Movie prime

ଅର୍ପଣ ଚାଉଳ ତ ବାଣ୍ଟି ଦେବ ହେଲେ ଅର୍ପଣ ରେ ଆସିଥିବା ଦାନ ଅର୍ଥ ରଖି କଣ କରିବ ??

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଗତ କିଛିଦିନ ତଳେ ଶ୍ରୀ ମନ୍ଦୀର ପରିକ୍ରମା ପାଇଁ ଅର୍ପଣ ରଥ ବୁଲୁ ଥିଲା। ଏହାକୁ ନେଇ ମଧ୍ୟ ରାଜନୀତି ସରଗରମ ହେବାରେ ଲାଗି ଥିଲା।
Special report
କାରଣ ଅର୍ପଣ ରଥରେ ନବୀନ ପଟ୍ଟନାୟକ ଓ 5T ସଚୀବ ଭିକେ ପାଣ୍ଡିଆନ ଙ୍କ ମୁହଁ ଦେଖିବା ପରେ ଲୋକମାନେ ଖୁବ ରାଗି ମଧ୍ୟ ଯାଇଥିଲେ। ସେମାନେ କହିଥିଲେ କି ଜଗନ୍ନାଥ ଙ୍କ ପ୍ରତିମା ସହ କଣ ପାଇଁ ତାଙ୍କର ପ୍ରତିଛବି ଲାଗିଛି?
ଏହାପରେ ଲୋକମାନେ ଏହି ଅର୍ପଣ ରଥରେ ଯେଉଁ ଟଙ୍କା ଓ ଚାଉଳ ଦାନ କରିଥିଲେ ତାହା ସବୁ କେଉଁଆଡେ ଗଲା ରାଜୁ ନେଇ ମଧ୍ୟ ଅନେକ ପ୍ରଶ୍ନ କରିଥିଲେ।
ଆଉ ଅର୍ପଣ ଯାତ୍ରା ସମୟରେ ଲୋକମାନେ ନିଜର ମନ ଖୋଳୀ ଟଙ୍କା ଦାନ କରିଥିଲେ।ହେଲେ ସେ ଟଙ୍କା ଏବେ କୁଆଡେ ଗଲା? ସରକାର ମଧ୍ୟ ନିଜେ ଘୋଷଣା କରିଥିଲେ କି ସଂଗୃହିତ ଟଙ୍କା କୁ ଶ୍ରୀ ମନ୍ଦିରର ହୁଣ୍ଡିରେ ଜମା କରିବେ ବୋଲି।
Special report
ଗୋଟିଏ ଦିନ ମାତ୍ର ୫୦ହଜାର ଟଙ୍କା ଜମା କରାଯାଇଥିଲା ବୋଲି ଗଣମାଧ୍ଯମରେ ସରକାରଙ୍କ ତରଫରୁ ବିବୃତି ପ୍ରକାଶ କରାଯାଇଥିଲା । ବାକି ଟଙ୍କା ଗଲା କୁଆଡେ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।
କାରଣ ଆଉ ଅର୍ଥ କୁଆଡେ ଗଲା ତାହାର କୌଣସି ପ୍ରକାରର ଅତ୍ତା ପତ୍ତା ମିଳି ପାରି ନାହିଁ। ଲୋକମାନେ ମଧ୍ୟ ଏହି ସମାନ ପ୍ରଶ୍ନ କରି ଏହାର ଉତ୍ତର ରଖିବାକୁ କହିଛନ୍ତି।
ବିଜେପି ମଧ୍ଯ ଏହି ସମାନ ପ୍ରଶ୍ନ ପଚାରି ବିଜେଡ଼ି କୁ ଟାର୍ଗେଟ କରିଛି। ଆଉ ଏହା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଲୋକମାନେ ମଧ୍ୟ ଏହାର ଉତ୍ତର ଜାଣିବାକୁ ଚାହୁଁ ଛନ୍ତି।
ଲୋକମାନେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ତେବେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.