Movie prime

ଆସୁଛି ପ୍ରବଳ ବର୍ଷା ଦେଖନ୍ତୁ ଏହିସବୁ ଜିଲ୍ଲାକୁ ସତର୍କ ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଭାଗ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ପାଣିପାଗ ବିଷୟରେ ଅନେକ ଖବର ଜାଣିପାରିବେ । ପାଣିପାଗକୁ ନେଇ ଆସୁଥିବା ଖବର ସୋସିଆଲ ମିଡିଆରେ ଜଣାପଡ଼ିଥାଏ ।
Special report
ଲୋକମାନେ ପାଣିପାଗ ବିଷୟରେ ଖବର ପାଇ ସଚେତନ ହୋଇ ପାରୁଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ପାଣିପାଗ ବିଷୟରେ ଜାଣିପାରିବେ । ୨୪ ଘଣ୍ଟା ହେଲା ରାଜ୍ୟରେ ପାଗ ଶୁଖିଲା ରହିଛି । ବର୍ତ୍ତମାନ ସେଭଳି କିଛି ପାଣିପାଗ ଖରାପ ନାହିଁ ।
ଆଉ ରାଜ୍ୟର ପାହାଡିଆ ଅଞ୍ଚଳ ମାନଙ୍କରେ ପାଣିପାଗ ସର୍ବନିମ୍ନ ରହିଛି । ସର୍ବନିମ୍ନ ତାପମାତ୍ରା ୧୧.୪ ସେଲସିୟସ ରେକର୍ଡ କରାଯାଇଛି । ସମ୍ବଲପୁର ଅଞ୍ଚଳରେ ୧୫.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।
Special report
ଫୁଲବାଣୀରେ ୧୫ ଡିଗ୍ରୀ ସେଲସିୟସ ତାପମାତ୍ରା ହୋଇଥିଲା । ଏହିଭଳି ଶିମିଳିପାଳ ଆଉ ଅନେକ ସ୍ଥାନରେ ଅନେକ ରେକର୍ଡ କରାଯାଇଛି । ଭୁବନେଶ୍ୱର, କଟକ ଏବଂ ଅନେକ ସ୍ଥାନରେ ରେକର୍ଡ କରାଯାଇଛି ଏହି ତାପମାତ୍ରା । 
Special report
ଭୁବନେଶ୍ଵର ସହରରେ ୨୦.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ଆଗାମୀ ଚାରିଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ବୋଲି ଜଣାପଡିଛି । ୧୫ ତାରିଖରେ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ବର୍ଷା ହୋଇପାରେ ବୋଲି ସମ୍ଭାବନା ରହିଛି ।
ଉତ୍ତର ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହେବ ବୋଲି ସମ୍ଭାବନା ରହିଛି । ଆଉ ଏହିସବୁ ଅଞ୍ଚଳରେ ବର୍ଷା ହୋଇପାରେ ଆଉ ମୌସୁମୀ ଛୁଇଁ ପାରେ ବୋଲି ଜଣାପଡିଛି । ମୌସୁମୀ ପ୍ରଭାବରେ ବର୍ଷା ହୋଇପାରେ । 
Special report
ଆଉ ଏବେ ଏହି ଖବରକୁ ନେଇ ଅନେକ କିଛି ଘଟଣା ସାମ୍ନାକୁ ଆସିଛି । ୧୬ ତାରିଖରେ କିଛି କିଛି ସ୍ଥାନରେ ହାଲୁକା ଆଉ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଜଣାପଡିଛି । ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ମଧ୍ୟମ ରୁ ହାଲୁକା ଧରଣର ବର୍ଷା ହୋଇପାରେ ବୋଲି ସମ୍ଭାବନା ରହିଛି ।
ଏହି ସବୁ ଖବର ଆପଣମାନେ ପାଣିପାଗ ବିଭାଗ ପକ୍ଷରୁ ଜାଣିପାରିଲେ । ୧୪ ତାରିଖ ବେଳକୁ ଲଘୁଚାପ ହୋଇପାରେ ବୋଲି ସୂଚନା ମିଳିଛି । ଏହା ପ୍ରଭାବରେ ବର୍ଷା ହୋଇପାରେ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ।