Movie prime

ଆସୁଛି ବଡ ବର୍ଷା ସାବଧାନ ରୁହ ଏହିସବୁ ଜିଲ୍ଲା ଦେଖନ୍ତୁ ପାଣିପାଗ ବିଭାଗ ଦେଲା ସତର୍କ ସୂଚନା

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ୨ ତାରିଖ ସକାଳୁ ପାଗ ଠିକ ଠାକ ଥିଲା। ଏହାପରେ ଅପରାହ୍ନ ୨ ଟା ବେଳକୁ ଅଚାନକ ବଦଳି ଗଲା ପାଗ। ପ୍ରଥମେ ଝିପଝିପ ବର୍ଷା ହୋଇଥିଲା। ଏହା ପରେ ଆରମ୍ଭ ହୋଇଥିଲା ବଜ୍ରପାତ।
Special report
ପ୍ରଚଣ୍ଡ ବିଜୁଳି ଘଡଘଡି ୩ ଘଣ୍ଟା ଧରି ଲାଗି ରହିଲା। ତେବେ ସୂଚନା ଅନୁସାରେ ସନ୍ଧ୍ୟା ୫ ଟା ସୁଧା ୨୫୭୫୩ ଟି ବିଜୁଳି ମାରିଥିଲା। ଏହା ଭିତରୁ ଅଧିକ ବିଜୁଳି ଭୁବନେଶ୍ୱରେ ମାରିଛି। ଏହାକୁ ନେଇ ରାଜଧାନୀ ବାସୀ ଭୟଭୀତ ହୋଇଥିଲେ। 
ବଙ୍ଗୋପସାଗରରେ ସକ୍ରିୟ ହୋଇଛି ଘୂର୍ଣ୍ଣିବଳୟ । ଆଉ କେଇ ଘଣ୍ଟା ମଧ୍ୟରେ ଏହା ନେଇପାରେ ଲଘୁଚାପର ରୂପ । ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଏହା ସହ ଅନେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ଅନୁମାନ କରାଯାଉଛି।
Special report
ଉପକୂଳ ଓଡ଼ିଶା ସମେତ ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ପ୍ରବଳ ବର୍ଷା ପାଇଁ ଆଜି ରାଜ୍ୟରେ କିଛି ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ବେଳେ ୪ ତାରିଖରେ ରାଜ୍ୟରେ ବିସ୍ତୃତ ବର୍ଷାର ସମ୍ଭାବନା ରହିଛି। 
ସେପଟେ ରାଜ୍ୟରେ ଦୁର୍ବଳ ମୌସୁମୀ ପ୍ରଭାବ ଜାରି ରହିଛି। ୫ ତାରିଖରେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଥିବାରୁ ଆଞ୍ଚଳିକ ପାଣି ପାଗ ବିଭାଗ ପକ୍ଷରୁ ୟେଲୋ ୱର୍ନିଂ ଜାରି କରାଯାଇଛି।
Special report
ଗତକାଲି ଭୟଙ୍କର ବିଜୁଳି ଘଡ଼ଘଡ଼ି ରେ ଥରି ଥିଲା ରାଜଧାନୀ। ଭୁବନେଶ୍ୱରରେ ସର୍ବାଧିକ ୧୨୬ ମିଲିମିଟର ବର୍ଷା ରେକଡ଼ର୍ ହୋଇଥିଲା। ପାଣିପାଗ ବିଜ୍ଞାନୀ ସନ୍ଦୀପ ପଟ୍ଟନାୟକ କହିଛନ୍ତି, ଆଜିର ବର୍ଷା ର ପ୍ରଭାବ ଆଭ୍ୟନ୍ତରୀଣ ପଶ୍ଚିମ ଓଡ଼ିଶାରେ ରହିବ। 
ଯାହାକି ସୁନ୍ଦରଗଡ, ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜ, ଦେଓଝର ଏହି ଅଞ୍ଚଳରେ ବେଶୀ ବର୍ଷା ସମ୍ଭାବନା ରହିଛି।
ଆଉ ଏହାସହିତ ଅଧିକ ବଜ୍ରପାତ କେଉଁଝର, ସମ୍ବଲପୁର, ସୁନ୍ଦରଗଡ, ମୟୂରଭଞ୍ଜ, ଦେଓଗଡ଼, ସୋନପୁର, କଳାହାଣ୍ଡି, ବଲାଙ୍ଗୀର ଅଞ୍ଚଳରେ ବଜ୍ରପାତ ରହିବ। ଆଉ ବର୍ଷାର ପରିମାଣ ବିସ୍ତୃତି ୬ ଏବଂ ୭ ତାରିଖ ଯାଏଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.