଯ୍ୟକାରୀ କରିବେ। ଗ୍ରାମପଞ୍ଚାୟତ ତରଫରୁ ଆବଶ୍ୟକ ପ୍ରତିଶ୍ରୁତି ଦେବା ସହ ଚୁକ୍ତିପତ୍ରରେ ସାକ୍ଷାର କରିଥାଆନ୍ତି।
ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଲୋକଙ୍କ ପାଇଁ କିଛି ଏମିତି କଲେ ସରପଞ୍ଚ, ଜନପ୍ରତିନିଧି ନିର୍ବାଚନ ସମୟ ଆସିଲେ ଜନସାଧାରଣଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ହେଲେ ନିର୍ବାଚନ ବୈତରଣୀ ପାର୍ କଲାପରେ ଭୁଲିଯାନ୍ତି ଦେଇଥିବା ସମସ୍ତ ପ୍ରତିଶୁର୍ତି।
ଏପରିକି ପ୍ରତିଶ୍ରୁତି ଦେଇ ପୂରଣ କରିବା ବଦଳରେ ସାଧାରଣ ଭୋଟର୍ ଙ୍କ ଠାରୁ ଦୂରେ ରୁହନ୍ତି। ତେବେ ଏପରି ସମୟରେ ଜଣେ ସରପଞ୍ଚ ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରି ଅପହଞ୍ଚ ଅଞ୍ଚଳରେ ପିଡିଏସ୍ ଚାଉଳ ପହଞ୍ଚାଇ ଚର୍ଚ୍ଚାର କେନ୍ଦ୍ରରବିନ୍ଦୁ ପାଲଟିଛନ୍ତି।
କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ ବୋଲାଣି ପଞ୍ଚାୟତ ଅନ୍ତର୍ଗତ କିରୀପୁରୁ ହିଲ୍ଟ ବୋଲାଣି ପଞ୍ଚାୟତର ପିଡିଏସ୍ ସାମଗ୍ରୀ ବଣ୍ଟନ କେନ୍ଦ୍ର ଠାରୁ ,୧୫ କିଲୋମିଟର ଦୂର ପାହାଡ ପର୍ବତ ଘେରା ଏହି ଅଞ୍ଚଳର ୩୦୦ରୁ ଉର୍ଦ୍ଧ୍ବ ପରିବାର ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇ, ଘାଟି ରାସ୍ତାରେ ଆସି ଖରା ବର୍ଷା ଶୀତରେ ଚାଲି ଚାଲି ଆସି ଚାଉଳ ଟିକିଏ ପାଇଁ ଦୀର୍ଘ ୧୫ କିଲୋମିଟର ରାସ୍ତା ଅତିକ୍ରାନ୍ତ କରିଥାନ୍ତି।
ଗରିବ ଶ୍ରେଣୀର ଲୋକଙ୍କ ପାଇଁ ବସ୍ତା ପ୍ରତି ୫୦ ଟଙ୍କା ଭଡ଼ା ଦେଇ ଚାଉଳ ଘରକୁ ନେଇଆସାନ୍ତି। ସରକାର ୧ ଟଙ୍କାରେ ଚାଉଳ ଯୋଗଇଦଉଥିବା ବେଳେ ଗରିବ ହିତାଧିକରୀ ପାଖରେ ଏହି ଚାଉଳ ପହଞ୍ଚିବା ପାଇଁ ଏହାର ମୂଲ୍ୟ ଢେର୍ ଅଧିକ ହୋଇପଡିଥାଏ। 
ଏହା ଯୋଗୁଁ ଗରିବ ଶ୍ରେଣୀର ଲୋକମାନଙ୍କ ପାଇଁ ଘୋଡ଼ା ଛଅ ଟଙ୍କାକୁ ଦାନ ନଅ ଟଙ୍କା ଭଳିଆ ହୋଇଥାଏ। ତେବେ ଦୀର୍ଘବର୍ଷ ପରେ ସ୍ଥାନୀୟ ଲୋକଙ୍କ ଦାବି ପୂରଣ ହୋଇଛି। ଆଜି ଉପାନ୍ତ କିରୀପୁରୁ ହିଲ୍ଟରେ ବୋଲାଣି ପଞ୍ଚାୟତର ସରପଞ୍ଚ ମୁଗାମୁଣ୍ଡାଙ୍କ ପ୍ରଚେଷ୍ଟାର ଏକ ପିଡିଏସ୍ ସାମଗ୍ରୀ ବଣ୍ଟନ କେନ୍ଦ୍ର ଉଦଘାଟନ ହୋଇପାରିଛି।
ଏହି ଉଦଘାଟନ ଉତ୍ସବରେ ଯୋଡା ବ୍ଲକ୍ ଚେୟାରମ୍ୟାନ୍ କୋବିନ୍ଦ୍ରର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ, ଏହି ପିଡିଏସ୍ ସାମଗ୍ରୀ ବଣ୍ଟନକେନ୍ଦ୍ରକୁ ଉଦଘାଟନ କରିଥିଲେ।