Movie prime

SBI ଗ୍ରାହକ ମାନଙ୍କ ପାଇଁ ଆସିଲା ବଡ ଖୁସି ଖବର ଯାହା ଦ୍ଵାରା ଆପଣ ପାଇ ପାରିବେ ଏହି ସବୁ ସୁବିଧା ଦେଖନ୍ତୁ କେଉଁ କେଉଁ ଲାଭ ଦେବ SBI

 
VIRAl News
ଏସ ବି ଆଇ ଗ୍ରାହକ ମାନଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର। ଯଦି ଆପଣ ଜଣେ ଏସ ବି ଆଇ ଗ୍ରାହକ ହୋଇଥିବେ ଅର୍ଥାତ୍ ଆପଣଙ୍କର ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ରେ ଆକାଉଣ୍ଟ୍ ରହିଛି ତେବେ ଜାଣି ରଖନ୍ତୁ ଆସୁଛି ଏକ ନୂଆ ସୂଚନା।
ଯାହା ମଧ୍ୟ ଆପଣଙ୍କ ପାଇଁ ତାହା ହେଉଛି ବହୁତ ବଡ଼ ଖୁସି ଖବର।ଆଉ ବର୍ତ୍ତମାନ ଯେଉଁ ନିୟମ ହୋଇଛି ସେଥିରେ ଆପଣ ମାନେ ପାଇବେ ଅଧିକ ଲାଭ।
ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ ବି ଆଇ ପକ୍ଷରୁ ବ୍ୟାଙ୍କ ଗୁଡ଼ିକ ମଧ୍ୟରୁ ସୁଧ ହାର ବୃଦ୍ଧି କରିବା ଆରମ୍ଭ କରିଛନ୍ତି। ଲୋନ ଉପରେ ସୁଧ ହାର ବଢିବା ବ୍ୟତୀତ ଜମା ରାଶି ଉପରେ ମଧ୍ୟ ସୁଧ ହାର ବୃଦ୍ଧି କରାଯାଇଛି।
ଅର୍ଥାତ୍ ଗ୍ରାହକ ଙ୍କୁ ନିଜର ଜମା ରାଶି ଉପରେ ଅଧିକ ସୁଧ ମିଳିବ।ଏହା ମଧ୍ୟରେ ସାର୍ବଜନୀନ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଅର୍ଥାତ୍ ଏସ ବି ଆଇ ରେ ସୁନିଶ୍ଚିତ ଜମା ରାଶି ଉପରେ ମିଳୁଥିବା ସୁଧ ହାର ବୃଦ୍ଧି କରିଛି।
କେନ୍ଦ୍ରୀୟ ବ୍ୟାଙ୍କ ର ନୂତନ ଦର ଜୁଲାଇ ୧୫ ରୁ ଲାଗୁ ହୋଇଛି।ବ୍ୟାଙ୍କ ଦୁଇ କୋଟି ରୁ କମ୍ ଥିଲେ ଏହା ଉପରେ ସୁଧ ହାର ବଢାଇଛନ୍ତି।
ବ୍ୟାଙ୍କ ଏକ ବର୍ଷରୁ ଏବଂ ଦୁଇ ବର୍ଷରେ କମ୍ ସମୟ ରେ ମେଚୋର ହୋଇଥିବା ଜମା ରାଶି ଉପରେ ସୁଧ ହାର ବୃଦ୍ଧି କରିଛନ୍ତି।ତେବେ ଏହା ୭ ଦିନରୁ ୪୫ ଦିନ ମଧ୍ୟରେ ମେଚୋର ହୋଇଥିବା ଫିକ୍ସଡ ଡିପୋଜିଟ୍ ଉପରେ ସୁଧ ହାର ୩.୫୦ ପ୍ରତିଶତ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଅର୍ଥାତ୍ ଏସ ବି ଆଇ ରଖିଛି।
ବ୍ୟାଙ୍କ ୪୬ ଦିନରୁ ୧୭୯ ଦିନରେ ମେଚୋର ହୋଇଥିବା ସୁଧ ହାର ଉପରେ ୪ ପ୍ରତିଶତ ସୁଧ ହାର ଦେବା ଜାରି ରଖିଛି।ସେହିପରି ୧୮୦ ଦିନରୁ ୨୧୦ ଦିନ ପର୍ଯ୍ୟନ୍ତ ମେଚୋର୍ ହୋଇଥିବା ଜମା ରାଶି ଉପରେ ଏସ ବି ଆଇ ୪.୨୫ ପ୍ରତିଶତ ସୁଧ ହାର କରିଛି।
ଏହା ସହିତ ୨୧୧ ଦିନରୁ ଏକ ବର୍ଷରୁ କମ୍ ସମୟ ରେ ହୋଇଥିବା ଫିକ୍ସଡ ଡିପୋଜିଟ୍ ଉପରେ ବ୍ୟାଙ୍କ ନିଜର ସୁଧ ହାର ୪.୫୦ ପ୍ରତିଶତ ସୁଧ ହାର ରଖିଛି।