Movie prime

ଏବେ ଏବେ ଆସିଲା ବଡ ଖବର ଦାଉଦକୁ ବି-ଷ ଦେଇଦେଲେ ପାକିସ୍ତାନ ଆତଙ୍କବାଦୀ ଦେଖନ୍ତୁ ସାମ୍ନାକୁ ଆସିଲା ବଡ ଖବର

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭାରତର ମୋଷ୍ଟ ୱାଣ୍ଟେଡ଼ ଡନ୍ ଦାଉଦ ଇବ୍ରାହିମକୁ ନେଇ ଏବେ ପୁଣି ଚର୍ଚ୍ଚା ଜୋର୍ ଧରିଛି। ଦାଉଦକୁ ବିଷ ଦିଆଯାଇଥିବା ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
Special Report
ବିଷକ୍ରିୟା ଯୋଗୁଁ ସ୍ୱାସ୍ଥ୍ୟ ଗୁରୁତର ହେବାରୁ ଦାଉଦ ଇବ୍ରାହିମ ପାକିସ୍ତାନର କରାଚୀରେ ଥିବା ଏକ ବଡ଼ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କିଛି ପାକିସ୍ତାନୀ ସାମ୍ବାଦିକ କହିଛନ୍ତି। ତେବେ ଏହି ଘଟଣାର ସତ୍ୟତା ଏଯାଏଁ ପ୍ରମାଣିତ ହୋଇନାହିଁ। 
ତେବେ ଦାଉଦ ଇବ୍ରାହିମ ଯେଉଁ ହସ୍ପିଟାଲରେ ରହିଛି, ସେଠାକାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ହସ୍ପିଟାଲର ଗୋଟିଏ ମହଲାରେ କେବଳ ଦାଉଦଙ୍କୁ ଚିକିତ୍ସା କରାଯାଉଥିବା ପାକିସ୍ତାନୀ ଗଣମାଧ୍ୟମରେ କୁହାଯାଉଛି।
Special Report
ଅନ୍ୟପଟେ ଦାଉଦ ଇବ୍ରାହିମକୁ ବିଷ ଦିଆଯାଇଥିବା ଖବର ପ୍ରସାରିତ ହେବାପରେ ପାକିସ୍ତାନର ଅଧିକାଂଶ ସହରରେ ଇଣ୍ଟରନେଟ୍ ସର୍ଭର ବନ୍ଦ କରାଯାଇଛି। 
ଏହାସହ ଦେଶରେ ଟ୍ୱିଟର, ଫେସବୁକ ଓ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ସେବା ବନ୍ଦ ହୋଇଛି। ତେବେ ଆଉ କିଛି ୟୁଜର୍ସ ଦାଉଦ ଅସୁସ୍ଥତା କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କଥା କହୁଛନ୍ତି।
Special Report
ଏହାଛଡ଼ା ପୂର୍ବରୁ ପାକିସ୍ତାନ ସରକାର ଦାଉଦ ଇବ୍ରାହିମ କରାଚୀରେ ରହୁଥିବା କଥାକୁ ଅସ୍ଵୀକାର କରିଆସିଛନ୍ତି। ବର୍ତ୍ତମାନ ମଧ୍ୟ ଏହି ମାମଲାରେ ପାକିସ୍ତାନର କୌଣସି ସରକାରୀ ଏଜେନ୍ସି ପକ୍ଷରୁ କିଛି କୁହାଯାଇନାହିଁ। 
ଦାଉଦ ଇବ୍ରାହିମ ୧୯୯୩ ମୁମ୍ବାଇ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ। ଏହି ଘଟଣାପରେ ସେ ଭାରତ ଛାଡ଼ି ଚାଲିଯାଇଥିଲା। ଏହି ବିସ୍ଫୋରଣରେ ୨୬୦ ଲୋକ ପ୍ରାଣ ହରାଇଥିବା ବେଳେ
୭୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଭାରତର ମୋଷ୍ଟ ୱାଣ୍ଟେଡ୍ ଦାଉଦକୁ ଆମେରିକା ୨୦୦୩ ଆନ୍ତର୍ଜାତିକ ଆତଙ୍କବାଦୀ ବୋଲି ଘୋଷଣା କରିଥିଲା।