Movie prime

ଆହୁରି ୩ଦିନ ଏହିସବୁ ଜିଲ୍ଲାରେ ଛେଚିବ ପ୍ରବଳ ବର୍ଷା ଦେଖନ୍ତୁ କେଉଁ କେଉଁ ଜିଲ୍ଲା ମାନଙ୍କ ପାଇଁ ମିଳିଲା ସତର୍କ ସୂଚନା

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ସୋସିଆଲ ମିଡ଼ିଆ ଦ୍ୱାରା ପାଣିପାଗ କୁ ନେଇ ସୂଚନା ଜାଣିପାରୁଥିବେ। ତେବେ ବନ୍ଧୁଗଣ ରାଜ୍ୟରେ ମେଘୁଆ ପାଗ ସହ ତଳମୁହାଁ ହୋଇଛି ପାରଦ। ସବୁଠି ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିଛି ତାପମାତ୍ରା।
Special report
ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ସହ ଆସନ୍ତା ତିନି ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଆସନ୍ତା ୩ ଘଣ୍ଟା ମଧ୍ୟରେ ଟୁଇନସିଟିରେ ଘଡଘଡି ବିଜୁଳି ସହ ବର୍ଷା ସମ୍ଭାବନା ରହିଛି। କଟକ ଭୁବନେଶ୍ୱରର କିଛି ଅଞ୍ଚଳ ପ୍ରଭାବିତ ହେବା ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର।
Special report
ପଶ୍ଚିମା ଝଡ ଏବଂ ଲଘୁଚାପ ବଳୟ ସକ୍ରିୟ ଥିବାରୁ ଜଳୀୟ ବାଷ୍ପ ବାୟୁ ବାୟୁମଣ୍ଡଳକୁ ପ୍ରବେଶ କରୁଛି। ତେଣୁ ରାଜ୍ୟରେ ପାଗ ମେଘୁଆ ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।
ଆସନ୍ତାକାଲି ଉପକୂଳ ଓଡ଼ିଶା ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୨୦ ଜିଲ୍ଲାରେ ହାଲୁକା ବର୍ଷା ନେଇ ଆକଳନ କରାଯାଇଛି। ତେବେ ବର୍ଷା ପ୍ରଭାବରେ ଦିନର ତାପମାତ୍ରା କମିଥିବା ବେଳେ ରାତ୍ରୀର ତାପମାତ୍ରାରେ କୌଣସି ପରିବର୍ତ୍ତନ ହୋଇନାହିଁ।
Special report
ତେବେ ବନ୍ଧୁଗଣ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଝାଡଖଣ୍ଡ, ପଶ୍ଚିମବଙ୍ଗ, ସିକ୍କିମ ଓ ଓଡ଼ିଶାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଫଳରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବ।
Special report
ସେପଟେ ଜାମ୍ମୁ କାଶ୍ମୀର, ଅରୁଣାଚଳ ପ୍ରଦେଶ ସମେତ ଆଉ କିଛି ସ୍ଥାନରେ ତୁଷାରପାତ ଅଧିକ ହେବ। ଆନ୍ଧ୍ର ପ୍ରଦେଶରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ର ପୂର୍ବାନୁମାନ ଅନୁଯାୟୀ,
ଫେବୃଆରୀ ୨୮ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା ଓ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ଫେବୃଆରୀ ୨୬ ଏବଂ ୨୭ ତାରିଖରେ ମଧ୍ୟ ହାଲୁକା ବର୍ଷା ହେବା ନେଇ ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ କେନ୍ଦ୍ର।