Movie prime

Sura Routray - ଚନ୍ଦ୍ର ଗ୍ରହଣରେ se-କ୍ସ୍ କଲେ ହା-ଣ୍ଡିକାପ ଛୁଆ ଜନ୍ମ ହେବେ ଆଉ ....

 
Special Report
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ବିଜ୍ଞାନ ଅନୁଯାୟୀ ଚନ୍ଦ୍ରଗ୍ରହଣ ଏକ ଜ୍ୟୋତିର୍ବିଜ୍ଞାନିକ ଘଟଣା ହୋଇପାରେ। କିନ୍ତୁ ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଏହା ପୌରାଣିକ ଘଟଣା ସହିତ ଜଡିତ। ଯାହା ନିଶ୍ଚିତ ଭାବରେ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷଙ୍କୁ ପ୍ରଭାବିତ କରିଥାଏ। ଭାରତରେ ଚନ୍ଦ୍ରଗ୍ରହଣ ସନ୍ଧ୍ୟା ପ୍ରାୟ ୫.୩୨ରୁ ଆରମ୍ଭ ହୋଇ ୬.୧୮ରେ ଶେଷ ହୋଇଛି। ଏହି ଗ୍ରହଣ ମୋଟ ୪୫ ମିନିଟ ଧରି ଜାରି ରହିଥିଲା। ଚନ୍ଦ୍ରଗ୍ରହଣର ୯ ଘଣ୍ଟା ପୂର୍ବରୁ ଅବଧି ଆରମ୍ଭ ହୁଏ, ଯାହା ଚନ୍ଦ୍ରଗ୍ରହଣ ଶେଷରେ ଶେଷ ହୁଏ। 
ସନାତନ ପରମ୍ପରା ଅନୁଯାୟୀ ଚନ୍ଦ୍ରଗ୍ରହଣ ସମୟରେ କିଛି କାର୍ଯ୍ୟ ନକରିବାକୁ ପରାମର୍ଶ ଦିଆଯାଇଥାଏ। ବନ୍ଧୁଗଣ ଆପଣମାନେ ଜାଣିଛନ୍ତି ଯେ ଆଜି ହେଉଛି ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ। ତେବେ ପୂର୍ବରୁ ଏଇ କିଛି ଦିନ ତଳେ ସୂର୍ଯ୍ୟଗ୍ରହଣକୁ ନେଇ ଆମ ପରମ୍ପରା ଓ ଧର୍ମକୁ ମାନୁଥିବା ଲୋକ ଓ ହେତୁବାଦୀମାନଙ୍କୁ ନେଇ ପରସ୍ପର ମଧ୍ୟରେ ଜୋର ସୋରରେ ଚାଲିଥିଲା ଆପେକ୍ଷ ଓ ବିରୋଧ। ଏମିତି କି ହେତୁବାଦୀମାନେ ସୂର୍ଯ୍ୟପରାଗ ଦିନ ରନ୍ଧାଖାଦ୍ୟ ଓ ଆମିଷ ଭକ୍ଷଣ କରିଥିଲେ।
ଯାହାକୁ ନେଇ ଖୁବ୍ ମାତ୍ରାରେ ସମାଲୋଚନା ହୋଇଥିଲା। ଏ କଥାକୁ ସହଜରେ ଗ୍ରହଣ କରିପାରିନଥିଲେ ଆମ ସଂସ୍କୃତିକୁ ମାନୁଥିବା ଲୋକମାନେ। ତେବେ ଏବେ ଗଣମାଧ୍ୟମ ଆଗରେ ସୁର ରାଉତ ହେତୁବାଦୀ ମାନଙ୍କୁ ଘରେ ଖାଇବା ପାଇଁ କହିଛନ୍ତି। ଏବଂ ବଜରଙ୍ଗି ଦଳ ଙ୍କୁ କହିଛନ୍ତି ହନୁମାନ ହେଉଛନ୍ତି ନିଷ୍ଠାପନ ଦେବତା। ତମେ ମାନେ ଯଦି ହନୁମାନ ଙ୍କୁ ପୂଜା କରୁଛ ତେବେ କାହିଁକି ବାଡିଆ ବାଡି କରୁଛ ବୋଲି ସୁର ରାଉତ କହିଛନ୍ତି। ଏବଂ କହିଛନ୍ତି ଆମ ପରମ୍ପରା ଜଗନ୍ନାଥ ପରମ୍ପରା। 
ଚନ୍ଦ୍ର ଗ୍ରହଣ ହେଉ କି ସୂର୍ଯ୍ୟ ପରାଗ ହେଉ ଆମେ ନିଷ୍ଠା ରେ ପାଳନ କରୁ। ଯେତେବେଳ ଗ୍ରହଣ ସରିବ ସେତେ ଯାଇ ଗାଧୁଆ ହେବ। ଆଉ ବସ୍ତ୍ର ମଧ୍ୟ ବାହାରେ ରଖିଥାଉ। ଏହି ସମୟ ଭିତରେ ଯଦି ଗରିଷ୍ଠ ଖାଦ୍ୟ ଖିଆ ଯିବ ତାହାଲେ ମୁଣ୍ଡ ବିନ୍ଧିବ, ପେଟ ରୋଗ ହେବ। ଏବଂ ସୁର ରାଉତ କହିଛନ୍ତି ଗ୍ରହଣ ସମୟରେ ଯଦି ସ୍ତ୍ରୀ ସହିତ ସେକ୍ସ ରଖାଯିବ ତେବେ ଦେଖିବ କାଲା ହେଉ କି କୁଜା ହେଉ ଗୋଟେ ହାଣ୍ଡିକ୍ରାପ ନିହାତି ଜନ୍ମ ହେବ।