Movie prime

ସାମ୍ନା କୁ ଆସିଲା Azex ର viral call record - ମୁଁ ଆଜି ମରୁଛି ହେଲେ ମଲା ବେଳେ ବି ତତେ ଭଲ ପାଉଛି

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଓଡ଼ିଶାର ଜଣାଶୁଣା ଡିଜେ ‘ଡିଜେ ଆଜେକ୍ସ’ ଓରଫ ଅକ୍ଷୟ କୁମାରଙ୍କର ଗତକାଲି ସନ୍ଦେହଜନକ ଭାବେ ମୃ-ତ୍ୟୁ ଘଟିଥିବା ବେଳେ ଏହା ପଛରେ ତାଙ୍କ ପ୍ରେମିକା ଓ ପ୍ରେମିକାଙ୍କ ବନ୍ଧୁଙ୍କ ହାତ ଅଛି ବୋଲି ଅଭିଯୋଗ ହୋଇଛି।
ଡିଜେ ଆଜେକ୍ସଙ୍କ ପରିବାର ଲୋକେ ଏନେଇ ଖାରବେଳ ନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରୀ ତାଙ୍କୁ ବ୍ଲା-କ୍‌-ମେ-ଲ୍ କରୁଥିଲା। ସେହି ଝିଅ ସହିତ ଡିଜେ ଆଜେକ୍ସଙ୍କ ପ୍ରେମ ସଂପର୍କ ଥିଲା। 
ଡିଜେ ଆଜେକ୍ସଙ୍କ ଫୋନ୍‌ରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ତାଙ୍କୁ ବ୍ଲା-କ୍‌-ମେ-ଲ୍ କରାଯାଉଥିଲା। ଏହି ଷଡ଼ଯନ୍ତ୍ରରେ ସେହି ଝିଅ ସହିତ ତାଙ୍କର ଜଣେ ପୁରୁଷ ବନ୍ଧୁ ବି ସାମିଲ ଅଛନ୍ତି। କିଛି ଭିଡିଓ ଭାଇରାଲ କରି ଦେବେ ବୋଲି କହି ସେମାନେ ଡିଜେ ଆଜେକ୍ସଙ୍କୁ ବ୍ଲା-କ୍‌-ମେ-ଲ୍ କରୁଥିଲେ।
୧୫ ଦିନ ତଳେ ଡିଜେ ଆଜେକ୍ସଙ୍କ ଆକାଉଣ୍ଟରୁ ସେହି ଝିଅ ପାଖକୁ ୧୫ ହଜାର ଟଙ୍କା ଯାଇଛି। ଫୋନ୍‌ ପେ’ରେ ସେହି ଟଙ୍କା ଟ୍ରାନ୍ସଫର ହୋଇଛି। ଦୁଇ ବର୍ଷ ତଳେ ଡିଜେ ଆଜେକ୍ସ ଉକ୍ତ ଛାତ୍ରୀ ଜଣଙ୍କୁ ତାଙ୍କ ଶିକ୍ଷାନୁଷ୍ଠାନରେ ଭେଟି ଥିଲେ ଓ ତାଙ୍କ ପ୍ରେମରେ ପଡ଼ିଯାଇଥିଲେ। 
ଡିଜେ ଆଜେକ୍ସଙ୍କ ପ୍ରେମରେ ତାଙ୍କ ପ୍ରେମିକାଙ୍କ ବନ୍ଧୁ ବାଧକ ସାଜିଥିଲେ ବୋଲି ଅଭିଯୋଗ ହୋଇଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଶୁଣିବାକୁ ମିଳୁଛି ଡିଜେ ଆଜେକ୍ସଙ୍କ ତାଙ୍କ ପ୍ରେମିକା ଜିଜ୍ଞାସାକୁ ଶେଷ ଅଡିଓ।
ଯେଉଁଥିରେ ଡିଜେ ଆଜେକ୍ସ କହିଛନ୍ତି, ଯେତେବଳେ ତାଙ୍କ ମେସେଜ୍ ଟି ଜିଜ୍ଞାସା ପଢ଼ିବେ ହୁଏତ ସେ ଆଉ ନଥିବେ। ଏବଂ ଆଜେକ୍ସ କହିଛନ୍ତି, ସେ କେବଳ ମାରିବାର କାରଣ ହେଉଛି କି ଆଜେକ୍ସ କେବେ ଗ୍ରହଣ କରିପାରିନାହାନ୍ତି କି
 ଜିଜ୍ଞାସା ତାଙ୍କୁ ଘୃଣା କରୁଛନ୍ତି ବୋଲି। ଯେତେବଳେ ଜିଜ୍ଞାସା ଆଜେକ୍ସଙ୍କୁ ଶେଷ କଲ କରୁଥିଲେ ସେତେବଳେ ଆଜେକ୍ସ ଚୁପଚାପ୍ ତାଙ୍କ କଥା ଶୁଣୁଥିଲେ। 
କାରଣ ଆଜେକ୍ସ ସଂପୂର୍ଣ୍ଣ ପ୍ରସ୍ତୁତ ଥିଲେ ଯେ ସେ ଆଉ ତିନି ଚାରି ଘଣ୍ଟା ପରେ ଆଉ ନଥିବେ। ଶେଷରେ ଆଜେକ୍ସ ଜିଜ୍ଞାସାଙ୍କୁ ଏହି ଅଡିଓ ରେ କହିଛନ୍ତି, ତାଙ୍କ ବାପା-ମାଆ, କ୍ୟାରିଅର ଏବଂ ସବୁକିଛି ସେ ଛାଡ଼ିକି ଯାଉଛନ୍ତି।
କାରଣ ସେ ପ୍ରମାଣ କରିଦେଇଛନ୍ତି କି ଜିଜ୍ଞାସାଙ୍କୁ ଭଲ ପାଆନ୍ତି ବୋଲି। ତେବେ ବନ୍ଧୁଗଣ ଏହିଭଳି ଅନେକ କଥା ଏହି ଅଡିଓରେ ଆଜେକ୍ସ ଜିଜ୍ଞାସାଙ୍କୁ କହୁଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଆଜେକ୍ସଙ୍କ ଏହି ଅଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.