Movie prime

ଭାରତର ଚିନ୍ତା ବଢିଲା ଆମେରିକା ପାକିସ୍ତାନ କୁ ଦେଲା ଏହିଭଳି ସାହାର୍ଯ୍ୟ ଦେଖନ୍ତୁ ଆମେରିକା କଣ ନେଲା ନିଷ୍ପତି

 
Special report
ଆମେରିକା ବର୍ତ୍ତମାନ ଭାରତର ଚିନ୍ତା ବଢାଇଛନ୍ତି।ପାକିସ୍ତାନ କୁ ଦେବେ ସାମରିକ ସହାୟତା। ବାଇଡେନ୍ ପ୍ରଶାସନ ରେ ଟ୍ରମ୍ ଙ୍କ ବିପରୀତ ନୀତି । ପାକିସ୍ତାନ କୁ ସାଢ଼େ ତିନି କୋଟି ଟଙ୍କା ସାମରିକ ସହାୟତା ପେଣ୍ଟା ଗନ୍ ଦେବ ବୋଲି ସୂଚନା ମିଳିଛି। ଏଫ୍ ୧୬ ଯୁଦ୍ଧ ବିମାନର ରକ୍ଷଣା ବେକ୍ଷଣ ଓ ଚଳାଚଳ ପାଇଁ ଏହି ସାମରିକ ପ୍ୟାକେଜ ଉର୍ଦିଷ୍ଠ। ଦିଫେନ୍ସ୍ ସିକୁରୁଟି କୋପ୍ରେସନ୍ ଏଜେନ୍ସି ଏହି ସମ୍ପର୍କ ରେ ଆମେରିକା କଂଗ୍ରେସ ଙ୍କୁ ଅବଗତ କରାଇଛନ୍ତି।
ଏହି ସହାୟତା ଦ୍ଵାରା ବର୍ତ୍ତମାନ ଓ ଭବିଷ୍ୟତ ରେ ଆତଙ୍କବାଦ ମୁକାବିଲା ପାଇଁ ପାକିସ୍ତାନ ସକ୍ଷମ ହେବ। ଆତଙ୍କବାଦ ବିରୋଧରେ ପାକିସ୍ତାନ କୁ ଗୁରୁତ୍ବପୁର୍ଣ ସହଯୋଗୀ ଦର୍ଶାଇଛନ୍ତି। ଯାହା ଟ୍ରମ୍ ପ୍ରଶାସନ ର ସମ୍ପୂର୍ଣ୍ଣ ବିରୁଦ୍ଧାଚରଣ।୨୦୧୮ ରେ ଆମେରିକା ର ତତ୍କାଳୀନ ରାଷ୍ଟ୍ରପତି ଟ୍ରମ୍ ପାକିସ୍ତାନ କୁ ସାମରିକ ସହାୟତା ସମ୍ପୂର୍ଣ୍ଣ ବନ୍ଦ କରି ଦେଇଥିଲେ।ଏହି ବିଷୟରେ ଚାରିଆଡ଼େ ସମାଲୋଚନା ହୋଇଥିଲା।
ଆତଙ୍କବାଦ ବିରୋଧି ଲଢେଇ ରେ ପାକିସ୍ତାନ ସହଯୋଗ କରୁ ନଥିବା କୁ ଟ୍ରମ୍ ପ୍ରଶାସନ ତରଫରୁ ଘୋଷଣା କରାଯାଇଥିଲା।ବର୍ତ୍ତମାନ ବାଇଡେନ୍ ସମ୍ପୂର୍ଣ୍ଣ ଅଲଗା ନୀତି ଆପଣାଇ ଛନ୍ତି।ଆତଙ୍କବାଦୀ ସଂଗଠନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏଫ୍ ୧୬ ସହାୟତା କରିବ ବୋଲି କୁହାଯାଇଛି।ବାଇଡେନ୍ ଙ୍କ ଶାସନ ରେ ପାକିସ୍ତାନ କୁ ପ୍ରଥମ ସୁରକ୍ଷା ସହାୟତା।ତେବେ ଏଥିରେ ନୂଆ ଅସ୍ତ୍ର ଶସ୍ତ୍ର ଡ଼ିଲ୍ ହୋଇନାହିଁ ।
ପାକିସ୍ତାନ ମାଟିରେ ବଢ଼ିବାରେ ଲାଗିଛି ଆତଙ୍କବାଦ। ଆତଙ୍କବାଦ ପାକିସ୍ତାନର ନୀତି ପାଲଟିଛି।ଏକଥା ଆମେରିକା କୁ ଭଲ ଭାବରେ ଜଣାଅଛି। ଏହା ସତ୍ବେ ବାଇଡେନ୍ ପ୍ରଶାସନ ସାମରିକ ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି।ଏହା ଭାରତ ପାଇଁ ଉଦବେଗ ର ବିଷୟ ଅଟେ। ବର୍ତ୍ତମାନ ଏହି ଘଟଣା ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।