Movie prime

You Tube ଦେଉଛି ୭ ଲକ୍ଷ ନିଯୁକ୍ତି ସୁଯୋଗ ଦେଖନ୍ତୁ କେମିତି ଉଠାଇବେ ଲାଭ

 
Viral News
ରୋଜଗାର ର ନୂଆ ପନ୍ଥା ହୋଇଗଲାଣି ୟୁ ଟ୍ୟୁବ୍।ସୋସିଆଲ ମିଡିଆରେ ଯଦି କିଛି ଅପଲୋଡ଼ କରିବେ ତାହେଲେ ତାହା ରାତାରାତି ଭାଇରାଲ ହୋଇଯାଉଛି।ସବୁକିଛି ବଦଳି ଯାଉଛି।କିଏ ପଖାଳ ଖାଇ ଷ୍ଟାର ହେଉଛନ୍ତି ତ ଆଉ କିଏ କମେଡି କରି ଭାଇରାଲ ହେଉଛନ୍ତି।
ବର୍ତ୍ତମାନ ସାମ୍ନାକୁ ଆସିଛି ଏକ ନୂଆ ତଥ୍ୟ।ଏହି ୟୁ ଟ୍ୟୁବ୍ ଏବେ ଦେଶର ଅର୍ଥ ନୀତି କୁ ସମ୍ବୃଦ୍ଧ କରୁଛି।ଦେଶର ମୋଟ ଘରୋଇ ଉତ୍ପାଦ ଜିଟିପି କୁ ୟୁ ଟ୍ୟୁବର ମାନଙ୍କ ଅବଦାନ କୁ ନେଇ ପ୍ରକାଶ ପାଇଛି ରିପୋର୍ଟ।
ବର୍ଷକୁ ବର୍ଷ ଏହି ୟୁ ଟ୍ୟୁବ୍ ପ୍ଲାଟଫର୍ମ ସାତ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି କରୁଥିବା ବେଳେ ଦେଶର ଜିଟିପି କୁ ଏହାର ଅବଦାନ ପାଖାପାଖି ଛ ହଜାର ଆଠ ସହ କୋଟି ଟଙ୍କା।
ୟୁ ଟ୍ୟୁବ୍ ର ଚିପ ପ୍ରଡକ୍ଟ ଅଫିସର୍ ଏହା ସ୍ପଷ୍ଟ କରିଛନ୍ତି।ସେ କହିଛନ୍ତି ଯେ ଭାରତରେ ଲୋକାଲ କଣ୍ଟେଣ୍ଟ କ୍ରିଏଟର ଙ୍କ ସଂଖ୍ୟା ବଢ଼ିଛି।ଗ୍ରାମରେ ଯୁଆଡେ ଦେଖିବେ ଅନେକ ଲୋକମାନେ ୟୁ ଟ୍ୟୁବ୍ ଖୋଲି ଭିଡିଓ କରୁଛନ୍ତି।
ସେମାନେ ତିଆରି କରୁଥିବା ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ବ୍ୟାପି ଯାଉଛି।ଏହି କିଛି ବର୍ଷ ଭିତରେ ୟୁ ଟ୍ୟୁବ୍ କଣ୍ଟେଣ୍ଟ କ୍ରିଏଟର ଙ୍କ ସଂଖ୍ୟା କେତେ ମାତ୍ରାରେ ବଢ଼ି ଯାଇଛି ଆପଣମାନେ ବହୁତ ଭଲ ଭାବରେ ଜାଣିଥିବେ।
ଉତ୍କଳ ଗୌରବ ଙ୍କ ଉତ୍କଳ କାର୍ଟୁନ୍ ୱାଲଡ୍ ଓଡ଼ିଶାରେ ଛୋଟ ପିଲା ମାନଙ୍କ ପାଇଁ ମନରଞ୍ଜନ ର ନୁଆ ଟ୍ରିକ୍ ହୋଇ ଯାଇଛି।ଭିଡିଓ ଦେଖି ପିଲା ମାନେ ଅନେକ କିଛି ଶିଖୁଛନ୍ତି।
ସମ୍ବଲପୁର ଜିଲ୍ଲାର ଇସାତ୍ ମୁଣ୍ଡା ଲକ୍ ଡାଉନ୍ ସମୟରେ ପଖାଳ ଖିଆ ଭିଡିଓ କରି ଏବେ ଜଣେ ସେ ସଫଳ ୟୁ ଟ୍ୟୁବ ର ହୋଇ ସାରିଛନ୍ତି।ସେମିତି ବର୍ତ୍ତମାନ ରାଜୁ ଦାସ୍ ଙ୍କ କମେଡି ଲୋକ ମାନଙ୍କ ମନକୁ ଛୁଇଁ ଯାଉଛି।ଭିଡିଓ କୁ ତାଙ୍କର ମିଲିୟନ ଲୋକ ଦେଖୁଛନ୍ତି।
ପ୍ରାଙ୍କ ଭିଡିଓ କରି ମଜା ଉଠାଉଥିବା କାଳିଆ ଷଣ୍ଢ ଏବେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଭାଇରାଲ ହେଉଛନ୍ତି।ସେହିଭଳି ମୀଷ୍ଟର ଗୁଲୁଆ ବି ମଜାଳିଆ ଭିଡିଓ କରି ଷ୍ଟାର ହୋଇଛନ୍ତି।