Movie prime

ଖୁବ୍ କମ୍ ବୟସ ରେ ଆଖି ବୁଝିଲେ ଯୁବ ବିଜେଡ଼ି ସରପଞ୍ଚ ରୂପାଲି !

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜମ ଦଣ୍ଡ ଆଗରେ ଆଗରେ ହାର ମାନି ଯାଏ ମଣିଷର ସବୁ ଚେଷ୍ଟା ପ୍ରଚେଷ୍ଟା। କାରଣ ଯେତେବେଳେ ମରଣ ଆସିଥାଏ ସେତେବେଳେ ଏହା କବଳରୁ କେହି ହେଲେ ମଧ୍ୟ ବର୍ତ୍ତି ପାରି ନଥାଏ।
ଏହି ସମାଜରେ ଯାହାର ସମୟ ଯେତିକି ଦିନ ଥାଏ ସେ ଏଠାରେ କେବଳ ସେତିକି ଦିନ ହିଁ ରହିଥାଏ।ଏଭଳି କିଛି ଘଟିଛି ଜଣେ ମହିଳା ସରପଞ୍ଚ ଙ୍କ ସହ। ଅଳ୍ପ ବୟସରେ ଆଖି ବୁଜି ଦେଇଛନ୍ତି ଏହି ବିଜେଡ଼ି ସରପଞ୍ଚ ଜଣକ।
ବାଙ୍କୀ ,ଡମପଡା ପଞ୍ଚାୟତ ର ସରପଞ୍ଚ ହେଉଛନ୍ତି ରୂପାଲୀ ପରିଜା। କିଛି ଦିନ ତଳେ ଅସୁସ୍ଥ ଥିବା ରୂପାଲୀ ଏବେ ସବୁ ଦିନ ପାଇଁ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି ଆରପାରି କୁ। ଆଜି ଅବଳାରେ ଲିଭି ଯାଇଛି ଏହି ଅଳ୍ପ ବୟସ ର ରୂପାଲୀ ଙ୍କ ଜୀବନ ଦ୍ଵୀପ।
ସେ ଥିଲେ ଜଣେ ଉଦାର ହୃଦୟର ବ୍ୟକ୍ତିତ୍ଵ। ସୁଚନା ଅନୁସାରେ ସେ ଭୁବନେଶ୍ୱର ସ୍ଥିତ କିମ୍ସ ମେଡିକାଲ ରେ ଚିକିତ୍ସିତ ହେଉଥିଲେ। ଏବଂ ଏହି ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ପରଲୋକ ଘଟିଛି।
ଏହି ଖବର ପାଇ ଘଟଣା ସ୍ଥଳରେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରୀପାଠୀ ,ପ୍ରପ୍ତାଙ୍ଗ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ , ଜିଲ୍ଲା ପରିଷଦ ସଦସ୍ୟ ଆଶିଷ କୁମାର ସାହୁ, ବିଜୁ ଯୁବ ଜନତା ଦଳ ବ୍ଲକ୍ ସଦସ୍ୟ ସଭାପତି ଭାଗିରଥୀ ପାଣି,
ଶୀମିଳିପୁର ସରପଞ୍ଚ ସୁକାନ୍ତ ବେହେରା ପ୍ରମୁଖ କିମ୍ସ ହସ୍ପିଟାଲ ରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ। ଏହା ସହ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଏନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଶୋକର ଛାୟା ଖେଳି ଯାଇଛି।
ସେଠାକାର ଲୋକେ ତାଙ୍କ ସରପଞ୍ଚ ଙ୍କ ଏଭଳି ଅକାଳ ବିୟୋଗ କୁ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି। ତାଙ୍କର ଶେଷ ସମୟରେ ସେଠାରେ ଗ୍ରାମବାସୀ ମାନେ ମଧ୍ୟ ଥିଲେ।
ଏବଂ ତାଙ୍କ ପରିବାର କୁ ଶାନ୍ତ୍ବନା ମଧ୍ଯ ପ୍ରଦାନ କରିଥିଲେ। ଆମେ ଭଗବାନ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ଏହା ପ୍ରାର୍ଥନା କରୁଛୁ କି ସେ ତାଙ୍କ ଅମର ଆତ୍ମା କୁ ସତ୍ ଗତି ଦେବା ସହ ତାଙ୍କ ପରିବାର କୁ ମଧ୍ଯ ସହାୟ ହୁଅନ୍ତୁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.