ଅଧିକ ପହଡ଼ ପଡ଼ିବା କାରଣରୁ ଆଜି ହେଲାଣି ଏମିତି ଅବସ୍ଥା ଦେଖନ୍ତୁ ସାମ୍ନାକୁ ଆସିଲା ଶ୍ରୀ ମନ୍ଦିର ଭିତର ଖବର କେମିତି ମୂଷା ଅସରପା ସାଜିଛନ୍ତି ବିପଦ
Sun, 22 Jan 2023

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଶ୍ରୀ ଜଗନ୍ନାଥ ଙ୍କ ଶ୍ରୀମନ୍ଦିର ବିଷୟରେ ବର୍ତ୍ତମାନ୍ ସମୟରେ ଏଭଳି କିଛି ତଥ୍ଯ ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।
ଆଜ୍ଞା ହଁ ଜଣେ ବ୍ୟକ୍ତି କହିଛନ୍ତି କି ଶ୍ରୀମନ୍ଦିର ର ପହଡ଼ ପଡ଼ିବାରୁ ଗର୍ଭ ଗୃହର ଲାଇଟ୍ ମଧ୍ୟ ବନ୍ଦ୍ ରହୁଛି। ଯାହାଫଳରେ କି ଗର୍ଭ ଗୃହରେ ମୂଷା ଓ ଅସରପା ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶ୍ରୀ ଅଙ୍ଗ ରେ ନିଶ୍ଚିତ ଭାବରେ କ୍ଷତି ହୋଇଛି ବୋଲି ସେ କହିଛନ୍ତି।
ଏହାର ପ୍ରତିକାର ବନ୍ଦବ୍ୟସ୍ତ ଚାଲିଛି ବୋଲି ମଧ୍ୟ ବ୍ୟକ୍ତି ଜଣକ କହିଛନ୍ତି। ମୂଷା ଓ ଅସରପା ମାନଙ୍କୁ ଜଗିବା ପାଇଁ ଯେଉଁ ସେବାୟତ ମାନଙ୍କ ନିଯୁକ୍ତି ହୋଇଥିଲା ସେ ସମୟ ସମୟରେ ଜଗିବା ସହ କିଛି ସମୟରେ ମଧ୍ଯ ସେମାନେ ଜଗି ନଥାନ୍ତି।
ହେଲେ ବର୍ତ୍ତମାନ୍ ଏହି ଅସରପା ଓ ମୂଷା ବଢ଼ିବା କାରଣରୁ ସେମାନେ ଜଗିବା ସହ ତାଙ୍କୁ ବାହାର କରିବାକୁ ମଧ୍ଯ ତାଙ୍କର ପାରୁ ପର୍ଯ୍ୟନ୍ତ ଚେଷ୍ଟା ଚଳାଇଛନ୍ତି।
ଏହା ସହ ଦଇତାପତି ମାନେ ଶ୍ରୀ ଅଙ୍ଗ ରେ ଯାହା ସବୁ କ୍ଷତି ହୋଇଛି ତାହାକୁ ମଧ୍ଯ ସେମାନେ ମରାମତି କରିବେ ବୋଲି ଜଣା ପଡ଼ିଛି। ଏସବୁ ଆକ୍ରମଣ ହେବାର କାରଣ ହେଉଛି ଜଗନ୍ନାଥ ମନ୍ଦିର ଆଗରୁ ଏତେ ପହଡ଼ ହେଉ ନଥିଲା।
ଆଗରୁ ଶ୍ରୀ ଜଗନ୍ନାଥ ଙ୍କ ନୀତି ଡେରି ଡେରି ରେ ହେଉଥିଲା , ସେଥିପାଇଁ ଶ୍ରୀମନ୍ଦିର ରେ ପହଡ଼ ମଧ୍ଯ ହେଉ ନଥିଲା। ଲାଇଟ୍ ମଧ୍ଯ ଲାଗିକି ରହୁଥିଲା ଯାହାଦ୍ଵାରା ଅସରପା ଓ ମୂଷା ମାନେ ଭୟବୀତ ହୋଇ ରହୁଥିଲେ।
ଏବେ ଅନେକ ମାତ୍ରାରେ ପହଡ଼ ହେଉଛି। ସେଥି ପାଇଁ ଶ୍ରୀମନ୍ଦିର ର ଭିତର ଗୃହ ମଧ୍ୟ ପହଡରେ ରହୁଛି ଏବଂ ଘର ଅନ୍ଧାର ମଧ୍ୟ ରହୁଛି। ଏଥି ପାଇଁ ସେହି ସବୁ ଜୀବ ମାନଙ୍କର ଏବେ ଉତ୍ପାତ ମଧ୍ୟ ବେଶ ବଢ଼ି ଯିବାରେ ଲାଗିଛି।
ଏହାପାଇଁ ଏତେ ମଧ୍ଯ ଭାୟବିତ ହେବାର କୌଣସି କାରଣ ନାହିଁ। କାରଣ ଏଥି ପାଇଁ ସରକାର ମଧ୍ଯ ବ୍ୟବସ୍ଥା କରୁଛନ୍ତି ବୋଲି ବ୍ୟକ୍ତି ଜଣକ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି।