Movie prime

ସମସ୍ତ ପ୍ରେମିକ ଯୁଗଳଙ୍କ ପାଇଁ କୌଣସି ଆଶ୍ରୀବାଦ ଠାରୁ କମ ନୁହେଁ ଏ ମନ୍ଦିର ଦେଖନ୍ତୁ ଏହି ଅଲୌକିକ ମନ୍ଦିର କେବଳ ପ୍ରେମୀ ଯୁଗଳଙ୍କ ପାଇଁ

 
Viral Video
ନମସ୍କାର ପାଠକ ବନ୍ଧୁ ଗଣ। ଯଦି ଆପଣ ପ୍ରେମ କରୁଛନ୍ତି ଆଉ ସମାଜ ତାର ବିରୋଧି। ତେବେ ଏହି ମାମଲାରେ ଜଣେ ହିଁ ମାତ୍ର ରକ୍ଷା କର୍ତ୍ତା। ଏହି ସ୍ଥାନ କୁ ଚାଲିଗଲେ ବି କେବଳ ସେ ରକ୍ଷା କର୍ତ୍ତା ନୁହନ୍ତି ପୁରା ଗାଁ ର ଲୋକ ମାନେ ବି ସାହାଯ୍ୟ ସହଯୋଗ କରିଥାନ୍ତି। ପ୍ରେମୀ ଯୁଗଳଙ୍କ ପାଇଁ ବେଶ୍ ନିରାପଦ ସ୍ଥାନ।
ଦେବତା ଙ୍କ ନିୟମ ମାନି ଏହି ଗାଁ ର ଲୋକ ମାନେ ପ୍ରେମୀ ଯୁଗଳ ଙ୍କୁ ଆଉ ସମାଜ ବିରୋଧ କରୁଥିବା ଲୋକଙ୍କୁ ସୁରକ୍ଷା ଦେଇ ଥାଆନ୍ତି। ଏ ହେଉଛି ଶିମଲା ଠୁ କିଛି ଦୂର ରେ ଥିବା କୁଲୁ ର ସାଙ୍କଟଗାଁ ରେ ଥିବା ଶଙ୍କର ମହାଦେବ ଙ୍କ ମନ୍ଦିର। ଘର ଛାଡି ପଲେଇ ଆସି ଥିବା ପ୍ରେମୀ ଯୁଗଳଙ୍କ ର ମହାଦେବ ହେଉଛନ୍ତି ରକ୍ଷା କର୍ତ୍ତା।
ମନ୍ଦିର ର ସୀମା ଭିତରେ ରହି ଥିବା ଏହି ପ୍ରେମୀ ଙ୍କୁ
କେହି ଛୁଇଁ ବି ପାରନ୍ତି ନାହିଁ। ଥରେ ମନ୍ଦିର ସୀମା ପରିସର କୁ ଚାଲି ଆସିଲେ ମହାଦେବ ଙ୍କ ନା ରେ ପୁରା ଗାଁ ସେମାନଙ୍କ ରକ୍ଷା କରି ଥାଆନ୍ତି।
ଓ ସେମାନଙ୍କ ରକ୍ଷା କର୍ତ୍ତା ପାଲଟିଯାଏ। ଖାଲି ସେତିକି ନୁହେଁ ପୁରା ଗାଁ ରେ ପୋଲିସ କୁ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି।ପ୍ରାକୃତିକ ମନୋରମ ଦୃଶ୍ୟ ଓ ପରିବେଶ ଭିତରେ ରହିଛି ଏହି ମହାଦେବ ଙ୍କ ମନ୍ଦିର। 
ଏହି ଠାରେ କୌଣସି ମାଦକ ଦ୍ରବ୍ୟ, ଚମଡା ସାମଗ୍ରୀ, ଏବଂ ଅସ୍ତ୍ର ଶସ୍ତ୍ର ଆଣିବା ର ନିୟମ ନାହିଁ। ଖାଲି ସେତିକି ନୁହେଁ ମନ୍ଦିର ର ପରିସର ରେ ଉଚ୍ଚ ସ୍ୱର ରେ କଥା ହେବାକୁ ବି ବାରଣ କରାଯାଇଛି। ଏଠାକୁ ଚାଲି ଆସି ଥିବା ପ୍ରେମୀ ଯୁଗଳଙ୍କ ଯେ ପର୍ଯ୍ୟନ୍ତ ସମସ୍ତ ସମସ୍ୟା ସମାଧାନ ନ ହୋଇଛି ସେ ପର୍ଯ୍ୟନ୍ତ ଏମାନେ ଏଠାରେ ସୁରକ୍ଷା ର ସହିତ ମହାଦେବ ଙ୍କ ଶରଣ ରେ ରହିବେ।