Movie prime

ନିମାପଡ଼ା ମୋର, ବାପା ଙ୍କ ନାଆଁ କାଈ ନେଉଚ..ନିଜ ଦମ୍ ରେ ଜିତିକି ଦେଖେଇବି, ଭରସା ଅଛି..

 
Nb
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସ ଦଳ ର ପୂର୍ବତନ ନେତା ସୁର ରାଉତରାୟ ଙ୍କ ବଡ ପୁଅ ସିଦ୍ଧାର୍ଥ ରାଉତରାୟ ଙ୍କୁ ଭଲ ଭାବେ ଜାଣି ଥିବେ।ସୁର ରାଉତରାୟ ଙ୍କ ପରିବାର ରେ ଲାଗିଚି ଏବେ ଲଢେଇ।
ସାନ ପୁଅ ମନ୍ମଥ ରାଉତରାୟ ବିଜେଡି ରେ ଯୋଗ ଦେଇଥିବା ବେଳେ ବଡ ପୁଅ ସିଦ୍ଧାର୍ଥ ରାଉତରାୟ ଙ୍କୁ ଗତ କାଲି କଂଗ୍ରେସ ନିମାପଡ଼ା ରୁ ବିଧାୟକ ଟିକେଟ ଦେଇଚି।ତେବେ ଏହି ଟିକେଟ ପାଇବା ପରେ ସେ ଏବେ ବହୁତ ଖୁସି ଅଛନ୍ତି।
Hh
ଏହା ପରେ ନିଜର ଏକ ସ୍ବତନ୍ତ୍ର ସାକ୍ଷାତକାର ସେ ଗଣ ମାଧ୍ୟମ କୁ ଦେଇ ଥିଲେ।ସେଥିରେ ତାଙ୍କୁ ତାଙ୍କ ବାପା ସୁର ରାଉତରାୟ ଙ୍କ କଥା ପଚରା ଯାଇ ଥିଲା।ସେ କହିଥିଲେ କି ମୋ ବାପା ଙ୍କ ବିଷୟ ରେ ମୋତେ କିଛି ପଚାରନ୍ତୁ ନାହିଁ।
ମୁଁ ମୋ ବାପା ଙ୍କୁ ନିମାପଡ଼ା ଠାରେ ମୋର ପ୍ରଚାର ପାଇଁ ଡାକିବି ନାହିଁ।ମୁଁ ନିଜ କଷ୍ଟ ବଳ ରେ ଟିକେଟ ପାଇଛି।ଯଦି ବି ଜିତେ କେବଳ ନିଜ ପରିଶ୍ରମ ବଳ ରେ।ଏଥିରେ କାହାରି ସାହାର୍ଯ୍ୟ ନାହିଁ।ନିମାପଡ଼ା ର ଉନ୍ନତି କରିବା ମୋର ଲକ୍ଷ୍ୟ।
Hh
ଲୋକ ଜଣେ ଭଲ ନେତା ଚାହୁଁଛନ୍ତି। ଯିଏ ତାଙ୍କ ସୁଖ ଦୁଃଖ ସମୟ ରେ ସାଥ ଦେଉ ଥିବ।ଆମ ଓଡ଼ିଶା ରେ ବହୁତ କିଛି ଉନ୍ନତି କରିବାର ଅଛି।ଲୋକ ମାନଙ୍କ ଶିକ୍ଷା ହେଉ କି ଅନ୍ୟ କୌଣସି ଯୋଜନା ହେଉ ସବୁଥିରେ ସେମାନଙ୍କ ବିକାଶ
ଦରକାର।ଲୋକ ମାନେ ସରଳତା କୁ ବିଶ୍ଵାସ କରନ୍ତି। ମୁଁ ୬୦୦୦ କିମି ସାଇକେଲ ରେ ବୁଲି ସାରିଲିଣି।ଆମ ଓଡ଼ିଶା ରେ ଲୋକ ମାନେ କେଉଁ ଅବସ୍ଥା ରେ ଅଛନ୍ତି ମୁଁ ଜାଣି ପାରୁଛି।ଯେତେ ନେତା ଦଳ ବଦଳ କରିଛନ୍ତି ସେମାନଙ୍କୁ କେବେ ବିଶ୍ଵାସ କରିବା କଥା ନୁହେଁ।
ସେମାନେ ସମସ୍ତେ ସ୍ୱାର୍ଥପର ବୋଲି ସିଦ୍ଧାର୍ଥ ରାଉତରାୟ କହିଛନ୍ତି।ଓଡ଼ିଆ ଲୋକ ଏବେ ବୁଦ୍ଧିମାନ ହେଲେଣି।ନିଜ ପସନ୍ଦ ର ସେମାନେ ଭୋଟ ଦେବେ।ତାଙ୍କର ଏହି କଥା କୁ ଅନେକ ଖୁବ୍ ପସନ୍ଦ କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.