Movie prime

ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଅଭିଯୋଗରେ ଟୁଟୁ ନାୟକଙ୍କୁ ପଡ଼ିବ କାଳ ! ଦେଖନ୍ତୁ ଏବେ ଏବେ ଆସିଲା ବହୁତ୍ ବଡ ଖବର

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଟୁଟୁଙ୍କ ପାଇଁ କାଳ ହେବ ଅଭିନେତ୍ରୀ ପ୍ରକୃତିଙ୍କ ପୁରୁଣା ମାମଲା। ଅନ୍ୟର ଚରିତ୍ର ସଂହାର କରିବା ଓ ଅନ୍ୟପ୍ରତି ଭୟ ସୃଷ୍ଟି କରିବାର ଲମ୍ବା ଅଭିଯୋଗ ଏବେ ଟୁଟୁ ନାୟକଙ୍କ ବିରୁଦ୍ଧରେ।
Special report
ଗୋଟିଏ ଏତଲା ଅନଲାଇନରେ ରୁଜୁ ହେଇଥିବା ବେଳେ ଆଉ ଗୋଟେ ଏବେ ହାତାହାତି ପାଇଛି ପୋଲିସ। ଦୀର୍ଘଦିନରୁ ଟୁଟୁଙ୍କ ନାରେ ଅଭିଯୋଗ ହୋଇ ଆସୁଥିବା ବେଳେ ଏବେ ସାମ୍ବାଦିକାଙ୍କୁ ପିଟି ଖସି ଯାଇଛନ୍ତି ଟୁଟୁ ନାୟକ। ଦିନକ ପୂର୍ବରୁ ଟୁଟୁଙ୍କ ଜାମିନ ଖାରଜ ହୋଇଥିବା ବେଳେ, ଆଜି ବି ଟୁଟୁଙ୍କୁ ଜାମିନ ନମିଳିପାରେ ବୋଲି ଅନୁମାନ କରାଯାଉଛି। 
କିଛିଦିନ ତଳେ ଟୁଟୁଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର। ଜୁନ୍ ମାସରେ ଟୁଟୁ ଗଣମାଧ୍ୟମକୁ ଦେଇଥିବା ବାଇଟରେ ପ୍ରକୃତିଙ୍କ ମାନହାନି ହୋଇଥିବା ସେ ଏତଲାରେ ଦର୍ଶାଇଥିଲେ। ଆଉ ଏଥିରେ ଟୁଟୁଙ୍କ ନାରେ ମାମଲା ରୁଜୁ ହୋଇଥିବା ବେଳେ ତିନୋଟି ଦଫା ବି ଲାଗିଛି।
Special report
ତେବେ ସେହି ମାମଲାରେ ଯୋଡି ହୋଇଛି ସିନେ ପ୍ରଯୋଜକ ସିଧର୍ ମାଥାଙ୍କ ଏତଲା। ସିଧରଙ୍କ ଜୀବନ ପ୍ରତି ଟୁଟୁ କାଳେ ବିପଦ ସାଜିଥିବା ଅଭିଯୋଗ ବି ହୋଇଛି। ଆଉ ସିଧରଙ୍କୁ ବରିଷ୍ଠ ପ୍ରଯୋଜକ ଟୁଟୁ ନାୟକ କୁଆଡ଼େ ଜୀବନରୁ ମାରି ପାରନ୍ତି ବୋଲି ସେ ଭୟଭୀତ ଥିବା କଥା ମିଡିଆ ଆଗରେ କହିଥିଲେ। 
ଏହାପରେ ସେ ପୋଲିସରେ ଏତଲା ଦେଇଥିବା ଖବର ମିଳିଛି। ତେବେ ଟୁଟୁଙ୍କ ବିରୁଦ୍ଧରେ ସାମ୍ବାଦିକା ଦେବସ୍ମିତା ରାଉତଙ୍କ ଏତଲାକୁ ମିଶାଇ ଏବେ ମୋଟ ତିନୋଟି ଏତଲା ପୋଲିସ ହତାରେ ଲାଗିଛି। ପ୍ରଥମେ ପ୍ରକୃତି ମିଶ୍ର, ଦ୍ୱିତୀୟରେ ଦେବସ୍ମିତା ରାଉତ, ତୃତୀୟରେ ପ୍ରଯୋଜକ ସିର୍ଧର ମାଥା।
Special report
ମୋଟ ତିନୋଟି ମାମଲା ଏବେ ପୋଲିସ ହାତରେ। ଟୁଟୁଙ୍କ ନାଁ'ରେ ଅଭିଯୋଗ ଏତିକିରେ ସରିନି। ତାଙ୍କ ନାଁରେ ଅଭିଯୋଗ ଲମ୍ବି ପରେ ବୋଲି କୁହାଯାଇଛି। କିନ୍ତୁ ଟୁଟୁ ଏବେ ଜେଲ ହାଜତରେ ଥିବାରୁ ପୋଲିସ ପାଖରେ କିଛି ଜଣ ଅଭିଯୋଗ ଧରି ପହଞ୍ଚୁଛନ୍ତି। 
ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି। ଟୁଟୁ ସବୁବେଳେ ଆଗ ଚଲା ହୋଇ ଅନେକ ଜଣଙ୍କ ସମ୍ମାନ ହାନୀ କରିବା ଖବର ପାଇଛନ୍ତି ପୋଲିସ। ଟୁଟୁଙ୍କ ପାଇଁ ଅଲିଉଡରେ ଶାନ୍ତି ଭଙ୍ଗ ହେଉଛି ବୋଲି ଅଭିଯୋଗ ହୋଇଛି।
କାରଣ ଅଭିନେତା ମନୋଜ ମିଶ୍ର ଟୁଟୁଙ୍କ କଲ ରେକଡିଂ ଭାଇରାଲ କରିଥିଲେ। ଆଉ ଯେଉଁଥିରେ ସୁପରଷ୍ଟାର ଅନୁଭବ ମହାନ୍ତି ଓ ଅରିନ୍ଦମଙ୍କ ନାରେ ଏଣୁତେଣୁ ଗପି ଅଜଣା ଅଶାନ୍ତି ସୃଷ୍ଟି କରାଯାଇଥିବା କୁହାଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.