Movie prime

ମଝି ସମୁଦ୍ରରେ ବିରାଟ ଅଘଟଣ ଦେଖନ୍ତୁ ଏହି Exclusive Visual

 
Viral News
ବର୍ତ୍ତମାନ ସମୟରେ ସବୁଠାରୁ ବଡ ଘଟଣା ସାମ୍ନାକୁ ଆସିଛି।ମଝି ସମୁଦ୍ରରୁ ଉଦ୍ଧାର ହେଲେ ୨୦ ଜଣ ମତ୍ସ୍ୟଜୀବୀ।
ସୂଚନା ଅନୁସାରେ ବାତ୍ୟା ଶ୍ରିତାଙ୍ଗ ପ୍ରଭାବରେ ମାଛ ଧରିବାକୁ ଯାଇ ଏଭଳି ଅଘଟଣ ଘଟିଥିବା ର ଜାଣିବାକୁ ମିଳିଛି।ସମୁଦ୍ର ଭିତରେ ଡଙ୍ଗା ବୁଡି ଯିବାପରେ ଜୀବନ ବଞ୍ଚାଇବାକୁ ସଂଘର୍ଷ କରିଥିଲେ।
ସାଗର ଦ୍ୱୀପରୁ ୯୦ ନଟିକାଲ୍ ମାଇଲ ଦୂର ସମୁଦ୍ରରେ ଏଭଳି ଘଟଣା ଘଟିଛି।ଯାହାକି ସମସ୍ତେ ଭୟଭୀତ ହୋଇ ପଡିଛନ୍ତି।
ବଙ୍ଗୋପସାଗର ର ଭିଜୁଆଲ ଦେଖିବାକୁ ମିଳିଛି।ସମୁଦ୍ର ଅଶାନ୍ତ ଥିବାରୁ ଏହି ପରିସ୍ଥିତି ରେ ନଦୀ ଭିତରେ ପହଁରିବା ସମ୍ଭବ ହୋଇନଥିଲା।
କୌଣସି ବାଟ ନପାଇ ଶେଷରେ ଡଙ୍ଗା କୁ ଧରି ରହିଥିଲେ ୨୦ ଜଣ ମତ୍ସ୍ୟଜୀବୀଏପରି ପରିସ୍ଥିତି ରେ ଭାରତୀୟ ତଟରକ୍ଷା ବାହିନୀର ପେଟ୍ରୋଲିଂ ଟିମ୍ ସେମାନଙ୍କୁ ଉଦ୍ଧାର କରିଥିଲେ।କୋଷ୍ଟ ଗାର୍ଡ ଜାହାଜ ବିଜୟକୁ ୨୦ ବାଂଲାଦେଶ ମତ୍ସଜୀବୀ ଙ୍କୁ ଅଣାଗଲା।
ଏମାନଙ୍କୁ ଯଥାଶୀଘ୍ର ବାଂଲାଦେଶ କୋଷ୍ଟ ଗାର୍ଡ ଙ୍କୁ ହସ୍ତାନ୍ତର ହେବେ ମତ୍ସଜୀବୀ।ପାରାଦୀପ ପ୍ରତିନିଧି ରମାକାନ୍ତ ନାୟକ ଏହି ଘଟଣା ବିଷୟରେ କହିଛନ୍ତି ଯେ ଭାରତୀୟ ତଟରକ୍ଷା ବାହିନୀର ପେଟ୍ରୋଲିଂ ଟିମ୍ ବହୁତ ଚେଷ୍ଟା କରି ମତ୍ସଜୀବୀ ମାନଙ୍କୁ ଉଦ୍ଧାର କରିଛନ୍ତି।
ଯେତେବେଳେ ସମୁଦ୍ର ଅଶାନ୍ତ ରହିଥିଲା ସେତେବେଳେ ୨୦ ଜଣ ବାଂଲାଦେଶ ମତ୍ସଜୀବୀ ଗୋଟିଏ ବୋଟ ରେ ମାଛ ଧରିବାକୁ ଗଭୀର ସମୁଦ୍ର ଭିତରକୁ ଯାଇଥିଲେ।
ଏବଂ ସେମାନେ ସେହିଠାରେ ଫସି ଯାଇଥିଲେ।ତାଙ୍କର ଡ଼ଙ୍ଗା ଟି ବୁଡି ଯାଇଥିଲା।ଜୀବନ ବିକଳରେ ୨୦ ବାଂଲାଦେଶ ମତ୍ସଜୀବୀ ସମୁଦ୍ର ଭିତରେ ଭାସୁ ଥିଲେ।ସେହି ଦୃଶ୍ୟ ଯିଏ ଦେଖୁଛନ୍ତି ଭୟ କରୁଛନ୍ତି
କିନ୍ତୁ ଗତକାଲି ତାଙ୍କୁ ଉଦ୍ଧାର କରାଯାଇଛି।ଜୀବନ ରକ୍ଷା କାରୀ ବୋଟ ସମୁଦ୍ର ଭିତରକୁ ପଠା ଯାଇଥିଲା।ମତ୍ସ୍ୟଜୀବୀ ମାନେ ସେହିଥିରେ ଆଶ୍ରୟ ନେଇଥିଲେ।