Movie prime

ଅଷ୍ଟ ମଙ୍ଗଳା ରେ ସୁଭସ୍ମିତା କୁ ମାରିଦେଲେ ଶାଶୁଘର ଲୋକେ

 
Special Report
ବର୍ତମାନ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଅଷ୍ଟମଙ୍ଗଳା ରେ ନବ ବଧୁ ଙ୍କ ମୃ-ତ୍ୟୁ ହୋଇଥିବା ଖବର ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।ନବ ବଧୁ ଙ୍କ ବାପା ଏନେଇ ଥାନାରେ ଅଭିଯୋଗ କରିଛନ୍ତି।
ଆଉ ଏପଟେ ବୋହୂ ର ହାତ ରୁ ମେହେନ୍ଦି ର ଦାଗ ମଧ୍ୟ ଛାଡ଼ି ନାହିଁ।କିନ୍ତୁ ମୃ-ତ୍ୟୁ ର ମୁଖରେ ପଡ଼ିଛି ନୂଆ ବୋହୂ।ଜଗତସିଂହପୁର ଜିଲ୍ଲାର ନାଉ ଗ୍ରାମ ରେ ଏହି ନବ ବଧୁ ର ମୃ-ତ୍ୟୁ ହୋଇଛି ବୋଲି ଜଣାପଡିଛି।
ସୂଚନା ଅନୁସାରେ ସୁଭସ୍ମିତା ଫ୍ୟାନ ରେ ଟାଙ୍ଗୀ ହୋଇ ରହିଥିଲେ।ଆଉ ଦେହ ସାରା ତାଙ୍କର ଅନେକ ଦାଗ ମଧ୍ୟ ରହିଥିଲା।ଗୁରୁବାର ଦିନ ବିବାହର ୮ ଦିନ ଅର୍ଥାତ୍ ଅଷ୍ଟମଂଗଲା ରେ ସୁଭସ୍କିତା ଙ୍କ ମୃ-ତ-ଦେ-ହ ମିଳିଥିଲା।
ପୋଲିସ ଙ୍କ ପକ୍ଷରୁ ନବ ବଧୁ ଙ୍କ ସ୍ବାମୀ ଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛନ୍ତି ଏବଂ ଏହି ଘଟଣା ରେ ପୋଲିସ ତଦନ୍ତ ଆରମ୍ଭ କରି ଦେଇଛନ୍ତି।
Special Report
ସୂଚନା ଅନୁସାରେ ଗତ ଫେବ୍ରୁଆରୀ ୨୨ ତାରିଖ ରେ ଉକ୍ତ ପଞ୍ଚାୟତ ସ୍ଥିତ ଧୁଆପଦା ଗ୍ରାମର ବନ ବିହାରୀ ଜେନା ଙ୍କ ଝିଅ ଶୁଭସ୍ମିତା ଜେନା ଙ୍କୁ ଅରୁପା ନନ୍ଦ ବୈଦିକ ରୀତିନୀତି ରେ ବିବାହ କରିଥିଲେ।
ଗୁରୁବାର ଦିନ ବାହାଘରର ଅଷ୍ଟ ମଙ୍ଗଳା ଥିଲା।ଆଉ ଏପଟେ ସୁଭାସ୍ମିତା ଫ୍ୟାନ ରେ ଝୁଲୁଥିବା ର ତାଙ୍କ ମା କଳ୍ପନା ଜେନା ଜଣାଇଥିଲେ। ସେ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ତାଙ୍କ ଝିଅର ମୃ-ତ୍ୟୁ ପାଇଁ ତାଙ୍କ ଜ୍ବାଇଁ ହିଁ ଦାୟୀ।
ଆହୁରି କହିଛନ୍ତି ଯେ ତାଙ୍କ ଝିଅ ଆ-ତ୍ମ-ହ-ତ୍ୟା କରି ନାହିଁ ତାଙ୍କୁ ହ-ତ୍ୟା କରାଯାଇଛି।ଏଥିପାଇଁ ତାଙ୍କୁ ନ୍ୟାୟ ଦିଆଯାଉ ବୋଲି ଶୁଭାସ୍ମିତା ଙ୍କ ପରିବାର ଲୋକମାନେ କହିଛନ୍ତି।
ବାହାଘର ବେଳେ ସୁଭସ୍ମୀତା ଙ୍କ ପରିବାର ଲୋକେ ଯୌତୁକ ଦେଇ ମଧ୍ୟ ଅରୂପା ନନ୍ଦ ଙ୍କ ପରିବାର ଲୋକେ ଆହୁରି ଯୌତୁକ ମାଗି ଥିଲେ।ଏହି ଘଟଣା ଟି ବର୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.