Movie prime

ଏହି ସବୁ ସ୍ବପ୍ନ ଦେଖୁଛନ୍ତି ଯଦି ଆପଣ ଭାଗ୍ୟବାନ ଦେଖନ୍ତୁ କେଉଁ କେଉଁ ସ୍ଵପ୍ନ ଦେଖିଲେ ଆଗକୁ ମିଳେ ଶୁଭ ସଙ୍କେତ

 
Viral News
ରାତିରେ ସମସ୍ତେ କିଛି ନା କିଛି ସ୍ବପ୍ନ ଦେଖିଥାନ୍ତି।ସ୍ୱପ୍ନରେ ଅଲଗା ଅଲଗା ଜିନିଷ ଦେଖିଥାନ୍ତି।ଏମିତି କିଛି ସ୍ବପ୍ନ ଦେଖିଥାନ୍ତି ଯାହା ଆପଣଙ୍କ ଜୀବନରେ କିଛି ବି ମହତ୍ୱ ବା ମୂଲ୍ୟ ରହି ନଥାଏ।କିନ୍ତୁ ସ୍ବପ୍ନ ବେଳେ ବେଳେ ସତ ହୋଇଯାଇଥାଏ।
ଏବଂ ସ୍ବପ୍ନ ର ମାଧ୍ୟମରେ ସମସ୍ତଙ୍କ ଜୀବନରେ ଅନେକ ପ୍ରକାର ର ସଙ୍କେତ ଦେଖିବାକୁ ମିଳିଥାଏ।ପୂରଣ ଅନୁସାରେ ଭଲ ସ୍ବପ୍ନ ର କିଛି ଜରୁରୀ କଥା ଆପଣମାନେ ଜାଣିବା ଉଚିତ ହୋଇଥାଏ।
ଭଲ ସ୍ବପ୍ନ ଦେଖିବା ପରେ ନିଦ ଭାଙ୍ଗି ଗଲେ ଆଉ ଥରେ ଶୋଇବା ଉଚିତ ହୋଇ ନଥାଏ।ଏଥିପାଇଁ ଶେଯ ଉପରେ ବସି ଭଗବାନ ଙ୍କୁ ଧ୍ୟାନ କରନ୍ତୁ। ଭଲ ସ୍ବପ୍ନ ଦେଖିଥିଲେ କେବେ କାହାକୁ କହିବେ ନାହିଁ।ଅନ୍ୟଥା ଏହି ସ୍ବପ୍ନ ସଫଳ ହେବନାହିଁ।
ଯଦି ଭୟଙ୍କର ସ୍ବପ୍ନ ୧୨ ରୁ ରାତି ୨ ଭିତରେ ଦେଖୁଛନ୍ତି ତେବେ ତୁରନ୍ତ ଆପଣମାନେ ଭଗବାନ ଶିବ ଙ୍କୁ ଧ୍ୟାନ କରିବା ଉଚିତ।ସକାଳେ ଉଠିବା ପରେ ଗାଧୋଇ ସାରି ଶିବ ମନ୍ଦିର ଯାଇ ନିଶ୍ଚୟ ପୂଜା କରନ୍ତୁ।
ରାତି ୧୨ ଟା ପୂର୍ବରୁ ଦେଖିଥିବା ସ୍ବପ୍ନ ମନର ବିକୃତି ପାଇଁ ହୋଇଥାଏ।ଏହି ସ୍ବପ୍ନ ଙ୍କୁ ଭୁଲି ଯିବା ଉଚିତ। ରାତି ୧୨ ରୁ ୧ ଭିତରେ ଯେଉଁ ସ୍ବପ୍ନ ଦେଖୁଛନ୍ତି ତାହା ପୂରଣ କରିବା ପାଇଁ ୩ ବର୍ଷ ଲାଗିଥାଏ।ରାତି ୧ ରୁ ୨ ଟା ଯାଏଁ ଦେଖିଥିବା ସ୍ୱପ୍ନ ୧ ବର୍ଷ ଭିତରେ ପୂରଣ ହୋଇଥାଏ।
ରାତି ୩ ରୁ ୪ ଭିତରେ ଯେଉଁ ସ୍ବପ୍ନ ଦେଖୁଛନ୍ତି ତାହା ପୂରଣ କରିବା ପାଇଁ ୬ ବର୍ଷ ଲାଗିଥାଏ।ସକାଳ ୪ ରୁ ୫ ଭିତରେ ଯେଉଁ ସ୍ବପ୍ନ ଦେଖୁଛନ୍ତି ତାହା ପୂରଣ କରିବା ପାଇଁ ମାସ ବର୍ଷ ଲାଗିଥାଏ।ସକାଳ ୫ ରୁ ୬ ଭିତରେ ଯେଉଁ ସ୍ବପ୍ନ ଦେଖୁଛନ୍ତି ତାହା ପୂରଣ କରିବା ପାଇଁ ୧ ମାସ ଲାଗିଥାଏ।
ଯଦି ଆପଣମାନେ ସ୍ୱପ୍ନରେ ଗୋଟିଏ ଛୁଆକୁ ଧରୁଥିବର ଦେଖୁଛନ୍ତି କିମ୍ବା କୋଳରେ ନେଇଛନ୍ତି ଏହାର ଅର୍ଥ ହେଉଛି ଆପଣଙ୍କ ଜୀବନରେ ଶୁଭ ସମୟ ଆସିବାର ସଙ୍କେତ ଦେଉଛି।ଯଦି ସ୍ୱପ୍ନରେ ପାରା ଦେଖୁଛନ୍ତି ଏହାର ସଙ୍କେତ ହେଉଛି ଯେ ଆପଣଙ୍କୁ ଭୟଙ୍କର ରୋଗରୁ ମୁକ୍ତି ମିଳିବାକୁ ଯାଉଅଛି।
ସ୍ବପ୍ନରେ ନିଜ ଭାଇ କୁ ଯଦି ଦେଖିବେ ତାହେଲେ ଏହି ସ୍ବପ୍ନ ସଙ୍କେତ ଦେଇଥାଏ ଯେ ଆପଣଙ୍କ ଜୀବନର ନୂଆ ମିତ୍ର ଆସିବାକୁ ଯାଉଅଛି।
ଯଦି ଆପଣମାନେ ସ୍ଵପ୍ନରେ ମଶାଣି ରେ ଶବ ଦେଖୁଛନ୍ତି ତାହେଲେ ଏହା ଶୁଭ ଲାଭ ପାଇଁ ସଂକେତ ଦେଇଥାଏ।ଏମିତି ସ୍ବପ୍ନ ଦେଖିବା ପରେ ବହୁତ ଉନ୍ନତି ପାଇପାରିବେ।
ଯଦି ସ୍ୱପ୍ନରେ ତ୍ରିଶୂଳ ଦେଖିବେ ତାହେଲେ ଏହା ସଙ୍କେତ ମିଳିଥାଏ ଆପଣ ନିଜ ଶତ୍ରୁ ମାନଙ୍କ ଠାରୁ ମୁକ୍ତି ମିଳି ଯାଇଛି।