Movie prime

ରାଜ୍ୟ ରେ ଦିନ ରାତି ଖଟୁଛନ୍ତି ବିଜେଡି ନେତା ହେଲେ, ଫାଇଦା ରହୁଛନ୍ତି ପାଣ୍ଡିଆନ! ସବୁ ଶ୍ରେୟ ପାଣ୍ଡିଆନ୍ ଙ୍କୁ ଯାଉଛି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ କୁହା ଯାଉଛି କି ପାଣ୍ଡିଆନ ଙ୍କ ପାଖରେ ଆଉ କିଛି ବାଟ ନଥିଲା ସେଥିପାଇଁ ସେ ପଦରୁ ସେ ବାଧ୍ୟ ହୋଇ ଇସ୍ତଫା ଦେଲେ। ଚାକିରୀ କରି ସେ କେମିତି କରୁଛନ୍ତି ରାଜନୀତି ତାକୁ ନେଇ ସୃଷ୍ଟି ହୋଇଥିଲା ଜନ ଆକ୍ରୋଶ।
Special report
ଦଳରେ ବର୍ଷ ବର୍ଷ ଧରି ପାର୍ଟି ପାଇଁ ଜୀବନ ଦେଉଛନ୍ତି ବିଜେଡ଼ି ନେତା। ହେଲେ ଏବେ ସେ ପଦରୁ ଇସ୍ତଫା ଦେଲେ ଆଉ ନିଜକୁ ନିଜେ ଚାକିରୀ ଦେଇଦେଲେ ମଧ୍ୟ ପାଣ୍ଡିଆନ।
ରାଜନୀତି ରେ ପାଣ୍ଡିଆନ ଙ୍କ ପ୍ରବେଶ କୁ ନେଇ ଆଜି ପାଣ୍ଡିଆନ ଙ୍କ ଉପରେ ବର୍ଷିଛନ୍ତି ଅପରାଜିତା ମହାନ୍ତି।5T ସଚୀବ ଭୀକେ ପାଣ୍ଡିଆନ ଯେଉଁ ଆଡେ ଯାଉଥିଲେ ସେଠାରେ ହିଁ ତାଙ୍କର ଖୁବ୍ ବିରୋଧ ହେଉଥିଲା।
ବିଜେପି ଓ କଂଗ୍ରେସ କର୍ମୀ ମାନଙ୍କ ସହ ସଧାରଣ ଲୋକ ମାନେ ମଧ୍ୟ ତାଙ୍କର ଗସ୍ତ କୁ ଖୁବ ବିରୋଧ କରିବାରେ ଲାଗି ପଡ଼ିଥିଲେ। କେମିତି ଜଣେ ସରକାରୀ ବାବୁ ଚାକିରୀ କରି ରାଜନୀତି କରୁଛନ୍ତି,
Special report
ଅନେକ ରାଜନୈତିକ ଦଳର ନେତା ମାନେ ମଧ୍ୟ ତାଙ୍କୁ ଏହା ପ୍ରଶ୍ନ କରୁଥିଲେ। ଆଉ ନିର୍ବାଚନ ପାଖେଇ ଆସୁଥିବା ଦେଖି ନିର୍ବାଚନ କମିଶନ ମଧ୍ୟ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଥାଆନ୍ତେ।
ଏହା ଜାଣି ପାଣ୍ଡିଆନ ଏଭଳି ପଦକ୍ଷେପ ନେଇଛନ୍ତି ବୋଲି କହିଥିଲେ ଭୁବନେଶ୍ୱର ର ସାଂସଦ ଅପରାଜିତା ଷଡ଼ଙ୍ଗୀ। ବର୍ତ୍ତମାନ ନିଜ ପଦବୀ ରୁ ଇସ୍ତଫା ନେଇ ସାରିଛନ୍ତି ଭୀକେ ପାଣ୍ଡିଆନ।
ଆଉ ଏବେ ସେ 5T ଅଧ୍ୟକ୍ଷ ଭାବରେ ମଧ୍ୟ ନିଯୁକ୍ତି ନେଇ ସାରିଛନ୍ତି। ଆଉ ଏବେ ଅପରାଜିତା ମଧ୍ଯ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିବା କଥା କି ବିଜେଡ଼ି ର ନେତା ଓ କର୍ମୀ ମାନେ ବର୍ଷ ବର୍ଷ ଧରି ତାଙ୍କର ଦଳ ପାଇଁ ମଧ୍ୟ ଜୀବନ ଦେଉଛନ୍ତି।
ହେଲେ ଜଣେ ଆସିଲେ ଆଉ ହଠାତ୍ ଏଭଳି ଚାକିରୀ ପାଇଗଲେ। ଏହା ରାଜନୀତି ରେ ପାଣ୍ଡିଆନ ଙ୍କ ସଫ୍ଟ ଲାଣ୍ଡିଂ ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.