Movie prime

ଆସୁଛି ବାତ୍ୟା ଦେଖନ୍ତୁ ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ମିଳିଲା ଏବେଠାରୁ ସତର୍କ ସୂଚନା

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଗତ ୬ ଘଣ୍ଟା ଧରି ୧୮କିଲୋମିଟର ବେଗରେ ଗତି କରୁଛି ଏହି ଅବପାତ।
Special report
ପାରାଦୀପର ଦକ୍ଷିଣ ଭାଗରରେ ୩୮୦କିଲୋ ମିଟର ଦୂରରେ ଏହାର ଅବସ୍ଥିତି ରହିଛି। ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ବାଂଲାଦେଶ ଉପକୂଳ ଅତିକ୍ରମ କରିଛି ଏହି ଅବପାତ। 
ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯାଇଛି। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର ଏବଂ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ।
Special Report
ସେହିପରି ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ବର ଏବଂ ଭଦ୍ରକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ଜିଲ୍ଲାମାନଙ୍କୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଆସନ୍ତାକାଲି ବାଲେଶ୍ବର, ମୟୂରଭଞ୍ଜ, ଜୟପୁରରେ ବର୍ଷା ହେବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ। 
ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ। ୪୦ ରୁ ୫୦ କିମି ବେଗରେ ପବନ ବହିବ। ତେଣୁ ଆସନ୍ତାକାଲି ଯାଏ ଓଡ଼ିଶା ଉପକୂଳ ଓ ତାର ଆଖପାଖକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି। ସମସ୍ତ ୪ ଟି ବନ୍ଦରରେ ୧ ନମ୍ବର ବିପଦ ସଂକେତ ଜାରି ହୋଇଛି।
Special report
ସେପଟେ ବର୍ଷା ସହ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏଥିପାଇଁ ଗତ କାଲିଠାରୁ ୧୮ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି। 
ସେପଟେ ପ୍ରବଳ ବର୍ଷା ଯୋଗୁ କୃଷକମାନେ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଧାନ ଚାଷ ସହ ବିଭିନ୍ନ ଫସଲ ନଷ୍ଟ ହୋଇପାରେ। ଏ ନେଇ ଅମଳ ଯୋଗ୍ୟ ହୋଇଥିବା ଧାନକୁ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ଆଗୁଆ ପରାମର୍ଶ ଦିଆଯାଇଛି।
ରାଜ୍ୟରେ ଏବେ ଯେପରି ଶୀତ ଜାରି ରହିଛି, ଆଗାମୀ ୪ରୁ ୫ ଦିନ ଏପରି ଶୀତ ଅନୁଭୂତ ହେବଫଳରେ ୧୭ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବା ପାଇଁ କୁହାଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.