Movie prime
ଓଡ଼ିଶାକୁ ଦେଖି ହସୁଛି ହରିଆଣା ଦେଖନ୍ତୁ କାହିଁକି !
 
Viral news
କଳିଙ୍ଗ ଷ୍ଟାଡିୟମରେ ରଙ୍ଗ ମାରି ଓଡ଼ିଶାକୁ କ୍ରୀଡା ହବ୍‌ କହିଦେଲେ ପଦକ ଆସିବନି କି ଓଡ଼ିଶା ଖେଳାଳି ଅନ୍ତର୍ଜାତୀୟ ସ୍ତରରେ ସଫଳ ହୋଇପାରିବେ ନାହିଁ। ଏଥିଲାଗି ଭିତ୍ତି ଭୂମି ଏବଂ ଉତ୍ତମ ପ୍ରଶିକ୍ଷଣ ଦରକାର।
ହେଲେ ରାଜଧାନୀରେ ବସି କ୍ରୀଡା ହବ୍‌ର ସ୍ପପ୍ନ ବୁଣୁଥିବା ବାବୁ ମାନଙ୍କୁ ବୋଧେ ଗ୍ରାଉଣ୍ଡ ଜିରୋର ସ୍ଥିତି ଜଣାନାହିଁ। ପ୍ରାୟ ୧୦୦ ବର୍ଷ ର ଅଲମ୍ପିକ୍ସ ଇତିହାସ। ଓଡ଼ିଶା କୁ ମିଳିନି ଗୋଟିଏ ବି ବ୍ୟକ୍ତିଗତ ପଦକ।
ଆନ୍ତର୍ଜାତିକ ଆଥଲେଟିକ୍ସ୍ ଚମ୍ପିୟାନସିପରେ ପଦକ ଶୂନ୍ୟ ଓଡ଼ିଶା। ୧୯୪୧ ରୁ ଆରମ୍ଭ ଫାଇନାଲ କୁ ଯାଇପାରିନି ଓଡ଼ିଶା ଫୁଟବଲ୍ ଦଳ। ୨୦୦୬ ରୁ ଆରମ୍ଭ ସୟଦ ମୁସ୍ତାକ ଅଲି ଟ୍ରଫି ରେ ଫାଇନାଲ ଖେଳିନି ଓଡ଼ିଶା କ୍ରିକେଟ ଟିମ୍।
୧୯୩୪ ରୁ ଆରମ୍ଭ ରଣଜୀ ଟ୍ରଫିର ଫାଇନାଲ କେମିତି ଦେଖାଯାଏ ଓଡ଼ିଶା ଟିମ୍ ଦେଖିନି। ୯୨ ବର୍ଷ କମନ୍ ୱେଲଥ ଗେମ୍ସ ଇତିହାସ ରେ ଆମ ଓଡ଼ିଆ ଖେଳାଳି ଜିତିଛନ୍ତି ଗୋଟାଏ କି ଦୁଇଟି ପଦକ। 
ପରାଲିମ୍ପିକିସ୍ ରେ ପ୍ରମୋଦ ଭାଗତଙ୍କ ବ୍ୟତୀତ ଆଉ କେହି ପଦକ ଜିତି ନାହାନ୍ତି। ଆଇଏସଏଲ୍ ରେ ଓଡ଼ିଶାର ଟିମ୍ ରହିଛି। ଓଡ଼ିଶାକୁ କ୍ୟାପିଟାଲ ଅଫ ହକି କୁହାଯାଏ।
ହେଲେ ଜାତୀୟ ଦଳରେ ଜଣେ କି ଦୁଇ ଜଣ ଖେଳାଳି। ଭୁବନେଶ୍ୱର,କଟକ ଓ ରାଉଲକେଲାରେ ଯାହା ଟିକିଏ ସୁବିଧା ଅଛି। କାହିଁକି ଓଡ଼ିଶା ର କ୍ରିକେଟର ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ବିଫଳ? 
କଳିଙ୍ଗ ଷ୍ଟାଡୟମରେ ରଙ୍ଗ ମାରି ଓଡ଼ିଶାକୁ କ୍ରୀଡା ହବ୍ କହିଦେଲେ ପଦକ ଆସିବନି। ସେଥିଲାଗି ସୁଦୃଢ ଭିତ୍ତି ଭୂମି ଏବଂ ଉତ୍ତମ ପ୍ରଶିକ୍ଷଣ ଦରକାର। ଏବେ ରାଜଧାନୀ ରେ ବସି କ୍ରୀଡାହବ୍ ର ସ୍ଵପ୍ନ ଦେଖୁଥିବା ବାବୁ ମାନଙ୍କୁ ବୋଧେ ଗ୍ରାଉଣ୍ଡ ଜିରୋ ର ସ୍ଥିତି ଜଣାନାହିଁ।
ନହେଲେ ଓଡ଼ିଶାକୁ କ୍ରୀଡ଼ାହବ୍ କହୁନଥାନ୍ତେ ଏମାନେ। ପ୍ରସ୍ତୁତି କ୍ରୀଡା ରେ ପଦକ ଜିତନ୍ତି ହରିୟଣା ର ଖେଳାଳୀ। ଆମ ରାଜ୍ୟ କୁ ଦେଖି ହସୁଛି ଏବେ ହରିୟଣା।