Movie prime

ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ରାଣୀ ପଣ୍ଡା ଦେଖନ୍ତୁ ସାରା ଜୀବନ ପାଇଁ ଆପଣାଇ ନେଲେ ଏହି ପରିବାର - Exclusive

 
Nn
ପୁଣି ରାଣୀପଣ୍ଡା ଚର୍ଚ୍ଚାକୁ ଆସିଲେ। ଅସହାୟ ପରିବାରକୁ ସହଯୋଗର ହାତ ବଢ଼େଇଲେ ରାଣୀ ପଣ୍ଡା। ରାଣୀ ପଣ୍ଡା ପୂର୍ବରୁ ମଧ୍ୟ ଅନେକ ଅସହାୟ ଲୋକଙ୍କୁ ସହଯୋଗ କରି ପ୍ରଶଂସାର ପାତ୍ର ହେଇପାରିଛନ୍ତି।
ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବ୍ରାହ୍ମଣୀ ଗାଁ'ର ଏକ ଅସହାୟ ପରିବାର ପାଖରେ ପହଞ୍ଚିଛନ୍ତି ଯାତ୍ରା ଅଭିନେତ୍ରୀ ରାଣୀପଣ୍ଡା। ଆଉ ଆର୍ଥିକ ସହାୟତା ଦେବା ସହିତ ପ୍ରତିମାସରେ ଟଙ୍କା ପଠାଇବେ ବୋଲି କହିଛନ୍ତି ରାଣୀପଣ୍ଡା। ସେହି ଗାଁ ପାଖରେ ରାଣୀପଣ୍ଡାଙ୍କର ଯାତ୍ରା ପାର୍ଟି ପଡ଼ିଥିଲା।
Hh
ଆଉ ସେହି ବ୍ରାହ୍ମଣୀ ଗାଁର ଏହି ଅସହାୟ ପରିବାରଙ୍କ ବିଷୟରେ ସ୍ଥାନୀୟ ଲୋକଙ୍କ ଠାରୁ ଶୁଣି ସେହି ପରିବାରଙ୍କ ନିକଟରେ ପହଞ୍ଚିଥିଲେ। ସେହି ପରିବାରରେ ତିନିଜଣ ଛୋଟ ଛୋଟ ନାତୁଣୀଙ୍କୁ ଧରି ଜଣେ ବୃଦ୍ଧ ରହୁଛନ୍ତି।
ଗତ ତିନିବର୍ଷ ପୂର୍ବରୁ ତାଙ୍କ ରୋଜଗାରିଆ ପୁଅଙ୍କ ମୃ-ତ୍ୟୁ ହୋଇସାରିଥିବ ବେଳେ ବୃଦ୍ଧ ଜଣଙ୍କ ମାଗିଯାଚି ପେଟ ପୋସୁଛନ୍ତି। ବହୁତକଷ୍ଟରେ ରହୁଛନ୍ତି ଏହି ବୃଦ୍ଧ ଜଣଙ୍କ। ରାଣୀପଣ୍ଡା ବୃଦ୍ଧଙ୍କ ଘରେ ପହଁଚିବା ପରେ ତାଙ୍କ ଠାରୁ ସବୁକଥା ପଚାରି ବୁଝିଥିଲେ।
Hj
ଆଉ ବୃଦ୍ଧଙ୍କ ଠାରୁ ସବୁକଥା ଶୁଣିବା ପରେ ତିନିଜଣ ଛୋଟ ପିଲାଙ୍କ ହାତରେ କିଛି ଟଙ୍କା ଦେଇଥିଲେ ରାଣୀପଣ୍ଡା। ଆଉ ରାଣୀପଣ୍ଡା ଛୋଟ ପିଲା ମାନଙ୍କୁ କହିଥିଲେ ସେହି ଟଙ୍କାରେ କିଛି ଜିନିଷପତ୍ର କିଣିବା ସହ ଯେତେବେଳେ ଯାହା ଅସୁବିଧା ବା ଯାହା ଦରକାର ହେଲେ ତାଙ୍କୁ ଜଣେଇବା ପାଇଁ କହିଥିଲେ।
ହେଲେ ବୃଦ୍ଧଙ୍କ ପାଖରେ ଫୋନ ନଥିବାରୁ ତାଙ୍କୁ ପାଇଁ ଏକ ଫୋନ କିଣିଦେବା ପାଇଁ ବ୍ୟବସ୍ଥା କରିଥିଲେ ରାଣୀପଣ୍ଡା। ଏହି ଅସହାୟ ପରିବାରଙ୍କୁ ଚଳେଇବା ପାଇଁ ଦାୟିତ୍ଵ ନେଇଥିଲେ ରାଣୀପଣ୍ଡା। ଘର ଚଳେଇବା ପାଇଁ ପ୍ରତିମାସରେ ବୃଦ୍ଧଙ୍କ ପାଖକୁ ୫୦୦୦ ଟଙ୍କା ପଠେଇବେ ବୋଲି କଥା ଦେଇଥିଲେ ରାଣୀପଣ୍ଡା।
ଏପରିକି ବୃଦ୍ଧା ରହୁଥିବା ଚାଳ ଘରେ ପାଣି ଗଳୁଚି କି ନାହିଁ ସେ କଥା ମଧ୍ୟ ପଚାରି ବୁଝିଥିଲେ ରାଣୀପଣ୍ଡା। ଛୋଟ ପିଲାଙ୍କୁ ମନଦେଇ ପାଠପଢିବା ପାଇଁ ବୁଝାଇଥିଲେ ରାଣୀପଣ୍ଡା। ତେବେ ରାଣୀପଣ୍ଡାଙ୍କ ଏପରି କାର୍ଯ୍ୟ ଦେଖି ସ୍ଥାନୀୟ ଲୋକ ମାନେ ତାଙ୍କର ପ୍ରଶଂସା କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.