Movie prime

ଆସୁଛି ପ୍ରବଳ ବର୍ଷା ଦେଖନ୍ତୁ ଏହିସବୁ ସ୍ଥାନରେ ଏମିତି ରହିବ ପରିସ୍ଥିତି

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଆଜିକାର ପାଣିପାଗକୁ ନେଇ ଆସୁଥିବା ଖବର ସବୁ ଜାଣି ପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏହି ଖବର ପାଇପାରିବେ । ଏହି ଖବର ଏବେ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।
Special report
ଆପଣମାନେ ସମସ୍ତେ ତ ଜାଣିଥିବେ ଲଘୁଚାପ, ବାତ୍ୟା, କେତେବେଳେ ହେବ ସେକଥା କିଏ ଜାଣିଛି । ଆଗକୁ ଆସିବାକୁ ଯାଉଛି ଲଘୁଚାପ । ଆଉ ଏହି ଲଘୁଚାପରେ ସାରା ଓଡ଼ିଶା ଭିଜିଯିବ ।
୧୫ ତାରିଖରୁ ବର୍ଷା ହୋଇପାରେ । ଆଉ ଏହି ବର୍ଷାରେ ସାରା ଓଡ଼ିଶା ଭିଜି ଯିବ ବୋଲି କୁହାଯାଇଛି । ୧୪ ତାରିଖ ବେଳକୁ ଦକ୍ଷିଣ - ପଶ୍ଚିମ ବଙ୍ଗୋସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ୧୫ ତାରିଖରେ ଲଘୁଚାପର ରୂପ ନେବ ବୋଲି ପୂର୍ବାନୁମାନ କରାଯାଇଛି ।
Special report
ଆଉ ଏହି ପୂର୍ବାନୁମାନ କରିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ଏବଂ ଜଳବାୟୁ ବିଭାଗ । ଆକଳନ କରାଯାଉଛି ବଡ ବର୍ଷା ହେବ ଆଉ ଏହି ବର୍ଷା ସାରା ଓଡ଼ିଶାକୁ ଭିଜାଇବ ।
ଏହି ଘୂର୍ଣ୍ଣିବଳୟ ଉତ୍ତର - ପଶ୍ଚିମ ଦିଗରେ ଗତି କରିବ। ଆଉ ୧୬ ତାରିଖରେ ଏହା ଉତ୍ତର ଦିଗକୁ ଯାଇପାରେ । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ୧୪ ତାରିଖରୁ ମଧ୍ୟମ ଏବଂ ସାମାନ୍ୟ ଧରଣର ବର୍ଷା ହେବ ବୋଲି ସୂଚନା ମିଳିଛି ।
Special report
୧୬ ତାରିଖରେ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଅଛି ବୋଲି ସୂଚନା ମିଳିଛି । ୧୬ ରୁ ୧୮ ତାରିଖ ଭିତରେ କୋରାପୁଟ, ଗଞ୍ଜାମ, ପୁରୀ, ନୟାଗଡ଼ ଏବଂ ଢେ଼ଙ୍କାନାଳ, ଜଗତସିଂପୁର, 
ଖୋର୍ଦ୍ଧା, କଟକ, ବାଲେଶ୍ଵର, ମୟୂରଭଞ୍ଜ, ଯାଜପୁର ଏବଂ କେନ୍ଦୁଝରରେ ପ୍ରବଳ ବର୍ଷା ହୋଇପାରେ । ୧୨ ତାରିଖ ପର୍ଯ୍ୟନ୍ତ ରାତ୍ରି ସମୟରେ ତାପମାତ୍ରା ହ୍ରାସ ପାଇବ । ଦିନରେ ତାପମାତ୍ରା ବଢ଼ି ଚାଲିବ । ରାଜ୍ୟରେ ଏବେ ଶୀତ ବଢୁଛି ।
ଆଉ ୧୪ ତାରିଖ ଯାଏଁ ଏମିତି ଶୀତ ରହିବ ବୋଲି ଜଣାପଡିଛି । ଏସବୁ ଭିତରେ ଏହି ଲଘୁଚାପ ଆସିବା ଖବର ସମସ୍ତଙ୍କୁ ଭୟଭୀତ କରୁଛି । ଆପଣମାନେ ଏହି ଭିଡିଓ ମାଧ୍ୟମରେ ସବୁ ଅଞ୍ଚଳର ତାପମାତ୍ରା ଜାଣିପାରିବେ ।