Movie prime

ପ୍ରଯୋଜକ ଙ୍କ ନାଁ ରେ ସାଙ୍ଘାତିକ ଅଭିଯୋଗ ଦେଖନ୍ତୁ ୮୫ ଲକ୍ଷ ଟଙ୍କାର ହଡ଼ପ

 
Special report
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଜଣେ ପ୍ରଫେସର ଙ୍କୁ ଘର ଦେବା କଥା କହି ଜଣେ ପ୍ରଯୋଜକ ଠକି ଛନ୍ତି।ପାଖାପାଖି ୮୫ ଲକ୍ଷ ଟଙ୍କା ଠକି ଦେଇଛନ୍ତି।ଏହି ଘଟଣାଟି ଖଣ୍ଡଗିରି ଥାନାରେ ଅଭିଯୋଗ କରାଯାଇଛି।
ଏବଂ ଖଣ୍ଡଗିରି ଥାନା ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛନ୍ତି।ସୂଚନା ଅନୁସାରେ ଠକ ପ୍ରଯୋଜକ ଙ୍କୁ ପୋଲିସ ଗିରଫ କରିଛନ୍ତି।ପ୍ରଫେସର ଜଣଙ୍କ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ପ୍ରଯୋଜକ ଅମିତାଭ ମଲ୍ଲିକ ତାଙ୍କ ପାଖରୁ ପଇସା ନେଇ ଚଳଚ୍ଚିତ୍ର କରିଛନ୍ତି।
କେବଳ ସେତିକି ନୁହେଁ ଘର ଦେବେ କହି ୮୫ ଲକ୍ଷ ଟଙ୍କା ଠକି ନେଇଛନ୍ତି।ରଜନୀ ଚଳଚ୍ଚିତ୍ର ଅଣ୍ଡର ରେ କରଯାଇଥିଲା।ଆଉ ସେହି ଚଳଚ୍ଚିତ୍ର ରେ ଅମିତାଭ ମଲ୍ଲିକ ପ୍ରଯୋଜକ ଥିଲେ।
ଚାରିଆଡ଼େ ବ୍ୟାନର ଲାଗିଲା।ପ୍ରଫେସର ଜଣଙ୍କ ଏହା ଦେଖି ପ୍ରଯୋଜକ ଅମିତାଭ ଙ୍କୁ ସେ ଯେଉଁ ଟଙ୍କା ଦେଇଥିଲେ ଏହି ଚଳଚ୍ଚିତ୍ର କରିଛନ୍ତି ବୋଲି ପଚାରିଲେ।
ଏହା ଶୁଣି ପ୍ରଯୋଜକ ଅମିତାଭ ପ୍ରଫେସରଙ୍କୁ ପାଟି ଫିଟେଇ ବାକୁ ମନା କରିଥିଲେ।ଏବଂ ସେ କିଛି ପ୍ରଶ୍ନ କରିବେ ନାହିଁ ବୋଲି ମନା କରିଥଲେ।ଆହୁରି ମଧ୍ୟ କହିଥିଲେ ଯେ ଯଦି ଏହି ଚଳଚ୍ଚିତ୍ର କୁ ବନ୍ଦ କରିବାକୁ 
 ଚେଷ୍ଟା କରିବେ ତାହେଲେ ସେ ମହିଳାଙ୍କୁ ଓ ମହିଳାଙ୍କ ବାପାଙ୍କୁ ଜୀବନରୁ ମାରିଦେବେ।ପ୍ରଫେସର ଜଣଙ୍କ ଯେତିକି ଟଙ୍କା ରୋଜଗାର କରୁଛନ୍ତି ତାଙ୍କର ଏକ ନିଜ ଘର କରିବାକୁ ଚାହୁଁ ଥିଲେ।
ଏହାପରେ ଅମିତାଭ ତାଙ୍କର ଏକ ଘର ଥିଲା ସେଇଟା ବିକ୍ରି କରିବାକୁ ଚାହୁଁଥିଲେ।ଏହାପରେ ପ୍ରଫେସର ଙ୍କୁ ସେହି ଘର ଦେଖାଇଲେ।ଏବଂ କୋଟିଏ ଟଙ୍କା ର ଡ଼ିଲ କରିଥିଲେ।ମହିଳା ଜଣଙ୍କ ଟଙ୍କା ଦେବା ପରେ ତାଙ୍କୁ ଧମକାଇଲେ ଏବଂ
 ଆହୁରି ଟଙ୍କା ଦେବାପାଇଁ କହିଥିଲେ।ଏହି ଘଟଣା ରେ ପୋଲିସ ପ୍ରଯୋଜକ ଅମିତାଭ ଙ୍କୁ ଗିରଫ କରିଛନ୍ତି।ଏହି ଘଟଣା ଟି ବର୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.