Movie prime

ସରିଲା ସମୟ ଆଉ କିଛିଦିନ ରେ ହୋଇନଥିଲେ ଲିଙ୍କ ହେବ ଏମିତି ଜୋରିମାନା !

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏଭଳି ଅନେକ ଖବର ସୋସିଆଲ ମିଡିଆ ଦ୍ଵାରା ଜାଣି ପାରୁଛନ୍ତି ଯାହା ଦରକାରୀ ଅଟେ । ପ୍ୟାନ କାର୍ଡ ସହ ଆଧାର କାର୍ଡ ଲିଙ୍କ କରିବାକୁ ଇନକମ୍ ଟ୍ୟାକ୍ସ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆ ଯାଇଥିଲା । ଏହାକୁ ନେଇ ଏବେ ଖବର ଆସିଛି । 
ଆଧାର କାର୍ଡ ସହ ପ୍ୟାନ କାର୍ଡ ଲିଙ୍କ କରିବାକୁ ଆଉ ମାତ୍ର ତିନି ଦିନ ବାକି । ନହେଲେ ଗଣିବେ ୧୦ ହଜାର ଟଙ୍କାର ଜୋରିମାନା । ଇନକମ୍ ଟ୍ୟାକ୍ସ ବିଭାଗ ଜାରି କରିଲା ଜରୁରୀ ସୂଚନା । ପ୍ୟାନ କାର୍ଡକୁ ଆଧାର କାର୍ଡ ସହ ଲିଙ୍କ କରିବାକୁ ଆଉ ରହିଲା ମାତ୍ର ତିନିଦିନ । ମାର୍ଚ୍ଚ ୩୧ ହେଉଛି ଏହାର ଶେଷ ତାରିଖ ।
ଏହି ତାରିଖ ମଧ୍ୟରେ ଆପଣ ଏହି ଜରୁରୀ କାମ ନ କରିଲେ ଆପଣଙ୍କ ପ୍ୟାନ କାର୍ଡ ଆଉ କାମରେ ଆସିବ ନାହିଁ । ଯଦି ଏହାକୁ ଆପଣ କୌଣସି ଦସ୍ତାବିଜରେ ବ୍ୟବହାର କରିବେ ତାହେଲେ ୧୦ ହଜାର ଟଙ୍କା ଜୋରିମାନା ଦେବେ । 
ଏନେଇ ଆୟକର ବିଭାଗ ସୂଚନା ଜାରି କରି ଲୋକଙ୍କୁ ସତର୍କ କରିଛି । ବ୍ୟାଙ୍କ୍ ଆକାଉଣ୍ଟ ଖୋଲିବା ବା ରିଆଲଟେଷ୍ଟର କୌଣସି ଡିଲ୍ ପାଇଁ ପ୍ୟାନ କାର୍ଡ ନିହାତି ଜରୁରୀ ଅଟେ । ଯେତେବେଳେ ଆପଣଙ୍କ ପ୍ୟାନ କାର୍ଡ ବନ୍ଦ ହୋଇଯାଏ
ଯଦି ଆପଣ ଏହାକୁ ବ୍ୟବହାର କରିଲେ ତାହେଲେ ଆପଣଙ୍କ ଉପରେ ଆୟକର ବିଭାଗର ୨୭୨ ଡି ଆଧାରରେ ଆପଣଙ୍କୁ ୧୦ ହଜାର ଟଙ୍କା ଭରିବାକୁ ପଡ଼ିବ । ସେଥିପାଇଁ ଆପଣ ମାର୍ଚ୍ଚ ୩୧ ଭିତରେ ୧୦୦୦ ଟଙ୍କା ଦେଇ ପ୍ୟାନ ସହ ଆଧାରକୁ ଲିଙ୍କ କରି ଦିଅନ୍ତୁ । 
କେନ୍ଦ୍ରୀୟ ପ୍ରତ୍ୟେକ୍ଷ ଶୁଳ୍କ କୋର୍ଟ ୨୦୨୨ ଜୁନ ୩୦ ପରଠାରୁ ପ୍ୟାନ କାର୍ଡ ସହ ଆଧାର କାର୍ଡ ଲିଙ୍କ କରିବାକୁ ୧୦୦୦ ଟଙ୍କା ଆଦାୟ କରିଛି । ଫାଇନ ନଦେଇ ଲିଙ୍କ କରି ହେବ ନାହିଁ । ଘରେ ବସି ମଧ୍ୟ ଆପଣ ପ୍ୟାନ କାର୍ଡ ସହ ଆଧାର କାର୍ଡର ଲିଙ୍କ କରାଇ ପାରିବେ ।
ଆୟକର ବିଭାଗର ୱେବସାଇଟ www.incometax.gov.in ରେ ଲଗଇନ୍ କରନ୍ତୁ । କ୍ୱିକ ଲିଙ୍କ ସେକ୍ସନକୁ ଯାଇ ଲିଙ୍କ ଆଧାର ଉପରେ କ୍ଲିକ୍ କରନ୍ତୁ । ଆପଣଙ୍କ ସ୍କ୍ରିନରେ ନୂଆ ୱିଣ୍ଡୋ ଖୋଲିବ ।ଏଠାରେ ନିଜର ପ୍ୟାନ ନମ୍ବର, ଆଧାର ନମ୍ବର ଏବଂ ମୋବାଇଲ୍ ନମ୍ବର ପୂରଣ କରନ୍ତୁ । 
ଏହାପରେ I Validate my Aadhaar details ' ର ବିକଳ୍ପ ଚୟନ କରନ୍ତୁ । ଆପଣଙ୍କ ରେଜିଷ୍ଟର ମୋବାଇଲ୍ ନମ୍ବରରେ ଓଟିପି ନମ୍ବର ଆସିବ ଏହାକୁ ଲେଖି ' Validate ' ଉପରେ କ୍ଲିକ୍ କରନ୍ତୁ ।
୧୦୦୦ ଟଙ୍କାର ଫାଇନ ଭରିବା ପରେ ଆପଣଙ୍କ ପ୍ୟାନ ସହ ଆଧାର ଲିଙ୍କ ହୋଇଯିବ । ଫାଇନ ଭରିବା ପାଇଁ ନିମ୍ନଲିଖିତ ପୋର୍ଟାଲକୁ ଯିବାକୁ ହେବhttps://onlineservices.tin.egov-nsdl.com/etaxnew/tdsnontds.jsp protean । ଏହି ଭିଡିଓ ମାଧ୍ୟମରେ ଆପଣ ଏହି ବିଷୟରେ ଅଧିକ ଜାଣିପାରିବେ ।