Movie prime

ଗାଁ ଆସିଲେ ନିଜର ସ୍ଵପ୍ନ ପୁରଣ କଲେ ୩୦ ଲକ୍ଷ୍ୟର ମହଲ ଦାନରେ ଦେଇ କରିଦେଲେ ଆହୁରି ଏହି ମହାନ କାର୍ଯ୍ୟ

 
Viral News

ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଶେଷ କିସାନ ହେଉଛନ୍ତି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ବଲାସିଂଘା ଗାଁର ଆଦିବାସୀ ଯୁବକ। ତାଙ୍କୁ ୭ବର୍ଷ ହୋଇଥିବା ବେଳେ ବାପାମାଆଙ୍କୁ ହରାଇ ଅନାଥ ହୋଇଯାଇଥିଲେ।

ଦାରିଦ୍ର୍ୟର ସ୍ଥିତିକୁ ପଛରେ ପକାଇ ମୂଲମଜୁରୀ କରି ନିଜର ଶିକ୍ଷାର ସାଧନାରେ ୨୦୧୮ରେ ଜର୍ମାନୀର ଜର୍ଜ ଅଗଷ୍ଟ ବିଶ୍ୱବିଦ୍ୟାଳୟରେ ଗବେଷଣା କରିବାକୁ ଯୋଗ୍ୟତା ହାସଲ କରିଥିଲେ। ନିଜ ଗାଁ ମାଟିକୁ ଫେରିଛନ୍ତି ଶେଷ କିସାନ୍। 

ଯେଉଁ ଶେଷ କିସାନ ଦିନେ ମୁଢ଼ି ମୁଠେ ଖାଇବାକୁ ପାଉନଥିଲେ ସେଇ ଶେଷ କିସାନ୍ ଆଜି ନିଜର ସ୍ଵପ୍ନର ଘର ତିଆରି କରିପାରିଛନ୍ତି। ଶେଷ କିସାନ ୩୦ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରି ନୂଆ ଘର ତିଆରି କରିଥିବା ବେଳେ ଆଉ କେତେ ଦିନ ପରେ ସେ ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି।
ଶେଷ କିସାନ ତାଙ୍କର ଜୀବନ ସାଥୀ ପାଇସାରିଛନ୍ତି। ଶେଷ କିସାନ ଚାହିଁଥିଲେ ଆମ ବିଦେଶରେ ହେଉ କି ଆମ ଦେଶର ଯେ କୌଣସି ତାରକା ହୋଟେଲରେ ବିବାହ କରି ପାରିଥାନ୍ତେ। 
କିନ୍ତୁ ଶେଷ କିସାନ ଗାଁ'କୁ ଫେରି ଆସିଛନ୍ତି ଏଇଠି ନିଜ ଗାଁ ମାଟିରେ ବିବାହ କରିବେ। ଆଉ ଓଡ଼ିଆ ଝିଅ ଶେଷ କିସାନଙ୍କ ହାତ ଧରିବେ। ଶେଷ କିସାନ ପିଲାଟି ଦିନରୁ ବାପା ମାଆଙ୍କୁ ହରାଇଛନ୍ତି।
ସଂଘର୍ଷମୟ ଜୀବନ ଭିତରେ ଶେଷ କିସାନ ଗାଈ ଚରାଇଛନ୍ତି। ମୂଲ ମଜୁରୀ ଲାଗି ପାଠ ପଢିବାର ନିଶାକୁ ଶେଷ କିସାନ ପୂରଣ କରିଛନ୍ତି।
ଏଇ ଶେଷ କିସାନ ଏତେ ଭଲ ପାଠ ପଢ଼ିଲେ ଯେ ଚାରିବର୍ଷ ତଳେ ଜର୍ମାନୀର ପୁଟିନଜେନ୍ ବିଶ୍ଵ ବିଦ୍ୟାଳୟରେ ବୈଜ୍ଞାନୀକ ଭାବରେ କାମ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇପାରିଥିଲେ।
 ପିଲାଟି ଦିନରୁ ଦୁଃଖ ଭୋଗିଥିବା ଶେଷ କିସାନ ଜୀବନରେ ଦୁଃଖର ଅନ୍ତ ଘଟିଛି। ଏବେ ଶେଷ କିସାନ ନିଜ ବଞ୍ଚିବା ସହ ଗାଁ'ର ଶତାଧିକ ପିଲାଙ୍କ ପାଇଁ ସେ ସାହାରା ପାଲଟିଛନ୍ତି।
ଶେଷ କିସାନଙ୍କ ଏହି ପ୍ରାୟସରେ ପ୍ରାୟ ୧୭୦ ଜଣେ ପିଲା ଏବେ ପାଠ ପଢିବାର ସୁଯୋଗ ପାଇଛନ୍ତି। ଶେଷ କିସାନ ଖାଲି ତାଙ୍କ ଗାଁ କାହିଁକି ସମଗ୍ର ରାଜ୍ୟ ପାଇଁ ଗର୍ବ ଆଉ ଗୌରବ ଅଟନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.