Movie prime

ଆରମ୍ଭ ହେଲା ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ !! ଦେଖନ୍ତୁ କେଉଁ କେଉଁ ପ୍ରସିଦ୍ଧ କଳାକାର ତଥା ଖେଳାଳି ମାନେ ଦେବେ ଯୋଗ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭକ୍ତିମୟ ପରିବେଶ ଭିତରେ ପରିକ୍ରମା କରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ। ଆଜିଠାରୁ ଦୁଇଦିନ ଭିତରେ ମୋଟ୍ ୬୭ଟି ୱାର୍ଡରେ ପରିକ୍ରମା କରିବ ପରିକ୍ରମା ପ୍ରକଳ୍ପ ରଥ।
Special Report
ନାମ ସଂକୀର୍ତ୍ତନ ସହ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହେବ ବିଏମସି ଅଞ୍ଚଳ। ପ୍ରତି ୱାର୍ଡର ଜଗନ୍ନାଥ ମନ୍ଦିର କିମ୍ବା ଆରାଧ୍ୟା ଦେବତାଙ୍କ ମନ୍ଦିରରୁ ଏହି ଯାତ୍ରା ଆରମ୍ଭ ହେବ। ଏହି ଯାତ୍ରାରେ ସାମିଲ ହୋଇଛନ୍ତି ପ୍ରତି ଅଞ୍ଚଳର ସଂକୀର୍ତ୍ତନ ମଣ୍ଡଳୀ। 
ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ପାଇଁ ପ୍ରତି ଦୁଆର ମୁହଁରୁ ଗୁଆ ଏବଂ ଅରୁଆ ଚାଉଳ ସଂଗ୍ରହ ଦାୟିତ୍ୱ ସ୍ୱେଚ୍ଛାସେବୀମାନଙ୍କୁ ହସ୍ତାନ୍ତର କରିଛି ବିଏମସି। ଏହି କାର୍ଯ୍ୟକ୍ରମକୁ ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ବିଏମସି ଏକ କମିଟି ଗଠନ କରିଛି।
Special Report
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ମନ୍ଦିର ନିର୍ମାଣରେ ସ୍ୱତନ୍ତ୍ର ଭାବେ ବ୍ୟବହୃତ ହେଉଥିବା ଖୋଣ୍ଡଲାଇଟ୍‌ ପଥରର ବ୍ୟବହାର ହୋଇଛି। ଏହି ପଥର ସ୍ୱତନ୍ତ୍ର ଭାବେ କେବଳ ଓଡ଼ିଶାରେ ମିଳିଥାଏ। ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଏହି ପଥର ଅଣାଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ବ୍ୟବହାର ହୋଇଛି। 
ତେବେ ବନ୍ଧୁଗଣ ଜାନୁୟାରୀ ୧୭ ତାରିଖରେ ଆସିବେ ଓଡ଼ିଶା ପୁରୀ ଆସିବେ ରୋହିତ ଶର୍ମା ଆଉ ବିରାଟ କୋହିଲି। ବିରାଟ କୋହିଲି ଓ ରୋହିତ ଶର୍ମା ଓଡ଼ିଶା ଆସିବେ ଜଣେ ତାଙ୍କ ଫ୍ୟାନ ମାନେ ବହୁତ ଖୁସି ଥିବାର ଜଣାପଡ଼ିଛି।
Special Report
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ସମୟରେ ଯଜ୍ଞର ପୁନାଆହୁତି ଦେଖିବା ପାଇଁ ରୋହିତ ଆଉ ବିରାଟ ପିଛା କରିଛନ୍ତି। ଯେଉଁ ଉତ୍ସବରେ ଭାରତ ଚାରି ଧାମରେ ଚାରି ଶଙ୍କରାଚାର୍ଯ୍ୟା ଗଜପତି ମହାରାଜ ଦିବ୍ୟସିଂହ ଦେବ ଭାରତର ସମସ୍ତ ସାଧୁସନ୍ଥ ମୁନି ଋଷି ଉପସ୍ଥିତ ଥିବା ସେହି ଜାଗାକୁ ଯିବା ଭାଗ୍ୟର କଥା। 
ଏମିତିକା ଆଧ୍ୟାତ୍ମିକ ଦୃଶ୍ୟ ଦେଖିଲେ ପୁରୁଣା ଦୁଃଖ ଦୂର ହୋଇଥାଏ। ଆଗକୁ ହେବାକୁ ଯାଉଥିବା ଟି ୨୦ ବିଶ୍ଵକପ ଜିତିବା ପାଇଁ ଜାଗା ପାଖରୁ ଆଶିର୍ବାଦ ନେବେ ବିରାଟ ଓ ରୋହିତ ଶର୍ମା।
ତେବେ ଶ୍ରୀମନ୍ଦିର ପ୍ରଶାସନ କିମ୍ୱା କାର୍ଯ୍ୟାଳୟ ତରଫରୁ ସେମାନଙ୍କୁ ନିମନ୍ତ୍ରଣ କରାଯାଇ। କିନ୍ତୁ ନିଜ ବ୍ୟକ୍ତିଗତ ଇଚ୍ଛାରେ ଆଉ ନିଜ ଉଦ୍ୟମରେ ଦୁଇଜଣ ଶ୍ରୀମନ୍ଦିର ବୁଲି ଆସିବାକୁ ଚାହୁଁଛନ୍ତି। ଯାହାକୁ ନେଇ ସୋସିଆଲ ମିଡିଆରେ ଦର୍ଶକ ମାନେ ଆଲୋଚନା କରୁଛନ୍ତି।