Movie prime

ଅନ୍ୟ କାହାକୁ ନିଜ ସହ ତୁଳନା କରୁଛନ୍ତି କି ? ତାହାଲେ ଜାଣନ୍ତୁ ଶୀଘ୍ର ଏହି କାହାଣୀ ରୁ ଜୀବନରେ କଣ କରିବେ କଣ ନାହିଁ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଏଭଳି କିଛି ଖବର ସାମ୍ନାକୁ ଆସୁଛି ଯାହା ବିଷୟରେ ଜାଣିବା ଉଚିତ୍ । ଆପଣମାନେ ସମସ୍ତେ ମନରେ ଅନେକ କଥା ଭାବୁଥିବେ । ଏହି ଭିଡିଓ ହେଉଛି ସେହି ଲୋକମାନଙ୍କ ପାଇଁ ଯେଉଁମାନେ ନିଜ ଜୀବନକୁ ନେଇ ସନ୍ତୁଷ୍ଟ ନଥାନ୍ତି । 
ଆଉ ସେମାନେ ସବୁବେଳେ ନିଜକୁ ଅନ୍ୟ ସହ ତୁଳନା କରନ୍ତି । ବେଳେବେଳେ ନିଜ ଜୀବନକୁ ନେଇ ଏତେ ଘୃଣା ଲାଗେ ଯେ ସେମାନେ ଆତ୍ମହତ୍ୟା କରିବାକୁ ପଛାଉ ନାହାନ୍ତି । ଏହି କାହାଣୀ ମାଧ୍ୟମରେ ଆପଣମାନେ ଅନେକ କଥା ଜାଣିପାରିବେ ।
ଗୋଟିଏ ସମୟରେ ଗୋଟିଏ କାଉ ଗଛ ଉପରେ ବସି କାନ୍ଦୁଥାଏ । ଆଉ ଜଣେ ମହାତ୍ମା ସେହି ଗଛ ମୂଳରେ ବସି ତପସ୍ୟା କରୁଥିଲେ । ଆଉ ଏହାପରେ ତାଙ୍କ ଉପରେ ଲୁହ ପଡିଲା । ତାପରେ ସାଧୁ ଜଣକ କାଉକୁ ପଚାରିଲେ କାହିଁକି କାନ୍ଦୁଛ ।
ଏହାପରେ ସାଧୁ ଜଣଙ୍କୁ କାଉ କହିଲା ସେ ତାର ଜୀବନରେ ଖୁସି ନାହିଁ । ଏହାପରେ ସାଧୁ ତାଙ୍କୁ ବୁଝାଇଲେ କିନ୍ତୁ ସେ ବୁଝିଲେ ନାହିଁ ଆଉ କାନ୍ଦିବାକୁ ଲାଗିଲେ । ଏହାପରେ ସାଧୁ ତାଙ୍କୁ କହିଲେ ତୁମକୁ କେଉଁ ରୂପ ଦେଲେ ତୁମେ ଖୁସି ହେବ ।
ଏହାପରେ କାଉ କହିଲା ତାକୁ ହଂସ କରିଦେବାକୁ ଏହାଶୁଣି ସାଧୁ କହିଲେ ତମେ ହଂସକୁ ପଚାର ସେ ତା ଜୀବନରେ ଖୁସି ଅଛି କି ଆଉ ଏହାପରେ କାଉ ପୋଖରୀରେ ପହଁରୁଥିବା ହଂସକୁ ଦେଖିଲା ଆଉ ପଚାରିଲା ତୁମେ ଦେଖିବାକୁ ଧଳା ଆଉ ତୁମକୁ ସମସ୍ତେ ଭଲ ପାଉଥିବେ । ତୁମ ଜୀବନରେ ଖୁସି ଅଛ କି ? 
ଏହାପରେ ହଂସ କହିଲା ନାଁ ଆମେ ହେଉଛୁ ଧଳା ଏହା ବିଧବା ମହିଳାମାନଙ୍କ ପ୍ରତୀକ । ସେ ତାଙ୍କ ଜୀବନରେ ଖୁସି ନାହାଁନ୍ତି । ତାପରେ ହଂସ କହିଲା ଶୁଆ ତା ଜୀବନରେ ବହୁତ ଖୁସିରେ ଥିବ । ଏହାପରେ କାଉ ଶୁଆ ପାଖକୁ ଗଲା ।
ଆଉ କହିଲା ତମେ ଏତେ ସୁନ୍ଦର ସୁନ୍ଦର ରଙ୍ଗ ଧାରଣ କରିଛ ତୁମକୁ ଲୋକମାନେ ବହୁତ ଭଲ ପାଉଥିବେ । ତୁମେ ତୁମ ହୁବନରେ ଖୁସି ଥିବ । ଏହାପରେ ଶୁଆ କହିଲା ତାଙ୍କୁ ସମସ୍ତେ ଘରେ ପଞ୍ଜୁରୀରେ ବନ୍ଦୀ କରି ରଖନ୍ତି ଆଉ ସେ ତାଙ୍କ ଜୀବନରେ ଖୁସି ନାହାଁନ୍ତି ।
ଶୁଆ କହିଲା ମୟୂର ପକ୍ଷୀ ସବୁଠାରୁ ଅଧିକ ଖୁସିରେ ଥିବ । ଏହାପରେ କାଉ ମୟୂର ପାଖକୁ ଗଲା ଆଉ ପଚାରିଲା ତୁମେ ତୁମ ଜୀବନରେ ଖୁସିରେ ଅଛ ? ତୁମକୁ ଏତେ ଲୋକ ଦେଖିବାକୁ ଆସୁଛନ୍ତି । ଏହାପରେ ମୟୂର କହିଲା ତାଙ୍କୁ ଦେଖିଲେ ଚିଡ଼ିଆଖାନା ନେଇ ଆସୁଛନ୍ତି ଆଉ ବନ୍ଦୀ କରି ଦେଉଛନ୍ତି ।
ଆଉ ତାଙ୍କ ପଙ୍ଖ ଯେତେବେଳେ ଦରକାର ନେଇ ଯାଉଛନ୍ତି । ଏହାସହ ମୟୂର କହିଲା ମୁଁ ଭାବୁଥିଲି ସବୁଠାରୁ ଅଧିକ ଖୁସିରେ ତୁମେ ରହୁଛ । କାଉମାନଙ୍କୁ କେହି ଧରନ୍ତି ନାହିଁ ଆଉ ସେମାନେ ମନ ଇଚ୍ଛା ବୁଲି ଥାଆନ୍ତି । ସେମାନେ ସବୁଠାରୁ ଖୁସି ପ୍ରାଣୀ । 
ଏହାପରେ କାଉ ଆସି ସାଧୁଙ୍କୁ କହିଲା ସେ ତାର ଜୀବନରେ ବହୁତ ଖୁସିରେ ଅଛି ଆଉ ତାର କୌଣସି ରୂପ ନେବା ଦରକାର ନାହିଁ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଶିକ୍ଷା କରିଲେ ଯେ କେବେ କାହା ସହିତ ନିଜକୁ ତୁଳନା କରନ୍ତୁ ନାହିଁ ।
ଏହି ଦୁନିଆରେ ଅନେକ ପ୍ରକାରର ଲୋକ ଥିଲେ ବି କେବେ କାହା ସହିତ ନିଜକୁ ତୁଳନା କରନ୍ତୁ ନାହିଁ । ଆଉ ଏହି ଦୁନିଆରେ କୌଣସି ଲୋକ ଖୁସିରେ ନାହାଁନ୍ତି । ସମସ୍ତଙ୍କର ଦୁଃଖ ଅଛି । ସେଥିପାଇଁ ନିଜକୁ ଅନ୍ୟ କାହା ସହ ତୁଳନା କରନ୍ତୁ ନାହିଁ । ଆଉ ସବୁବେଳେ ଖୁସିରେ ରୁହନ୍ତୁ ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.