Movie prime

ରାମାୟଣର ଲବ୍ କାହିଁକି ହେଲେ ଗିରଫ ସାମ୍ନାକୁ ଆସିଲା ବଡ କାରଣ

 
Viral News
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବରେ ରାମାୟଣ ସିରିଏଲ୍ ଦେଖିଥିବେ ଏବଂ ସେହି ସିରିଏଲ୍ ରେ ଶିଶୁ କଳାକାର ଭାବରେ ଅଭିନୟ କରିଥିବା ଲବ ଓ କୁଶ ଙ୍କୁ ମଧ୍ଯ ନିଶ୍ଚିତ ଭାବରେ ଦେଖିଥିବେ।
ତେବେ ଶିଶୁ କଳାକାର ଲବ ଭୂମିକାରେ ଅଭିନୟ କରିଥିବା ବ୍ୟକ୍ତି ଜଣକ ଏବେ ଜେଲ ଯାଇଛନ୍ତି। ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ସମସ୍ତେ ରିଲ୍ସ୍ ପାଇଁ ପାଗଳ।
ପିଲାଠାରୁ ବୁଢ଼ା ସମସ୍ତେ ଏହି ରିଲ୍ସ୍ କରିବାକୁ ମଧ୍ୟ ଖୁବ୍ ଭଲ ପାଆନ୍ତି। ଏଥିପାଇଁ ଅନେକ ଦୁଃସାହସିକ କାର୍ଯ୍ୟ କରିବା ସହ ସେମାନେ ଅନେକ ନିୟମକୁ ମଧ୍ଯ ଉଲଙ୍ଘନ କରିଥାଆନ୍ତି।
ଏହି ଅଭିନେତା ଜଣକ ମଧ୍ଯ ନିୟମ ଉଲଙ୍ଘନ କରି ବର୍ତ୍ତମାନ୍ ଗିରଫ ହୋଇଛନ୍ତି। ତାଙ୍କ ନାମ ହେଉଛି ସୁରେନ୍ଦ୍ର ପାଟିଲ। ସୁରେନ୍ଦ୍ର ପାଟିଲ ରିଲ୍ସ୍ କରିବା ପାଇଁ ଏତେ ପାଗଳ ଥିଲେ କି,
ଏଥି ପାଇଁ ସେମାନେ ଥାନାରେ ମଧ୍ୟ ପହଞ୍ଚି ଯାଉଥିଲେ। ସେଠାରେ ସେ ପୋଲିସ ଚୌକି ରେ ବସି ଆରାମ ରେ ରିଲ୍ସ୍ କରୁଥିଲେ। ତାଙ୍କର କିଛି ମଧ୍ଯ ରିଲ୍ସ୍ ମଧ୍ୟ ଦେଖିବାକୁ ମିଳିଛି, ସେଠାରେ କିଛି ଟଙ୍କା ସହ ବନ୍ଧୁକ ଏବଂ ଖଣ୍ଡା ମଧ୍ୟ ଅଛି।
ଏବଂ ଏହି ଭିଡିଓ କୁ ସେ ସୋସିଆଲ ମିଡ଼ିଆରେ ଭାଇରାଲ ମଧ୍ଯ କରି ଦେଇଥିଲେ। ଏହାପରେ ଏନେଇ ଅଭିଯୋଗ ହେବା ପରେ ଏବେ ୫୦ ବର୍ଷୀୟ ସୁରେନ୍ଦ୍ର ପାଟିଲ ଙ୍କୁ ପୋଲିସ ଗିରଫ କରିଛି।
ଏବେ ତାଙ୍କୁ ପୋଲିସ୍ ମଧ୍ଯ ନେଇ କୋର୍ଟ ରେ ହାଜିର୍ କରିଛି। ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ହଜାର ହଜାର ଫଲୋୟର୍ସ ମଧ୍ୟ ଅଛନ୍ତି। ଏହା ପୁର୍ବରୁ ତାଙ୍କ ନାମରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଥିଲା।
ତେବେ ଆପଣ ମାନେ ମଧ୍ୟ ଏଥି ପ୍ରତି ସଚେତନ ହୋଇ ଯାଆନ୍ତୁ ଏବଂ ରିଲ୍ସ୍ କରିବା ପାଇଁ ଏଭଳି ନିୟମ ଉଲଙ୍ଘନ କରନ୍ତୁ ନାହିଁ।