Movie prime

ଶ୍ରୀକ୍ଷେତ୍ର ମାଙ୍କଡ଼ ପାଳୁଛି କାର୍ତ୍ତିକ ବ୍ରତ ଦେଖନ୍ତୁ ଏହି Special Report

 
Viral News
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ଦେଶ, ବିଦେଶ, ରାଜ୍ୟ, ଜିଲ୍ଲା, ସବୁ ଅଞ୍ଚଳ ଏବଂ ସବୁ ତୀର୍ଥସ୍ଥଳ ବିଷୟରେ ମଧ୍ୟ ଅନେକ ଖବର ଜାଣି ପାରୁଥିବେ ।
ଏହି ଭିଡିଓରେ ଆପଣମାନେ ଏଭଳି କିଛି ଦୃଶ୍ୟ ଦେଖିପାରିବେ ଯାହା ଦେଖିଲେ ଆପଣ ଜାଣିପାରିବେ କି ମନରେ ଭକ୍ତିଭାବ ଥିଲେ ସେ ମଣିଷ ହୁଅନ୍ତୁ ବା ଅନ୍ୟାନ୍ୟ ଜୀବ ସେ ଭଗବାନଙ୍କ ପାଇଁ ସବୁକିଛି କରିପାରେ । 
ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି କାର୍ତ୍ତିକ ମାସର ମହାନ୍ ବ୍ରତ ଗୋଟିଏ ବୁଢ଼ା ପାତି ମାଙ୍କଡ ପାଳନ କରୁଛି । ସେ ବି ଭଗବାନଙ୍କୁ ଦର୍ଶନ କରି ପୁଣ୍ୟ ଅର୍ଜନ କରିବାକୁ ଚାହେଁ । ପୁରୀ ଶ୍ରୀମନ୍ଦିର ଠାରୁ କଟକ ଜିଲ୍ଲାରେ ଥିବା ସ୍ବାମୀ ଅଚ୍ୟୁତାନନ୍ଦଙ୍କ ମନ୍ଦିର ନେମାଳ ଯାହାର ଦୂରତା ହେବ ୧୨୦ କିଲୋମିଟର ।
ଏହି ରାସ୍ତାରେ ପ୍ରଭୁଙ୍କ ଦର୍ଶନ ପାଇଁ ଗୋଟିଏ ପାତି ମାଙ୍କଡ ଦୌଡ଼ିକି ଡେଇଁ କି ନୁହେଁ ବରଂ ଚାଲି ଚାଲି ଆସୁଛି । ଆଉ ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।
କେତେ ଯେ ଟାଣ ଖରା ହେଉଛି ତଥାପି ବୁଢା ପାତି ମାଙ୍କଡଟି ଚାଲି ଚାଲି ପ୍ରଭୁ ଅଚ୍ୟୁତାନନ୍ଦଙ୍କ ପାଖକୁ ଯାଉଛି । ସେଠାରେ ପହଞ୍ଚି ମାଙ୍କଡ ପାଳିବ କାର୍ତ୍ତିକ ମାସ । ଏହି ମାଙ୍କଡ ପୁରୀରେ ରୁହେ ଆଉ ସେ କାର୍ତ୍ତିକ ମାସ ପାଳନ କରିବା ପାଇଁ ନେମାଳ ଆସିଥାଏ ।
ଆଜିକୁ ୪ ରୁ ୫ ବର୍ଷ ହେବ ଏହି ମାଙ୍କଡ ଚାଲି ଚାଲି ଆସିଥାଏ । କେବଳ ମଣିଷମାନେ କାର୍ତ୍ତିକ ମାସ ପାଳନ କରନ୍ତି ନାହିଁ ।ଏହି ବୃଦ୍ଧ ପାତି ମାଙ୍କଡକୁ ଦେଖିଲେ ଅନେକ ଭାବନା ଆସିଥାଏ । ଏହି ମାଙ୍କଡକୁ ରାସ୍ତାରେ ଫଳ ମୂଳ ଦେଲେ ମଧ୍ୟ ସେ ଗ୍ରହଣ କରନ୍ତି । 
ଏହି ବୃଦ୍ଧ ମାଙ୍କଡଟି ପ୍ରତିବର୍ଷ କାର୍ତ୍ତିକ ମାସରେ ପୁଣ୍ୟ ଅର୍ଜନ କରିବା ପାଇଁ ପୁରୀରୁ କଟକ ଜିଲ୍ଲା ସାଲେପୁର ଦେଇ ଚିତ୍ରୋତ୍ପଳା ନଦୀବନ୍ଧ ଦେଇ ପ୍ରଭୁ ଅଚ୍ୟୁତାନନ୍ଦଙ୍କ ସ୍ଥାନ ନେମାଳରେ ପହଞ୍ଚିଥାଏ ।
ଦୀର୍ଘ ୮ ବର୍ଷ ହେଲା ଏହି ପାତି ମାଙ୍କଡ ନେମାଳକୁ ଆସିଥାଏ । ଆଉ ବାଟରେ ଫଳମୂଳ ଦେଲେ ଗ୍ରହଣ କରିଥାଏ । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । ଏହି ବୃଦ୍ଧ ପାତି ମାଙ୍କଡକୁ ଦେଖି ସମସ୍ତଙ୍କ ମନରେ ଐଶ୍ୱରୀୟ ଭାବନା ଆସିଥାଏ ।