Movie prime

ଆଉ ଅଛିକି ମାଡ଼ ଯୁଗ ! ତେବେ କାହିଁକି ଶିକ୍ଷକ କଲେ ଏମିତି ଅମାନୁଷିକ କାର୍ଯ୍ୟ ଶିକ୍ଷା ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ ଦେଖନ୍ତୁ କେମିତି ବାଡେଇଛନ୍ତି ଶିକ୍ଷକ

 
Viral video
ଗୁରୁ ହେଉଛନ୍ତି ଜୀବନର ପଥ ପ୍ରଦର୍ଶକ।ଗୁରୁଙ୍କ ସ୍ନେହ ଆଉ ଆକଟ ଭରା କଥାରେ ଗୋଟିଏ ଶିଷ୍ୟ ସାଧାରଣ ରୁ ଅସାଧାରଣ ରେ ପରିଣତ ହୋଇଥାଏ।ଶିକ୍ଷକଙ୍କର ସବୁ କଥା ଜଣେ ଛାତ୍ର ପାଇଁ ବହୁତ ଗୁରୁତ୍ବପୁର୍ଣ ହୋଇଥାଏ।
ଗୁରୁଙ୍କ ବିନା ଏ ଜିବନ ଅନ୍ଧାର ହୋଇ ଯାଇଥାଏ।ଜୀବନର ଜ୍ଞାନ ଦୀପ କୁ ପ୍ରଜ୍ବଳିତ କରିଥାନ୍ତି ଗୁରୁ।ଜୀବନରେ ଯଦି ଜଣେ ଗୁରୁ ନାହାନ୍ତି ତାହେଲେ ସେ ଜୀବନ କୌଣସି ମୂଲ୍ୟ ନାହିଁ।ଗୁରୁଙ୍କ ସ୍ଥାନ ଏହି ଦୁନିଆରେ ସ୍ଵତନ୍ତ୍ର।
ତାଙ୍କ ଅବଦାନ ମଧ୍ୟ ଅତୁଳନୀୟ।କିନ୍ତୁ ବର୍ତ୍ତମାନ ସମୟରେ ଏହିଭଳି କଥା ଆଉ ଦେଖିବାକୁ ମିଳୁନାହିଁ। ଗୁରୁ ଆଉ ଗୁରୁ ହୋଇ ରହି ନାହାନ୍ତି।ସେମାନେ ପାଲଟି ଗଲେଣି ମଣିଷ ରୁପି ରାକ୍ଷସ।
ଏ କଥା ପ୍ରତିଦିନ ସାମ୍ନାକୁ ଆସୁଥିବା ବିଭିନ୍ନ ବିଦ୍ୟାଳୟ ର ନଗ୍ନ ଆଉ ନୃଶଂସ ଚିତ୍ରରୁ ପୁରା ସଫା ସଫା ଜଣା ପଡ଼ିଯାଇଛି।ଏବେ ତ ପ୍ରତିଦିନ ବିଦ୍ୟାଳୟ ରୁ ଗୁରୁ ମାନଙ୍କର ଶିଷ୍ୟ ମାନଙ୍କ ପ୍ରତି ଥିବା କଦର୍ଯ୍ୟ ଚିନ୍ତାଧାରା ସାମ୍ନାକୁ ଆସୁଛି।
କେଉଁଠି ରାକ୍ଷସ ରୂପୀ ଶିକ୍ଷକ ମାନେ ଛାତ୍ରୀ ମାନଙ୍କ ଉପରେ ଖରାପ ନଜର ପକାଉଛନ୍ତି।ସେହିପରି ଆଉ କେଉଁ ଶିକ୍ଷକ ଅମାନସିକ ଭାବରେ ଛାତ୍ର ଛାତ୍ରୀ ମାନଙ୍କୁ ପିଟି ପିଟି ଦରମଲା କରି ଦେଉଛନ୍ତି।
ଆଉ କେଉଁ ବିଦ୍ୟାଳୟ ରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଚିଙ୍ଗୁଡ଼ି ତରକାରୀ ଖାଇଲେଣୀ ତ ଆଉ କେଉଁ ବିଦ୍ୟାଳୟ ରେ ପିଲାଙ୍କ ପାଇଁ ଆସୁଥିବା ସରକାରୀ ଅନୁଦାନ କୁ ନିଜେ ଚଳୁ କରି ଦେଉଛନ୍ତି।
ସରକାର ପିଲାମାନଙ୍କ ପାଇଁ ଅନେକ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି।ଯାହାଦ୍ଵାରା ପିଲାମାନେ ଭଲରେ ପାଠ ପଢିବା ସହିତ ବିଦ୍ୟାଳୟ କୁ ପ୍ରତିଦିନ ଆସିବା ପାଇଁ ଆଗ୍ରହ ହେବ।
ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସିଛି।ଜଣେ ସରକାର ମାଷ୍ଟର ଙ୍କ ରାଗ ଦେଖିବାକୁ ମିଳିଛି। ଏହି ଘଟଣା ଟି ବୌଦ୍ଧ ଜିଲ୍ଲା ରେ ଦେଖିବାକୁ ମିଳିଛି।ଏକ ପ୍ରାଥମିକ ବିଦ୍ୟାଳୟ ରେ ବିକାଶ ନାମକ ଜଣେ ଛାତ୍ର ଚତୁର୍ଥ ଶ୍ରେଣୀରେ ପଢ଼ୁଛନ୍ତି। 
ସେ ଏକ ସାଧାରଣ ଭୁଲ କରିଦେଲେ ବୋଲି ମାଷ୍ଟର ବହୁତ ମାରିଛନ୍ତି।ଦେହରେ ଅନେକ ସ୍ଥାନରେ ଚିହ୍ନ ପଡିଥିଲା।ପରିବାର ଲୋକେ ଏହା ଦେଖିବା ପରେ ଥାନାରେ ଅଭିଯୋଗ କରିଥିଲେ।