Movie prime

ସ୍କୁଲବ୍ୟାଗ୍ ରେ ଚାଲିଥିଲା ଗ-ଞ୍ଜେ-ଇ ଚାଲାଣ ଦେଖନ୍ତୁ କେମିତି ଚାଲିଥିଲା କାରବାର

 
Special Report
ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ପୁଣିଥରେ ଲମତାପୁଟ ପୋଲିସ ଙ୍କୁ ବଡ଼ ସଫଳତା ମିଳିଛି।ଅଭିନବ ଉପାୟରେ ସ୍କୁଲ୍ ବ୍ୟାଗ୍ ରେ ଗଞ୍ଜେଇ ଚୋର ଚାଲାଣ ବେଳେ ଲମତା ପୁଟ ପୋଲିସ ଧରି ନେଇଛନ୍ତି।
ଲମତା ପୁଟ ରୁ ବାହାର ରାଜ୍ୟରୁ ଗଞ୍ଜେଇ ଚୋର ଚାଲାଣ ବେଳେ ଏକ ଛକ ନିକଟରେ ପୋଲିସ ସେମାନଙ୍କୁ ଗିରଫ କରିଥିଲେ। ପେଟ୍ରୋ ଲିଂ କରୁଥିବା ସମୟରେ ଛକରେ ଚାରି ଜଣ ବ୍ୟକ୍ତି ଙ୍କୁ ଦେଖିଥିଲେ।
ସେମାନେ ସ୍କୁଲ୍ ବ୍ୟାଗ୍ କାନ୍ଧ ରେ ପକାଇ ବସ୍ ଅପେକ୍ଷା ରେ ଥିବା ବେଳେ ପୋଲିସ ବ୍ୟାଗ୍ ଗୁଡ଼ିକ ଯାଞ୍ଚ କରିବାରୁ ବ୍ୟାଗ୍ ଭିତରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା। ବ୍ୟାଗ୍ ରୁ ୨୨ କେଜି ଗଞ୍ଜେଇ ଥିବା ବେଳେ ଚାରି ଜଣଙ୍କୁ ଲମତାପୁଟ ପୋଲିସ ଗିରଫ କରିଛନ୍ତି।
ଏହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ରୁ ଅଧିକ ଟଙ୍କା ହେବ ବୋଲି ପୋଲିସ କହୁଥିବା ବେଳେ ଅଭିଯୁକ୍ତ ଙ୍କୁ ପଚରାଉଚରା କରୁଥିବା ପରେ ସ୍ଥାନୀୟ ଲୋକ ମାନଙ୍କ ଠାରୁ କିଣୁଥିବା କହିଥିଲେ।
ସଂପୃକ୍ତ ଥିବା ସ୍ଥାନୀୟ ତିନି ଜଣ ଯୁବକ ଙ୍କୁ ପୋଲିସ ଅଟକ ରଖିଛନ୍ତି।ଏହି ଘଟଣା ଟି ବିଷୟରେ ଜାଣିବା ପରେ ପୋଲିସ ତଦନ୍ତ କରୁଛନ୍ତି। ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ
 ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଲମତାପୁଟ ପୋଲିସ ପୁଣିଥରେ ସଫଳତା ପାଇଛି।ଆଗରୁ ବହୁତ ମାମଲା ସାମ୍ନାକୁ ଆଣିଛି।ବର୍ତ୍ତମାନ ଏହି ଘଟଣା ଟି ମଧ୍ୟ ବହୁତ ଚତୁରତାର ସହିତ ସାମ୍ନାକୁ ଆଣିଛନ୍ତି।
ସେହି ଚାରି ଜଣ ଅଭିଯୁକ୍ତ ଙ୍କୁ ପୋଲିସ ଧରିବେ ବୋଲି ବହୁତ ଚେଷ୍ଟା କରିଥିଲେ।ଚାରି ଜଣଙ୍କ ଭିତରୁ ରଞ୍ଜିତ ରାମ ଆଉ ସୋନୁ ରାମ ବିହାର ର ବାସିନ୍ଦା ହୋଇଥିବା ବେଳେ ଆଇ ଦୁଇ ଜଣ ସନ୍ଦୀପ ଆଉ ସୁମିତ ଅଟନ୍ତି।
ସେମାନେ ବ୍ୟାଗ୍ ରେ ଗଞ୍ଜେଇ ନେବା ସମୟରେ ଧରା ପଡି ଯାଇଛନ୍ତି।ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।ଦର୍ଶକ ମାନେ ଏହି ଘଟଣା ଦେଖିବା ପରେ ବହୁତ ଖୁସି ହୋଇଛନ୍ତି।