Movie prime

ଆସିଲା ପ୍ରବଳ ବର୍ଷା ଏବେ ପ୍ରବଳ ଛେଚିବ ଏହିସବୁ ଜିଲ୍ଲାରେ ଦେଖନ୍ତୁ ରୁହନ୍ତୁ ସାବଧାନ ଏହିସବୁ ଜିଲ୍ଲା

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ତ ପାଣିପାଗ ବିଷୟରେ ସୂଚନା ପାଇ ପାରୁଥିବେ । ଏବେ ପାଣିପାଗ ଏଭଳି ହୋଇଛି ଯାହା ଲୋକମାନଙ୍କୁ ହଇରାଣ କରୁଛି । କୋହଲା ପାଗ ସାଂଗକୁ ବର୍ଷା ଜନ ଜୀବନକୁ ଅତବ୍ୟସ୍ତ କରିଦେଉଛି ।
Special report
କାଲି ରାତିରୁ ବର୍ଷା ହେଉଛି ଆଉ ଆଗକୁ ମଧ୍ୟ ବର୍ଷା ଜାରି ରହିବ । ପାଣିପାଗ ବିଭାଗ ପକ୍ଷରୁ ଅନେକ ସୂଚନା ମିଳିଛି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଆସନ୍ତା ୨୬ ତାରିଖ ବେଳକୁ ପାଗ ବଦଳିପାରେ ।
ରାଜ୍ୟରେ ଆହୁରି ଦୁଇଦିନ କୋହଲା ପାଗ ରହିବ । ଆଉ ୨୪,୨୫ ତାରିଖରେ ପ୍ରବଳ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି । ଆସନ୍ତା ୨୬ ତାରିଖରେ ଯାଇ ପାଗ ବଦଳିପାରେ ବୋଲି ସୂଚନା ମିଳିଛି ।
Special report
ରାଜ୍ୟର ଅନେକ ସ୍ଥାନରେ ବର୍ଷା ଜୋରରେ ହୋଇପାରେ ଆଉ କେତେକ ସ୍ଥାନରେ ବର୍ଷା ସ୍ୱଳ୍ପ ରୁ ମଧ୍ୟମ ଧରଣର ହୋଇପାରେ । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହିସବୁ ପୂର୍ବାନୁମାନ କରାଯାଇଛି । ଟ୍ଵୀନ ସିଟି କଟକ ଆଉ ଭୁବନେଶ୍ବରରେ ହାଲୁକା ବର୍ଷା ହୋଇଛି ।
ରାତି ତମାମ ବର୍ଷା ହୋଇଛି ଆଉ ଏବେ ମଧ୍ୟ ବର୍ଷା ହେଉଛି । କୋହଲା ପାଗ ରହିବ ଆଉ ଅନେକ ସ୍ଥାନରେ ବର୍ଷା ଲାଗି ରହିବ । ଉତ୍ତର ଉପକୂଳ ସମେତ ଓଡ଼ିଶାର ଅନେକ ସ୍ଥାନରେ ଏବଂ ଅଭ୍ୟନ୍ତର ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ଲାଗି ରହିବ ।
Special report
ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ସମ୍ବଲପୁର , ବଲାଙ୍ଗୀର ଜିଲ୍ଲାରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିପରି ଗତକାଲି ରାଜ୍ୟର କିଛି ଜିଲ୍ଲାରେ ପାଗ କୋହଲା ରହିବ ବୋଲି ଜଣାପଡିଛି । 
ରାତିରେ ଦୁଇ ରୁ ତିନି ଡିଗ୍ରୀ ପର୍ଯ୍ୟନ୍ତ ରାତିର ତାପମାତ୍ରା କମିପାରେ ବୋଲି ଜଣାପଡିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୨୭ ତାରିଖ ପର୍ଯ୍ୟନ୍ତ କିଛି ସ୍ଥାନରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି । ଯାହା ସତ ହେବାକୁ ଯାଉଛି । ମଙ୍ଗଳବାର ଠାରୁ ସାରା ରାଜ୍ୟରେ ସବୁଠି ବର୍ଷା ହେଉଛି ।
ଗଞ୍ଜାମ, ଗଜପତି, ନୟାଗଡ଼, ସୋନପୁର, ବୌଦ୍ଧ, କେନ୍ଦ୍ରାପଡ଼ା, କଟକ, ସମ୍ବଲପୁରରେ ମଧ୍ୟ କୋହଲା ପାଗ ସହ ସ୍ୱଳ୍ପ ରୁ ମଧ୍ୟମ ଧରଣର ବର୍ଷା ହେଉଛି । ବର୍ଷା ଆହୁରି ଦୁଇଦିନ ରହିବ ଆଉ ୨୬ ତାରିଖ ପରେ ପାଗ ବଦଳିବ ବୋଲି କୁହାଯାଉଛି ।