Movie prime

Aditya L1 ଦେଲା ଆଶ୍ଚର୍ୟ୍ଯ ଜନକ ତଥ୍ୟ ଦେଖନ୍ତୁ ଏହି ସତ ଜାଣିବା ପରେ ବୈଜ୍ଞାନିକ ମଧ୍ୟ ହେଲେ ଆଶ୍ଚର୍ୟ୍ଯ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୂର୍ଯ୍ୟ ଅଧ୍ୟୟନ ପାଇଁ ମହାକାଶକୁ ଯାଇଥିବା ସୌର ମିଶନ ଦେଇଛି ଖୁସିର ଖବର। ଇସ୍ରୋ ଦ୍ୱାରା ପଠାଯାଇଥିବା ଭାରତର ପ୍ରଥମ ସୌର ମିଶନ ସଫଳତାର ସହ ତଥ୍ୟ ଦେବା ଆରମ୍ଭ କରିଛି।
Special report
ଆଦିତ୍ୟ-L1 ନିଜର ବୈଜ୍ଞାନିକ ପରୀକ୍ଷଣ ଆରମ୍ଭ କରିଛି। ଏନେଇ ଇସ୍ରୋ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ସ୍ଟେପସ୍ ଯନ୍ତ୍ରର ସେନ୍ସରଗୁଡିକ ପୃଥିବୀଠାରୁ ୫୦ ହଜାର କିଲୋମିଟରରୁ ଅଧିକ ଦୂରରେ ରହିଥାଏ।
ଆଉ ସୁପର ଥର୍ମାଲ , ଉର୍ଜାବାନ ଏବଂ ଇଲେକ୍ଟ୍ରନ କୁ ମାପିବା ଆରମ୍ଭ କରିଦେଇଛି। ଯାହା ବୈଜ୍ଞାନିକମାନଙ୍କୁ ପୃଥିବୀ ଚାରିପାଖେ କଣିକାର ବ୍ୟବହାରର ବିଶ୍ଲେଷଣ କରିବାରେ ସାହାଯ୍ୟ କରି ପାରିବ। ଏବଂ ବାୟୁମଣ୍ଡଳରେ ହେଉଥିବା ସମସ୍ତ ପରିବର୍ତ୍ତନ ବିଷୟରେ ବୈଜ୍ଞାନିକମାନଙ୍କୁ ସୂଚନା ମିଳିବ।
Special report
ଆଦିତ୍ୟ-L1 ମିଶନର ଏକ ଗୁରୁତ୍ୱପୁର୍ଣ୍ଣ ପର୍ଯ୍ୟାୟ ଆରମ୍ଭ କରିବାକୁ ପ୍ରସ୍ତୁତ ଅଛି। ମଧ୍ୟରାତ୍ରୀରେ ଟ୍ରାନ୍ସ-ଲାଗ୍ରାଞ୍ଜିଆନ ପଏଣ୍ଟ ଇନ୍ସର୍ସନ ଅତିକ୍ରମ କରିବ ବୋଲି ଇସ୍ରୋ ସୂଚନା ଦେଇଛି।
ପୃଥିବୀଠାରୁ ପାଖାପାଖି ୧.୫ ନିୟୁତ କିଲୋମିଟର ଦୂରରେ ଅବସ୍ଥିତ ସୂର୍ଯ୍ୟ-ପୃଥିବୀ ଲାଗ୍ରେଞ୍ଜ ପଏଣ୍ଟ ଖ୧ ଆଡକୁ ଯାତ୍ରା ଆରମ୍ଭ କରିବ ଆଦିତ୍ୟ-L1। ଯାତ୍ରା କରିବାକୁ ଆଉ ୧୧୦ ଦିନ ସମୟ ଲାଗିବ।
Special report
ସୂଚନା ମୁତାବକ, ସେପ୍ଟେମ୍ବର ୨ରେ ପୂର୍ବାହ୍ନ ୧୧ଟା ୫୦ ମିନିଟ ସମୟରେ ଇସ୍ରୋର ସୌର ଅଭିଯାନ ଆଦିତ୍ୟ ଏଲ୧ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ଶତୀଶ ଧାୱନ ସ୍ପେସ ସେଣ୍ଟରରୁ ସଫଳ ଉତକ୍ଷେପଣ ହୋଇଥିଲା।
PSLVV-C57 ରକେଟ ସହାୟତାରେ ଏହାକୁ ପ୍ରତିକ୍ଷେପଣ କରାଯାଇଥିଲା । ତେବେ ବର୍ତ୍ତମାନ ୪ର୍ଥ କକ୍ଷପଥ ସମାପ୍ତ କରି ୫ମ କକ୍ଷପଥରେ ପ୍ରବେଶ କରିଛି ଆଦିତ୍ୟ ଏଲ୍‌୧ ।
ଏହି ପ୍ରକ୍ରିୟା ଶେଷ ହେବା ପରେ ସିଧା L1 ପଏଣ୍ଟ ଆଡକୁ ଗତି କରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ସୂର୍ଯ୍ୟଙ୍କ ବାହ୍ୟସ୍ତର ଓ କ୍ରୋମୋସଫିର ଉପରେ ଅଧ୍ୟୟନ କରାଯିବା ନେଇ ଏହାକୁ ପଠାଯାଇଥିବା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.