Movie prime

୨୧,୨୨ ଲଘୁଚାପ ଦେଖନ୍ତୁ କେମିତି ରହିବ ସ୍ଥିତି ପାଣିପାଗ ବିଭାଗ ତରଫରୁ ମିଳିଲା ସତର୍କ ସୂଚନା

 
Special Report
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ପୁଣି ଆସୁଛି ଆଉ ଏକ ଲଘୁଚାପ। ୨୧ ରୁ ୨୨ ତାରିଖ ମଧ୍ୟରେ ରହିଛି ବର୍ଷାର ସମ୍ଭାବନା। ବଙ୍ଗୋସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି।
ଏହି ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
ଏହି ଲଘୁଚାପ ପ୍ରଭାବରେ ଆସନ୍ତା ୨୧ ତାରିଖରେ ଗଞ୍ଜାମ ଗଜପତି ରାୟଗଡା କନ୍ଧମାଳ ମାଲକାନଗିରି କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ଦକ୍ଷିଣ ପୂର୍ବ ବଙ୍ଗୋପସାଗର ତା'ର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଆଣ୍ଡମାନସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ ଉତ୍ତର ଦେଇ ଗତି କରୁଛି।
ଆଉ ୧୯ ନଭେମ୍ବର ବେଳକୁ ଏହା ଦକ୍ଷିଣ ବଙ୍ଗୋପସାଗର ମଧ୍ୟବର୍ତ୍ତୀ ଅଞ୍ଚଳରେ ଏକ ଅବପାତର ରୂପ ନେବା ସହିତ, ଆହୁରି ପରବର୍ତ୍ତୀ ତିନି ଦିନ ଯାଏଁ ତାମିଲନାଡୁ, ପୁଡୁଚେରୀ, ଦକ୍ଷିଣ ଆନ୍ଧ୍ରପ୍ରଦେଶ ଆଡ଼କୁ ଉପକୂଳ ମୁହା ହେବାର ସମ୍ଭାବନା ରହିଛି।
ଏହି ଲଘୁଚାପ ଆସିବା ଫଳରେ ବର୍ଷାର ପ୍ରଭାବ ରହିପାରେ କିଛି ଜିଲ୍ଲା ଗୁଡିକରେ।ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କୋରାପୁଟ, ମାଲକାନଗିରି ଏହିଭଳି କିଛି ଜିଲ୍ଲା ଗୁଡିକରେ ମଧ୍ୟମ ଧରଣର ବର୍ଷା ହେଇପାରେ।
ତେବେ ଏହି ଯୋଉ ଲଘୁଚାପଟି ଆସୁଛି ତାହା ଘନୀଭୂତ ହେଇକି ଅବପାତର ରୂପ ନେବ କି ତାଠାରୁ ଅଧିକ ହେଇପାରେ କି ଦୁର୍ବଳ ସ୍ଥିତିକୁ ଆସିପାରେ ସେ ବିଷୟରେ କିଛି ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ସୂଚନା ମିଳି ପାରିନାହିଁ।
ଏ ଯୋଉ ଲଘୁଚାପଟି ଆସୁଛି ତାର ପ୍ରଭାବରେ ବିଶେଷ ଅଧିକ ବର୍ଷା ମଧ୍ୟ ନହେଇପାରେ। କାରଣ ପାଣିପାଗ ବିଜ୍ଞାନୀ ସୂଚନା ଅନୁଯାୟୀ ହାଲୁକା ବା ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। 
ତେବେ ୧୮,୧୯,୨୦ ତାରିଖ ଏହି ତିନିଦିନ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଏବଂ ଏ ଯୋଉ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ତାହା ବାୟୁମଣ୍ଡଳରୁ ୪:୬ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି।
ପରବର୍ତ୍ତୀ ସମୟରେ ହୁଏତ ଏହି ଲଘୁଚାପଟି ଦୁର୍ବଳ ମଧ୍ୟ ହୋଇପାରେ କିମ୍ୱା ତୀବ୍ର ରୂପ ମଧ୍ୟ ନେଇପାରେ। କିନ୍ତୁ ଏହି ଲଘୁଚାପ ଫଳରେ ବିଶେଷ ଅଧିକ ବର୍ଷା ବା ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେଇପାରେ ବୋଲି ପାଣିପାଗ ବିଭାଗ କୌଣସି ହେଲେ ସୂଚନା ଦେଇନାହିଁ।
ତେଣୁ କିଛି ଜିଲ୍ଲାରେ ହାଲୁକା ବା ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।