Movie prime

ପ୍ରେମିକ ଆଉ ସ୍ତ୍ରୀ ମିଶି ସ୍ବାମୀ କୁ କା ଟି ପକେଇଲେ….

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଆପଣଙ୍କୁ ଏଭଳି ଏକ ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
ସେହି ଘଟଣା ହେଉଛି ସ୍ଵାମୀ କାମ କରିବାକୁ ମଝିରେ ମଝିରେ ତାଙ୍କ ଗ୍ରାମକୁ ଯାଆନ୍ତି ଆଉ ତାହାରି ସୁଯୋଗ ନେଇ ସ୍ତ୍ରୀ ଲିଜା ଦାସ୍ ବଣିଆ ଗ୍ରାମର ଯୁବକ ରବିଦ୍ର ଦାସ୍,
ଯିଏ କି ଥିଲେ ତାଙ୍କର ପୁରୁଣା ପ୍ରେମିକ ତାଙ୍କ ସହ ସେ ମିଳାମିଶା କରନ୍ତି। ସ୍ଵାମୀ ଫେରିଲେ ସ୍ତ୍ରୀ ଙ୍କ ମୀଳା ମିଶା କରିବାକୁ ଅସୁବିଧା ହୁଏ।
ଏଥିପାଇଁ ରବିଦ୍ର ଓ ଲିଜା ଚିନ୍ତା କଲେ ଯଦି ସବୁ ଦିନ ପାଇଁ ସ୍ଵାମୀ ଶମ୍ଭୁନାଥ ଙ୍କୁ ହଟାଇ ଦିଆ ଯାଏ ତେବେ ନିଶ୍ଚିତ ଭାବରେ ଭଲ ହେବ। ଏହାପରେ ତାଙ୍କୁ ମାରିବାକୁ ଯୋଜନା ମଧ୍ଯ କରିଥିଲେ।
ଗତ କାଲି ଭୋର ସମୟରେ ରଵିଦ୍ର ଓ ସ୍ତ୍ରୀ ଲିଜା ମିଶି ଶମ୍ଭୁନାଥ ଙ୍କୁ କଟୁରିରେ ହାଣି ପକାଇଥିଲେ। ରକ୍ତ ଯୁଡୁବୁଡୁ ଅବସ୍ଥାରେ ସ୍ଵାମୀ ଜଣକ କୌଶଳ କ୍ରମେ ବାହାରକୁ ଚାଲି ଆସି ଗ୍ରାମ ଲୋକଙ୍କୁ ଡକାଡକି କରିବା ସହ ଗ୍ରାମ ଲୋକ ତାଙ୍କୁ ଉଦ୍ଧାର କରିଥିଲେ।
ଏହାପରେ ତାଙ୍କୁ ମେଡିକାଲ ମଧ୍ଯ ପଠାଇ ଥିଲେ। ସ୍ତ୍ରୀ ର ପରକ୍ରୀୟା ପ୍ରୀତି ପାଇଁ ଏବେ ହଣା ଖାଇଛି ସ୍ଵାମୀ। ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା , ସାବରଙ୍ଗ ଥାନା ର ଏରଡ଼ା ଗ୍ରାମର ସ୍ତ୍ରୀ ଲିଜା ଦାସ୍ ,
ବାସୁଦେବପୁର ଥାନା ଅଧୀନ କମାର ଗ୍ରାମର ସ୍ଵାମୀ ଶମ୍ଭୁନାଥ ଦଳାଇ ଙ୍କୁ ବିବାହ କରିଥିଲେ। ବିବହ ର କିଛି ବର୍ଷ ପରେ ସ୍ଵାମୀ ସ୍ତ୍ରୀ ଲିଜା ଙ୍କ ସହ ତାଙ୍କ ଶଶୁର ଘରେ ରହିଥିଲେ। ସ୍ଵାମୀ ମଧ୍ଯ କାମ କରିବାକୁ ମଝିରେ ମଝିରେ ତାଙ୍କ ଗ୍ରାମକୁ ଯାଆନ୍ତି।
ଏହାର ସୁଯୋଗ ମଧ୍ଯ ନେଇ ସ୍ତ୍ରୀ ତାର ପୁରୁଣା ପ୍ରେମିକା ସହ ମିଳାମିଶା ମଧ୍ୟ କରନ୍ତି। ଆଉ ଏବେ ଏହି ଘଟଣା ଏତେ ଗୁରୁତର ହେଲା କି ଏହି ଘଟଣା ଏଭଳି ରୂପ ନେଲା। ସ୍ଵାମୀ ମଧ୍ଯ ଏବେ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି।
ରବୀନ୍ଦ୍ର ମଧ୍ଯ ଘଟଣା ସ୍ଥଳରୁ ଚମ୍ପଟ୍ ମାରି ଯାଇଛନ୍ତି। ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରି ସ୍ତ୍ରୀ ଲିଜା କୁ ଥାନାକୁ ଆଣିଥିଲେ। ଏହାପରେ ମୋବାଇଲ୍ କୁ ଟ୍ରାକ କରି ମଧ୍ୟ ରବୀନ୍ଦ୍ର କୁ ଗିରଫ କରାଯାଇଛି।