Movie prime

କଥା କହି ପାରନ୍ତି ନାହିଁ ସ୍ଵାମୀ ସ୍ତ୍ରୀ ହେଲେ ତାଙ୍କ ଦୁନିଆରେ ସେ ଖୁସି ଦେଖନ୍ତୁ କେମିତି ଚାଲିଛି ଏହି ସୁନାର ସଂସାର

 
Viral News
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ଜାଣିଥିବେ କି ଆମ ସମାଜରେ ପାଟି କରି କହିଲେ କେହି ହେଲେ ମଧ୍ୟ ଆମ ଅଭାବ ଅନଟନ କୁ ବୁଝି ନଥାନ୍ତି , ସେତେବେଳେ ଠାର ରେ ନିଜ ଦୁଃଖ କହିଲେ ଅବା କିଏ ବୁଝିବ।
ସେହିଭଳି ଜଣେ ସ୍ତ୍ରୀ ଜଣକ ଠାର ରେ କଥା କହୁଛନ୍ତି। ତାଙ୍କ ଠାର ରୁ ଏତିକି କଥା ବୁଝି ହଉଚି କି ରହିବା ପାଇଁ ତାଙ୍କର ଘର ଖଣ୍ଡେ ନାହିଁ। 
ବର୍ଷା ହେଲେ ବର୍ଷା ପାଣି ପଡୁଛି ଓ ଶୀତ ହେଲେ ଥରି ଥରି ରହୁଛନ୍ତି। ରାତି ସାରା ମଧ୍ଯ ସେମାନେ ଠିକ୍ ରେ ସୋଇ ପାରୁ ନାହାଁନ୍ତି।
କଥା କହି ପାରନ୍ତି ନାହିଁ କି ଭଲରେ ଶୁଣି ମଧ୍ୟ ପାରନ୍ତି ନାହିଁ ଏହି ସ୍ୱାମୀ ସ୍ତ୍ରୀ। ଏ ହେଉଛି ମୟୂରଭଞ୍ଜ ଜିଲ୍ଲାରେ ଯଶିପୁର ବ୍ଲକ୍ ଅନ୍ତର୍ଗତ ମାଟିଆଗଡା ଗ୍ରାମର ଦିବ୍ୟାଙ୍ଗ ଦମ୍ପତ୍ତି। ବରୁଣ ପାତ୍ର ଓ ତାଙ୍କ ସ୍ତ୍ରୀ ମମତା ପାତ୍ର ଦୁହେଁ ହେଉଛନ୍ତି ଦିବ୍ୟାଙ୍ଗ।
ବରୁଣ ଙ୍କ ପରିବାର କହିଲେ ତାଙ୍କ ଦିବ୍ୟାଙ୍ଗ ସ୍ତ୍ରୀ ଓ ତାଙ୍କର ତିନି ବର୍ଷ ର ଝିଅ। ବରୁଣ ଦିବ୍ୟାଙ୍ଗ ହୋଇଥିବା କାରଣ ରୁ ମୁକ ବଧିର ସ୍କୁଲ ବାରିପଦା ରେ ରହି ପାଠ ପଢୁଥିଲେ।
ଏବଂ ସେଠାରେ ପାଠ ପଢ଼ୁଥିବା ସମୟରେ ତାଙ୍କ ସ୍ତ୍ରୀ ମମତା ଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ସମୟକ୍ରମେ ମଧ୍ଯ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇ ଥିଲେ।
ଦୁହେଁ ଦୁହିଁଙ୍କୁ କେବଳ ଠରା ଠରି ରେ ନିଜ ମନ କଥା କହିଥାନ୍ତି। ଗରିବ ପରିବାରରେ ଜନ୍ମ ହୋଇ ଥିବା କାରଣରୁ ଅନେକ ଆର୍ଥିକ ଅଭାବ ଓ ଅନାଟନ ଦେଇ ଗତି କରୁଛନ୍ତି।
ରହିବା ପାଇଁ ଖଣ୍ଡେ ଭଲ ଘର ମଧ୍ଯ ନାହିଁ। କଥା ନକହି ପାରୁଥିବା କାରଣରୁ ତାଙ୍କ ଦୁଃଖ ଶୁଣି ବାକୁ କେହି ନାହାନ୍ତି।
ସେ ଦୀର୍ଘ ଦିନ ଧରି ସେହି ଭଙ୍ଗା ଘରେ ରହି ଆସୁଛନ୍ତି। ତେବେ ଯଦି ସରକାର ତାଙ୍କ ପ୍ରତି ଟିକେ ଦୃଷ୍ଟି ଦେବେ ତେବେ ନିଶ୍ଚିତ ଭାବରେ ସେ ଏକ ଭଲ ଘର ପାଇ ପାରିବେ।