Movie prime

ରାଗରେ ବିଜେଡି ରୁ ଇସ୍ତଫା ଦେଲେ ଆକାଶ..ଏତେ କାମ କଲି ହେଲେ ମୋତେ ଟିକେଟ ଦେଲେନି..

 
Vg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Hh
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ତେବେ ଯୁବପିଢୀଙ୍କ ପାଇଁ ସୋସିଆଲ ମିଡ଼ିଆ ଏକ ସହଜ ଓ ସରଳ ଉପାୟ ପାଲଟିଛି, ଯାହାଦ୍ଵାରା ସମସ୍ତ ଖବର ଖୁବଶୀଘ୍ର ଜାଣି ହେଉଛି।
ତେବେ ବନ୍ଧୁଗଣ ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ଆକାଶ ଦାସ ନାୟକ। ସେ ଆଜି ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି।
ବିଜେଡି ଛାଡ଼ିବା ପରେ ପ୍ରତିକ୍ରିୟା ରଖିଛନ୍ତି ଆକାଶ । ସେ କହିଛନ୍ତି ଯେ, ଆତ୍ମସମ୍ମାନ ଓ କୋରେଇବାସୀଙ୍କ ସ୍ବାଭିମାନ ପାଇଁ ଦଳ ଛାଡ଼ିଲି। ୨୦୧୯ରେ ବିନା କାରଣରେ ଟିକେଟ୍ କଟାଗଲା, ପ୍ରତିବାଦ କରିନଥିଲି ।
Gh
ବିଧାୟକ ନଥାଇ ୫ ବର୍ଷ ଧରି ଦଳ ପାଇଁ କଠିନ ପରିଶ୍ରମ କରିଛି ବୋଲି କହିଛନ୍ତି ଆକାଶ ଦାସ ନାୟକ। ସେ ଆହୁରି କହିଛନ୍ତି, ‘ଦଳ ବୋଧେ ମୋ ଗୁରୁତ୍ବ ବୁଝି ପାରିଲାନି। ମୋର ଜନ୍ମମାଟି କୋରେଇ ମା’ର ସେବା କରିବା ପାଇଁ ରାଜନୀତିରେ ଯୋଗ ଦେଇଥିଲି। 
କୋରେଇବାସୀଙ୍କ ପରାମର୍ଶରେ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରିବି’। ସୂଚନାଯୋଗ୍ୟ, ୨୦୧୪ ରୁ ୨୦୧୯ ଯାଏଁ କୋରେଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଆକାଶ। ଏହାପରେ ୨୦୧୯ରେ ଆକାଶଙ୍କ ଟିକେଟ୍ ଦଳ କାଟିବା ପରେ ତାଙ୍କୁ ମୋ କଲେଜ ଯୋଜନାର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଥିଲେ ନବୀନ ପଟ୍ଟନାୟକ।
ତେବେ ବିଜେଡିରୁ ଇସ୍ତଫା ଦେବାପରେ ଆକାଶ ପଦ୍ମ ଧରିପାରନ୍ତି ଏବଂ ବିଜେପି ଟିକେଟ୍ ରେ ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି।