Movie prime

ସିବିଆଇ ଏବେ ସାହାଯ୍ୟ ଲୋଡ଼ିଲାଣି ଆମେରିକୀୟ ସଂସ୍ଥା FBI ର, ଏତେ ଦିନ ହେଲାଣି କ୍ରାଇମବ୍ରାଞ୍ଚ କରୁଥିଲା କଣ

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ନବ ଦାସ ହତ୍ୟା ମାମଲାର ତଦନ୍ତକୁ ନେଇ ଯେତିକି ଦିନ ଗଡୁଛି ସେତିକି ଜଟିଳ ହେଉଛି ମାମଲା। ହତ୍ୟା ପଛରେ କାରଣ କଣ ଜାଣିବାକୁ ସବୁ ପ୍ରକାର ଟେଷ୍ଟ ସରିଛି ତଥାପି ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ମୁଣ୍ଡରେ କଣ ଅଛି ସଠିକ ଭାବେ କହି ପାରୁନି କ୍ରାଇମବ୍ରାଞ୍ଚ।
ଏଥିପାଇଁ ଏବେ ଆମେରିକାର ପ୍ରମୁଖ ତଦନ୍ତକାରୀ ସଂସ୍ଥା FBI ର ସହାୟତା ଲୋଡ଼ିଛି କ୍ରାଇମବ୍ରାଞ୍ଚ। ତେବେ ଗୃହ ମନ୍ତ୍ରାଳୟର ଅନୁମତି ପରେ ଗୋପାଳଙ୍କୁ ଆମେରିକା ନିଆଯିବ ନା FBI ଟିମ୍‌ ଓଡ଼ିଶା ଆସିବେ ତାହା ସ୍ପଷ୍ଟ ହୋଇପାରିନି।
ବନ୍ଧୁଗଣ ଗୋପାଳ ଚୌଦ୍ଵାରରୁ ସିଧା ଆମେରିକା ଯିବ। ସେଠାରେ ହେବ ନବ ଦାସଙ୍କ ହ-ତ୍ୟା ଷଡଯନ୍ତ୍ରର ତଦନ୍ତ। ଆମେରିକାର FBI ସଂସ୍ଥା କରିବ ଏହି ତଦନ୍ତ। ହ-ତ୍ୟା-କା-ଣ୍ଡକୁ ନେଇ କ୍ରାଇମବ୍ରାଞ୍ଚ ପ୍ରଥମେ ତଦନ୍ତ କରିଥିବା ବେଳେ
ହ-ତ୍ୟା ଷଡ଼ଯନ୍ତ୍ର ଖୋଜିବାରେ ବିଫଳ ହୋଇଥିଲା। ସେଥିପାଇଁ ଏବେ FBIର ସାହଯ୍ୟ ଲୋଡା ଯାଇଛି। ନବ ଦାସଙ୍କ ହ-ତ୍ୟା ମାମଲାରେ FBIର ସାହଯ୍ୟ ଲୋଡା ଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖିଛନ୍ତି। 
ତେବେ କ୍ରାଇମବ୍ରାଞ୍ଚ ପକ୍ଷରୁ ଆମେରିକାର ତଦନ୍ତକାରୀ ସଂସ୍ଥା FBIର ସାହଯ୍ୟ ଲୋଡା ଯାଇଛି। ଓଡିଶାରେ ହ-ତ୍ୟା ହେଲା ଏବେ ଆମେରିକାରେ ହୋଇପାରେ ତଦନ୍ତ।
ନହଲେ ଆମେରିକାରୁ ଆସିବେ FBI ତଦନ୍ତକାରୀ ସଂସ୍ଥା। ଗୋପାଳ ଆମେରିକା ଯିବ ନହଲେ ଏହି ଓଡିଶାରେ ହିଁ ରହି ତଦନ୍ତର ସାମ୍ନା କରିବ। ସବୁଠାରୁ ବଡ଼କଥା ହେଉଛି କ୍ରାଇମବ୍ରାଞ୍ଚ ପାଞ୍ଚ ପାଞ୍ଚ ଦିନ ଧରି ଗୋପାଳକୁ ରିମାଣ୍ଡକୁ ନେଇଥିଲା।
ନିଜ ପାଖରେ ଖୁଆଇ ପିଆଇ ରଖିଥିଲା। ଗୁଜୁରାଟକୁ ନେଇ ଗୋପାଳକୁ ବେହସ୍ ଇଞ୍ଜେକ୍ସନ ଦେଇ ତା'ର ନାର୍କ ଟେଷ୍ଟ ମଧ୍ୟ କରାଗଲା। 
ହେଲେ ଏପର୍ଯ୍ୟନ୍ତ ସତ କଣ ବାହାରକୁ ଆସିପାରିଲା ନାହିଁ। ଆଉ ଏବେ ଶୁଣିବାକୁ ମିଳୁଛି ଗୋପାଳ କୁଆଡ଼େ ଆମେରିକା ଯିବ ଆଉ FBI ସବୁ ତଦନ୍ତ କରିବ।
ସେପଟେ ବିରୋଧୀ ଦଳ ନବ ଦାସଙ୍କ ହତ୍ୟାକୁ ମାମଲାକୁ ନେଇ ସିବିଆଇ ତଦନ୍ତର ଦାବି କରୁଥିବା ବେଳେ ଏବେ କ୍ରାଇମବ୍ରାଞ୍ଚ ଆମେରିକାର ତଦନ୍ତକାରୀ ସଂସ୍ଥା FBIର ତଦନ୍ତ ଲୋଡ଼ିଛି। ସହଯୋଗ କରିବା ପାଇଁ କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟକୁ ଅନୁରୋଧ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.